Movie prime

ହିନ୍ଦୁ ଧର୍ମ ଅନୁଯାୟୀ କାହିଁକି ଶଙ୍ଖ ଏତେ ପବିତ୍ର ଜାଣନ୍ତୁ ଏହାର ରହସ୍ୟ Devotional

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଶଙ୍ଖ କୁ ହିନ୍ଦୁ ଧର୍ମରେ ଶୁଭ ବୋଲି ମନା ଯାଇଥାଏ। ପୁଜା ଠାରୁ ଆରମ୍ଭ କରି ବିବାହ ବ୍ରତଘର ସବୁଠାରେ ଶଙ୍ଖ ବାଜିବା କୁ ଶୁଭ ବୋଲି କୁହା ଯାଇଥାଏ।
ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଘରେ ପ୍ରତିଦିନ ଶଙ୍ଖ ଧ୍ଵନୀ ବାଜେ ତେବେ ଆପଣଙ୍କ ଘରେ ମଧ୍ଯ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଦୈନିକ ଦୁଇ ରୁ ଚାରି ଥର ଶଙ୍ଖ ବଜାଇବା ଦ୍ବାରା ଆପଣଙ୍କ ଘର ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ ହୋଇ ଯାଇଥାଏ।
ସେଥିପାଇଁ ଘରେ ମଧ୍ୟ ଶଙ୍ଖ ରଖିବା ଜରୁରୀ ଅଟେ। ଶଙ୍ଖର ଏକ ବିଶେଷ ମହତ୍ତ୍ଵ ରହିଛି।ଏହାକୁ ମଧ୍ଯ ପୁଜା କରିବା ଦ୍ୱାରା ମଧ୍ୟ ମନରେ ସକାରାତ୍ମକ ଭାବନା ଆଣିଥାଏ।
ହିନ୍ଦୁ ଧର୍ମ ଅନୁସାରେ ସମୂଦ୍ର ମନ୍ଥନ ସମୟରେ ଯେଉଁ ୧୪ ଟି ରତ୍ନ ବାହାରିଥିଲା ସେଥି ମଧ୍ୟରୁ ଶଙ୍ଖ ହେଉଛି ଅନ୍ୟତମ। ସେଥିପାଇଁ ହିନ୍ଦୁ ପୁରାଣରେ ଶଙ୍ଖ କୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇ ଥାଏ। ହିନ୍ଦୁ ଧର୍ମରେ ଶଙ୍ଖ କୁ ଘରେ ରଖିବା ଓ ଏହାକୁ ପୂଜା କରିବାରେ ବିଶେଷ ମହତ୍ତ୍ଵ ରହିଛି।
ଶୁଭ କାର୍ଯ୍ୟ ଓ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ମଧ୍ଯ ଶଙ୍ଖ ବଜିବାର କାର୍ଯ୍ୟକ୍ରମ ରହିଛି। ଯେଉଁ ଘରେ ପ୍ରତ୍ୟେକ ଦିନ ଶଙ୍ଖ ବଜାଯାଏ ସେହି ଘରକୁ ସର୍ବଦା ସୁଖ ବୋଲି ମନା ଯାଇଥାଏ। ଶଙ୍ଖ ଧ୍ଵନୀ ରୁ ମଧ୍ଯ ଓଁକାର ଶବ୍ଦ ଆସିଥାଏ।
ସେଥିପାଇଁ ଏହାର ଚତୁର୍ଦ୍ଦିଗ ସକାରାତ୍ମକ ଶକ୍ତି ରେ ପରିପୂର୍ଣ୍ଣ ଥାଏ। ଏହାର ଶବ୍ଦ ଚାରି ଆଡେ଼ ବ୍ୟାପି ଥାଏ ଏବଂ ଏହା ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂରୀକରଣ କରିଥାଏ। ଶଙ୍ଖରେ ମଧ୍ଯ ପାଣି ଭର୍ତ୍ତି କରି ଘରର ଚାରି ପଟେ ଛିଞ୍ଚିବା ଦ୍ବାରା,
ଝଗଡ଼ା ହେଉଥିବା ଘରେ ମଧ୍ଯ ଶାନ୍ତି ଫେରି ଥାଏ। ଏହା ବ୍ୟତୀତ ଘରୁ ବାସ୍ତୁ ଦୋଷ ମଧ୍ୟ ଦୂରେଇ ରହିଥାଏ। ପ୍ରତିଦିନ ଶଙ୍ଖ ବଜା ଗଲେ ସେହି ଘରର ଆର୍ଥିକ ସ୍ଥିତି ମଧ୍ଯ ଦିନକୁ ଦିନ ଖୁବ ମଜଭୁତ ହେବାରେ ଲାଗିଥାଏ।
ପୁରାଣ ଅନୁସାରେ ଲକ୍ଷ୍ମୀ ଓ ଶଙ୍ଖ ଦୁହେଁ ସମୁଦ୍ର ମନ୍ଥନ ସମୟରେ ଉତ୍ପନ ହୋଇଥିଲେ। ଏଥି ପାଇଁ ଶଙ୍ଖ ଏବଂ ମାଆ ଲକ୍ଷ୍ମୀ ଙ୍କ ଭାଇ ଭଉଣୀ ର ସମ୍ପର୍କ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.