Movie prime

ପୁରୀରୁ ଆସିଲା ଏକ ସତ୍ୟ ଘଟଣା ଦେଖନ୍ତୁ କେମିତି ଗୁରୁତ୍ବପୁର୍ଣ କ-ର୍କ-ଟ ରୋଗରୁ ମୁକ୍ତି ପାଇଲେ ଭକ୍ତ Jay Jagannath

 
Viral news
ନମସ୍କାର ବନ୍ଧୁଗଣ। ବନ୍ଧୁଗାଁ ଆସନ୍ତୁ ଜାଣିବା ସତ୍ୟ ଘଟଣା ଉପରେ ଆଧାରିତ ଏକ କାହାଣୀ ବିଷୟରେ। ବନ୍ଧୁଗଣ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ଘର ବାଣପୁର ଅଚ୍ୟୁତ ରାଜପୁତ। ଏହି ଘଟଣାଟି ହେଉଛି ୨୦୧୪ ମସିହାର କଥା।
ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପୁରୀରେ ପୋଷ୍ଟମାଷ୍ଟର ଥିଲେ। ତାଙ୍କର ଚାରି ଝିଅ ଗୋଟିଏ ପୁଅ। ପୂର୍ଣ୍ଣଚନ୍ଦ୍ର ଝିଅ ଗୁଡ଼ିକୁ ପୁରୀ ପାଖାପାଖି ବାହାଘର କରିଦେଇଛନ୍ତି। ଆଉ ପୁଅଟି ନୟାଗଡ଼ରେ ଚାକିରୀ କରୁଛି। ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଜଣେ ଜଗନ୍ନାଥ ଭକ୍ତ। ପୂର୍ଣ୍ଣଚନ୍ଦ୍ରଙ୍କ ଚାକିରୀ ସରିବା ପରେ ସ୍ବାମୀ ସ୍ତ୍ରୀ ବିଚାର କଲେ ପୁରୀରେ ରହିବା ପାଇଁ।
 
ସେତେବେଳେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବୟସ ପ୍ରାୟ ୮୦ ରୁ ୮୨ ଭିତରେ ହେବ। ହଠାତ୍ ପୂର୍ଣ୍ଣଚନ୍ଦ୍ରଙ୍କ ଶରୀରରେ ଏକ ଲକ୍ଷଣ ଦେଖାଗଲା। ଜର ଆସିଲା, ଭୋକ କମିଗଲା, ଓଜନ କମିବାକୁ ଲାଗିଲା ଏଭଳି ଅନେକ ରୋ-ଗରେ ପୂର୍ଣ୍ଣଚନ୍ଦ୍ର ପୀଡିତ ହୋଇ ଦୁ-ର୍ବ-ଳ ହେବାକୁ ବସିଲେ।
ପିଲାମାନେ ପୂର୍ଣ୍ଣଚନ୍ଦ୍ରଙ୍କର ଚିକିତ୍ସା କରିବା ପାଇଁ ସମ୍ ହସ୍ପିଟାଲକୁ ନେଲେ। ସମ୍ ହସ୍ପିଟାଲ ଯିବା ପରେ ସେଠାରେ ପ୍ରଥମେ ଅଲଟ୍ରାସାଉଣ୍ଡ କରାଗଲା। ଅଲଟ୍ରାସାଉଣ୍ଡରେ ଦେଖାଗଲା ଡାହାଣ ପଟେ କି-ଡି-ନୀ ଉପରେ ଗୋଟେ ଟ୍ୟୁ-ମ-ର ଥିବାର ଦେଖାଗଲା। ଡ଼ାକ୍ତର କହିଲେ ଲିଫମା ନାମକ ଏକ ରକ୍ତ କ-ର୍କ-ଟ ରୋ-ଗରେ ପୂର୍ଣ୍ଣଚନ୍ଦ୍ର ପୀଡିତ ଅଛନ୍ତି। 
ଯଦି କେମ ଦିଆନଯାଏ ତାହାଲେ ତିନି ମାସ ପର୍ଯ୍ୟନ୍ତ ପୂର୍ଣ୍ଣଚନ୍ଦ୍ରଙ୍କ ଜୀବନ ରହିପାରେ। ଝିଅ, ଜୁଆଁଇ, ପୁଅ ପୂର୍ଣ୍ଣଚନ୍ଦ୍ରଙ୍କୁ ପୁଣି ନେଇ ଆସିଲେ ପୁରୀକୁ। ପୁରୀକୁ ଆସିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ସବିତା ମହାପାତ୍ର ଦେଖି ସମସ୍ତଙ୍କୁ ପଚାରିଲେ କାହିଁକି ଚିକିତ୍ସା ନକରି ନେଇଆସିଲ।
ଏହା ଶୁଣି ତାଙ୍କର ପୁଅ ଉତ୍ତର ଦେଲେ ନନାଙ୍କ ଅବସ୍ଥା ଆଉ ଭଲ ନାହିଁ ସେ ଆଉ ତିନି ମାସ ବଞ୍ଚିବେ। ଏକଥା ଶୁଣିବା ପରେ ସବିତା ସବୁଦିନ ସକାଳେ ଆଉ ସନ୍ଧ୍ୟା ବେଳେ ଦୁଇଥର ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। ଏଭଳି ତିନିମାସ ଯିବା ପରେ ଦିନେ ପୂର୍ଣ୍ଣଚନ୍ଦ୍ର କହିଲେ "ମୁଁ ଟିକେ ଗାଁ'କୁ ଯିବି"। ଗାଁ'କୁ ଯିବାର ତୃତୀୟ ଦିନ ରାତିରେ ପୂର୍ଣ୍ଣଚନ୍ଦ୍ର ଖଟରୁ ତଳକୁ ପଡିଗଲେ। 
ତଳକୁ ପଡ଼ି ଯିବାରୁ ତାଙ୍କର ଗୋଡର ଗୋଟେ ହାଡ ଫ୍ୟାକ୍ଚର୍ ହେଇଗଲା। ପୁଣି ତାଙ୍କୁ ତୁରନ୍ତ ସମ୍ ହସ୍ପିଟାଲକୁ ନେଲେ ଦେଖେଇବା ପାଇଁ। ଡାକ୍ତର ଦେଖି କହିଲେ ଅପରେସନ ହେବାକୁ ପଡିବ। ତାପରେ ଡାକ୍ତର ଜଣକ ରୋ-ଗୀର ସବୁ ହିଷ୍ଟ୍ରି ପଚାରିଲେ।
ପୂର୍ଣ୍ଣଚନ୍ଦ୍ରଙ୍କ ଝିଅ ସବୁ କଥା ଡ଼ାକ୍ତରଙ୍କୁ କହିଲେ। ପୁଣି ସେହି ଡ଼ାକ୍ତରଙ୍କୁ ଦେଖାଇଲେ। ଡାକ୍ତର ଜଣକ ଦେଖି ପୂର୍ଣ୍ଣଚନ୍ଦ୍ରଙ୍କୁ ଆଶ୍ଚର୍ଯ୍ୟ ହେଇଗଲେ। କାରଣ ତାଙ୍କ ଦେହ ପୁରା ସୁସ୍ଥ ହୋଇଯାଇଥିଲା। ସବିତା ମହାପାତ୍ରଙ୍କ ଆକୁଳ ପ୍ରାର୍ଥନା ଯୋଗୁଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୁସ୍ଥ ହେଲେ ଅପରେସନ ମଧ୍ୟ ଭଲରେ ଭଲରେ ହେଇଗଲା।