Movie prime

ଯାହା ସହ ସବୁବେଳେ ଖରାପ ହେଉଥାଏ ଭଗବାନ ତା ସହ ଏମିତି କାହିଁକି କରନ୍ତି ଜାଣନ୍ତୁ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଆପଣଙ୍କ ମନ ପରିବର୍ତ୍ତନ କରିବା ପାଇଁ ଏବଂ ଆପଣଙ୍କ ସହିତ ଘଟୁଥିବା ଘଟଣାକୁ ନେଇ ମଧ୍ୟ ଅନେକ ପ୍ରକାରର ଭିଡିଓ ଆସିଥାଏ ।
ଆଉ ଏହି ଭିଡିଓ ଶୁଣିଲେ ଆପଣଙ୍କ ମନ ବି ଖୁସି ହୋଇଯିବ । ଯଦି ଆପଣଙ୍କ ସହ ସବୁବେଳେ ଖରାପ ହେଉଛି ତାହେଲେ ଆପଣ ଏହି ଭିଡିଓ ଦେଖିବା ଉଚିତ୍ । ଆଉ ଏହି ଭିଡିଓରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଣୀ ଆପଣ ଶୁଣିପାରିବେ । କିଛି ବାଣୀ ଆପଣ ଜାଣିଲେ ଜୀବନରେ ବହୁତ କାମରେ ଆସିବ ।
ବାଣୀ ଗୁଡ଼ିକ -
୧) ଜୀବନରେ ଗୋଟିଏ ନିୟମ ରଖନ୍ତୁ । ସିଧା କୁହନ୍ତୁ, ସତ କୁହନ୍ତୁ, ଯାହା କହିବାର ଅଛି ମୁହଁରେ କୁହନ୍ତୁ । ଯିଏ ନଜର ଥିବେ ବୁଝି ପାରିବେ ଆଉ ଯିଏ ପର ଥିବେ ଦୂରେଇ ଯିବେ । 
୨) କିଏ ଧନରେ ବଡ, କିଏ ପଦରେ ବଡ, କିଏ ଆୟୁରେ ବଡ ଆଉ କିଏ ମନରେ କିନ୍ତୁ ଯେ ଜ୍ଞାନରେ ବଡ ସେ ପ୍ରକୃତରେ ବଡ ।
୩) ସମୟ ସବୁବେଳେ ଆମ ସାଥିରେ ଥାଏ , ସେ ଭଲ କି ଖରାପ ଏହା ସନ କର୍ମ ନିର୍ଦ୍ଧାରିତ କରେ ।
୪) ଦୁନିଆ ତାର ସମ୍ମାନ କରେ ଯିଏ ନିଜକୁ ମୂଲ୍ୟବାନ ବନାଏ । ତାର ନୁହେଁ ଯିଏ ଅଳ୍ପ କଷ୍ଟରେ ହାର ମାନିଯାଏ ।
୫) ଏ ଦୁନିଆରେ ଦୁର୍ବଳ କେହିବି ନୁହନ୍ତି ପରିସ୍ଥିତି ମଣିଷକୁ ଦୁର୍ବଳ ବନାଇଥାଏ । ଆଉ କିଛି ଦୁଷ୍ଟ ଲୋକ ଏହାର ଫାଇଦା ଉଠାଇ ନିଜକୁ ସିଂହ ବୋଲି ଭାବନ୍ତି ।
୬) ରାଗିବା ଠାରୁ କାନ୍ଦି ଦିଅନ୍ତୁ, କାରଣ ରାଗ ଅନ୍ୟର କ୍ଷତି କରେ ଆଉ ଲୁହ ଚୁପଚାପ୍ ଆତ୍ମାରୁ ବାହାରି ହୃଦୟକୁ ନିର୍ମଳ କରେ ।
୭) କାହାକୁ ଭଲପାଇବା ଦେବା ସବୁଠାରୁ ବଡ଼ ଉପହାର ।ଆଉ କାହା ଠାରୁ ଭଲପାଇବା ପାଇବା ସବୁଠାରୁ ବଡ଼ ସମ୍ମାନ ।
୮) ଯେଉଁ ବ୍ୟକ୍ତି ତୁମ ସମ୍ପର୍କର ମୂଲ୍ୟ ବୁଝେ ନାହିଁ ତା ସହିତ ରହିବା ଅପେକ୍ଷା ଏକା ରହିବା ବହୁତ ଭଲ, ଏହା ଅଭିମାନ ନୁହେଁ ସ୍ୱାଭିମାନ ।
୯) ଖରାପ ରାସ୍ତାରେ ଭିଡ଼ରେ ଯିବା ଅପେକ୍ଷା ଏକା ସତ୍ୟର ରାସ୍ତାରେ ଚାଲିବା ଭଲ ।
​​​​​​
୧୦) ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ମନ ଖୋଲି ବଞ୍ଚନ୍ତୁ କାରଣ କେତେବେଳେ କଣ ହେବ ଜଣାନାହିଁ, କେବଳ ସ୍ମୃତି ବାକି ରହିଯିବ ସେଥିପାଇଁ ସ୍ମୃତିକୁ ମଧୁର କରନ୍ତୁ ।
ଆପଣ ଏହି ଭିଡିଓ ମାଧ୍ୟମରେ ଏଭଳି ଅନେକ କଥା ଶୁଣିପାରିବେ ଆଉ ଏହା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ।