Movie prime

ମୃତ୍ୟୁ ପରେ ଯମଦଣ୍ଡ, କେଉଁ ବୟସରେ ଧର୍ମ କଲେ କିଭଳି ଫଳ ମିଳେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମୃ-ତ୍ୟୁ ପରେ ଜମ ଦଣ୍ଡ କାର୍ଯ୍ୟକର୍ମରେ ପ୍ରବଚକ ଦିବାକର ଦାସ କହିଛନ୍ତି, ଗରୁଡ ପୁରାଣରେ ପ୍ରଭୁ ଅଚ୍ୟୁତା ନନ୍ଦ କହିଛନ୍ତି, କଳିଯୁଗରେ ଅହଙ୍କାର ହୋଇ ଲୋକମାନେ ଧରାପରା ହେଉଥିବେ।
ଏବଂ ଅଚ୍ୟୁତା ନନ୍ଦ କହିଛନ୍ତି ଯେତେବେଳ ଶରୀର ଭିତରୁ ପ୍ରାଣବାୟୁ ଚାଲିଯିବ ସେତେବେଳ ମଣିଷ ଅନୁତାପ କରିବ ଆଉ ଭାବିଲା ବେଳକୁ କିଛି ନଥିବ।
ଏବଂ ବାବା ଦିବାକର ଦାସ କହିଛନ୍ତି, ଜଣେ ଜଣେ କୁହନ୍ତି ଚୋର ନେଲା ପରେ ବୁଦ୍ଧି ଆସିଲା। କିନ୍ତୁ ଚୋର ନେଇ ଗଲା ପରେ ରାତି ଅନିଦ୍ରା ହୋଇ ଲାଭ କଣ ଅଛି ବୋଲି ଦିବାକର ଦାସ କହିଛନ୍ତି। 
ଯଦି ଆଗରୁ ଅତି ଅନିଦ୍ରା ହୋଇ ଚୋରକୁ ଜଗି ଥାଆନ୍ତେ ତେବେ ଚୋର ଚୋରି କରି ନେଇ ପାରିନଥାନ୍ତେ। ତେବେ ସେହିଭଳି ଭାବରେ ଆରମ୍ଭରୁ କୌଣସି ଭଜନ, କୀର୍ତ୍ତନ ନାହିଁ କି କେଉଁଠୀ ମୁଣ୍ଡିଆ ମାରିବାର ନାହିଁ କିନ୍ତୁ ଯେଉଁଠି କେବଳ ଖାଇବା ପିଇବା ହେଇଥିବ ସେଠିକି ଯାଉଥିବା।
ତେବେ ବନ୍ଧୁଗଣ ଯାହାକି ବାବା ଦିବାକର ଦାସ କହିଛନ୍ତି, ମସ୍ତକରେ ଯାହାର ଶିଖା, ବେକରେ ଯାହାର ମାଳି, ମୁଖରେ ଯାହାର ରାମ ନାମ, ଲଲାଟରେ ଯାହାର ବିନ୍ଦୁ ତାହାକୁ ଜାଣିବା ହିନ୍ଦୁ ବୋଲି। 
କିନ୍ତୁ ପ୍ରକୃତରେ ଆମେ ହିନ୍ଦୁ ନୁହେଁ। କାରଣ ଆମର ସବୁ ହିନ୍ଦୁର ବେଶଭୂଷା ବଦଳି ଗଲାଣି। ଏବଂ ବାବା ଦିବାକର ଦାସ କହିଛନ୍ତି, ମଣିଷ ଯେତେବେଳ ବାଲ୍ୟ ବେଳୁ ଧର୍ମ କରେ ତାକୁ ଘିଅ ଭଳି ଫଳ ମିଳେ।
ଯୌବନ ଅବସ୍ଥାରେ ଧର୍ମ କଲେ ତାଙ୍କୁ କ୍ଷୀର ଭଳି ଫଳ ମିଳେ। ହେଲେ ବାର୍ଦ୍ଧକ୍ୟ ଅବସ୍ଥାରେ ଧର୍ମ କଲେ ତାଙ୍କୁ ପାଣି ଭଳି ଫଳ ମିଳେ। ତେଣୁକରି ବେଳ ଆଗରୁ ଧର୍ମ କରିବାର ଆବଶ୍ୟକତା ଅଛି। ନହେଲେ ବୃଥା ଅନୁତାପ କରି କରି ଜୀବନ ଚାଲିଯିବ। 
ଯେତେବେଳେ ବୃଦ୍ଧ ବୟସର ଲୋକ ଯଦି କନ୍ୟା ଝିଅଟିକୁ ବିବାହ କରେ ତାହା ଯେମିତି ହାସ୍ୟସ୍ପଦ, ବୃଦ୍ଧ କାଳରେ ଧର୍ମ କରିବା ଠିକ୍ ସେହିଭଳି ହାସ୍ୟସ୍ପଦ। ବେଳ ଆଗରୁ ଯଦି ଯାହାର ଜ୍ଞାନ ଉଦୟ ହୋଇଯାଏ ତାହାଲେ ସିଏ ଧର୍ମ କଣ ଜାଣିପାରେ।
ଶେଷ ସମୟ ବେଳକୁ ନାନାପ୍ରକାର ଅହଂକାର ରଖି ପଙ୍କରେ ଆଉ ନାଳରେ ଘାଣ୍ଟି ହୁଏ ସେହି ମଣିଷ। ଯାହାଫଳରେ ସେହି ମଣିଷର ମୁକ୍ତି ହୋଇ ପାରେନାହିଁ। ତେଣୁ ବେଳ ଆଗରୁ ଇଶ୍ୱରଙ୍କୁ ସ୍ବୀକାର କଲେ ମଣିଷର ମୁକ୍ତି ହେବ ବୋଲି ବାବା ଦିବାକର ଦାସ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.