Movie prime

୧୯ ବର୍ଷ ପରେ ଏହି ଯୋଡା ଶ୍ରାବଣର କଣ ରହିଛି ମୁଖ୍ୟ ମହିମା ଏବେଠୁ ଜାଣନ୍ତୁ କଣ କରିବେ କଣ ନାହିଁ Om Namaha Shivaya

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶ୍ରାବଣ ମାସ ହେଉଛି ଧର୍ମର ମାସ। ଏହି ମାସ ପ୍ରଭୁ ଶଙ୍କର ଙ୍କର ଅତି ପ୍ରିୟ ମାସ ଅଟେ। ଶ୍ରାବଣ ମାସରେ ଭଗବାନ ଶିବ ଙ୍କୁ ବିଶେଷ ରୂପରେ ପୂଜା କରିବାର ରୁକ ବେଦରେ କୁହା ଯାଇଛି।
ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିଧି ବିଧାନ ଅନୁସାରେ ପୂଜା କରିଲେ ମନସ୍କାମନା ପୂରଣ ହୋଇଥାଏ।
Special Report
କୁହାଯାଏ କି ମାତା ପାର୍ବତୀଙ୍କୁ ଭଗବାନ ଶିବଙ୍କୁ ପାଇବା ପାଇଁ ଏହି ମାସରେ କଠୋର ତପସ୍ୟା କରିଥିଲେ। ଏହା ମଧ୍ୟ ବିଶ୍ଵାସ ଅହିଛି କି ମାତା ପାର୍ବତୀ ଓ ମହାଦେବ ତ୍ରିଲୋକରେ ଭ୍ରମଣ କରିଥାନ୍ତି। 
ତେଣୁ ଏହି ପବିତ୍ର ମାସରେ ଭଗବାନଙ୍କ ଶିବଙ୍କ କୃପା ପାଇବାକୁ କାଉଡି ଯାତ୍ରାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି। ତେବେ ଚଳିତ ବର୍ଷ ଜୁଲାଇ ୪ରୁ ଆରମ୍ଭ ହେବାକୁ ଯାଉଛି ଶ୍ରାବଣ ମାସ। ଯାହାକୁ ନେଇ ଆଜି ଠାରୁ କାଉଡିଆ ମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଲେଣି।
Special Report
କିନ୍ତୁ ସବୁ ବର୍ଷ ଭଳି ଏଥର ଶ୍ରାବଣ ମାସ ଟିକେ ସ୍ଵତନ୍ତ୍ର ରହିଛି। ଦୀର୍ଘ ୧୯ ବର୍ଷ ପରେ ଯୋଡା ଶ୍ରାବଣ ପଡୁଅଛି ଏହି ବର୍ଷ। ତେବେ ଆପଣ ଜାଣିଛନ୍ତି କି ଏହି ଯୋଡା ଶ୍ରାବଣ କଣ ଓ କାହିଁକି ଏହା ପଡିଥାଏ ? ଯୋଡା ଶ୍ରବଣ ପଡିଲେ ଏହା ଶୁଭ ନା ଅଶୁଭ ଆସନ୍ତୁ ଜାଣିବା। 
କାଉଡିଆ ମାନେ ଶିବଲିଙ୍ଗରେ ଜଳ ଲାଗି କରିବା ପାଇଁ ଜୁଲାଇ ୪ତାରିଖ ପରେ ଆସିବେ। ତେଣୁ ଆସନ୍ତା ସୋମବାର ଠାରୁ ଶ୍ରାବଣ ସୋମବାର ବ୍ରତ ପାଳିତ ହେବ। ଏହି ଶ୍ରାବଣ ମାସ ଟି ଅତ୍ୟନ୍ତ ଶୁଭ ରହିବ। ଚଳିତ ବର୍ଷ ଜୁଲାଇ ୪ରୁ ଶ୍ରାବଣ ମାସ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ଶେଷ ହେବ।
Special Report
ଏହି ଯୋଡା ମାସର ପ୍ରଥମ କୃଷ୍ଣ ପକ୍ଷ ଶେଷ ଶୁକ୍ଲ ପକ୍ଷ ହେଉଛି ଶୁଦ୍ଧ ଶ୍ରାବଣ ମାସ। ମଝିରେ ପ୍ରଥମ ଶୁକ୍ଲ ପକ୍ଷ ଓ ଦ୍ଵିତୀୟ କୃଷ୍ଣ ପକ୍ଷ ହେଉଛି ମଉଳା ଶ୍ରାବଣ ମାସ। ଓଡିଶାରେ ପ୍ରଚଳିତ ପୂର୍ଣ୍ଣିମା ଅନ୍ତ ମାସ ଗଣନାରେ ମଉଳା ମାସ ଟି ଶୁକ୍ଲ ପକ୍ଷ ର ଦୁଇ ମାସ ମଝିରେ ରୁହେ। 
Special Report
ଶିବ ପୁରାଣ ଅନୁଯାୟୀ ଶ୍ରାବଣ ମାସ କୁ ବିଶେଷ ଶୁଭ ବୋଲି ମାନାଯାଏ। କାରଣ ଏହି ମାସରେ ଭକ୍ତ ମାନେ କାଉଡି ଧରି ମହାଦେବଙ୍କ ଶିବଲିଙ୍ଗରେ ପାଣି ଅର୍ପଣ କରିବାକୁ ଯାଇଥାନ୍ତି। ଏଥର ଶ୍ରାବଣ ମାସ ୫୯ ଦିନ ରହିବ ଏବଂ ଏଥର ୮ଟି ସୋମବାର ପଡୁଛି।
ତେବେ ଶ୍ରାବଣର ଆଗମନକୁ ଦେଖି ସବୁ କିଛି ଚଳ ଚଞ୍ଚଳ ହୋଇ ଉଠିଛି। କାଉଡିଆ ମାନେ ତତପର ହୋଇ ଉଠିଛନ୍ତି। ଏବେ ସବୁଆଡେ ବୋଲବମର ସାମଗ୍ରୀ ବିକ୍ରି ହେବାର ଦେଖିବାକୁ ମିଳିଛି। ନିଜର ମାନସିକ ପୂରଣ ପାଇଁ ଶ୍ରାବଣ ମାସରେ ଜଳାଭିଷେକ କରିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.