Movie prime

ଏହି ୩ ଟି କଥା ସବୁବେଳେ ଗୁପ୍ତ ରଖିବେ ନହେଲେ ବହୁତ୍ କଷ୍ଟ ପାଇବେ ଜାଣନ୍ତୁ ଏହି ୩ ଟି ଜିନିଷ କଣ ଅଟେ

 
Viral news
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମେ ସମାଜରେ ରହିଲାବେଳେ ଆମେ ଯେଉଁ ଲୋକ ସହିତ ଅଧିକ ମିଶିଥାଉ ଆମକୁ ସେହି ଲୋକ ଅଧିକ ନିଜର ଲାଗନ୍ତି। ଏବଂ ଆମେ ତାଙ୍କ ସହ ଆମର ଅନ୍ତରଙ୍ଗ କଥା କହିଥାଉ। କିନ୍ତୁ ଆମେ ନିଜର ଭାବି ସାମ୍ନା ଜଣଙ୍କୁ ଯେଉଁ ସବୁ କଥା କହିଥାଉ ତାହା ବେଳେବେଳେ ଆମ ପାଇଁ ବହୁତ୍ କଷ୍ଟ ହୋଇଥାଏ।
ଏମିତି ପରିସ୍ଥିିରେ ସୃଷ୍ଟି ହୋଇଥାଏ ଯେ ଆମକୁ ସାମ୍ନା ବାଲା ଆଗରେ ଅପମାନିତ ହେବାକୁ ପଡିଥାଏ। ଏବଂ କିଛି ଜିନିଷ ଆମର ଅକୁହା ରହିବା କଥା। ଆଉ କିଛି ଜିନିଷ କେବଳ ବ୍ୟକ୍ତିଗତ ରହିବା କଥା। ତେବେ ଆଜି ଏହି ଭିଡିଓ ରେ ଜାଣିବାକୁ ପାଇବେ ଯେ କେଉଁ ୭ଟି କଥାକୁ ଗୁପ୍ତ ରଖିବାକୁ ପଡିବ। 
୧:- ନିଜର ସମସ୍ୟା ଅନ୍ୟକୁ କହିବା ହେଉଛି ନିଜର ବଡ ସମସ୍ୟା। ତେବେ ନିଜର ସମସ୍ୟା ଯାହା ଅଛି ନିଜ ପାଖରେ ରଖିବେ। ତାହାର ସମାଧାନ ପାଇଁ ନିଜେ ଚେଷ୍ଟା କରିବେ। ଏବଂ ସମସ୍ତଙ୍କ ଆଗରେ କହିବେ ନାହିଁ କି ନିଜର ଆର୍ଥିକ ସମସ୍ୟା ଅଛି କି ଅନ୍ୟ କୌଣସି ସମସ୍ୟା ଅଛି ବୋଲି। କାରଣ ଆପଣଙ୍କ ସମସ୍ୟାର ଫାଇଦା ଅନ୍ୟ ମାନେ ଉଠାଇବେ। 
୨:- ନିଜର ଲକ୍ଷ କାହାକୁ କେବେ କହିବେ ନାହିଁ। ଏହା ଲୋକଙ୍କୁ କହିବା ଦ୍ଵାରା ନକରାତ୍ମକ ଜିନିଷ ବାରମ୍ବାର ତାଙ୍କ ପାଖରୁ ଶୁଣି ଶୁଣି, ଆପଣଙ୍କ ଗଜା ଉଠୁଥିବା ସ୍ଵପ୍ନଟି ସେଇଟି ଧୂଳିସାତ ହୋଇଯାଇଥାଏ। ସପ୍ନ ଆପଣଙ୍କର, କାର୍ଯ୍ୟ ଆପଣଙ୍କର ଏବଂ ତାହାର ରାସ୍ତାବି ଆପଣ ବାହାର କରିବେ। ତେବେ ବାହାର ଲୋକଙ୍କୁ ନିଜର ଲକ୍ଷ କହିବାର ଆବଶ୍ୟକ କୌଣସି ନାହିଁ। 
୩:- ଆପଣଙ୍କ ପରିବାରର କୌଣସି ଅସୁବିଧା। ମଣିଷର ସଂସାର ଅଛି ଏବଂ ଅନ୍ୟାନ୍ୟ ଲୋକ ଅଛନ୍ତି ସମସ୍ତଙ୍କର ବିଚାରଧାରା ଅଲଗା। ବହୁତ୍ ଲୋକ ଭୁଲ କରନ୍ତି ନିଜର ପାରିବାରିକ ସମସ୍ୟା ଅନ୍ୟ ଆଗରେ କହିଥାନ୍ତି।
ନିଜର ପାରିବାରିକ ସମସ୍ୟାକୁ ଯଦି ଅନ୍ୟ କାହା ଆଗରେ କହିବେ ତେବେ ଆପଣ ସୁନିଶ୍ଚିତ କଷ୍ଟ ପାଇବେ। ଯାହାଫଳରେ ଅନ୍ୟ ଆଗରେ କହିଥିବା ଛୋଟ କଥାଟିକୁ ସେମାନେ ବଡ଼ କରି ସବୁଆଡେ କହିଥାନ୍ତି ଏବଂ ମଜା ନେଇଥାନ୍ତି। ତେବେ ବନ୍ଧୁଗଣ ନିଜର ପାରିବାରିକ ସମସ୍ୟାକୁ ଅନ୍ୟ ଆଗରେ କେବେ କହିବେ ନାହିଁ।
୪:- କେବେ ନିଜର ସମ୍ପତି କିମ୍ବା ଅନ୍ୟର ଆର୍ଥିକ ସମ୍ପତି ବିଷୟରେ ପଚାରିବେ ନାହିଁ। ଆପଣଙ୍କ ଅର୍ଥ କିମ୍ବା ନିଜର ଅର୍ଥ ଏହି ସବୁ ସମ୍ପୂର୍ଣ ବ୍ୟକ୍ତିଗତ। ତେବେ କାହାର ବ୍ୟକ୍ତିଗତ ଜିନିଷକୁ ପଚାରିବା ଉଚିତ୍ ନୁହେଁ। ତେବେ ବନ୍ଧୁଗଣ ନିଜର ଆର୍ଥିକ ରୋଜଗାର କେବେ କାହା ଆଗରେ କହିବେ ନାହିଁ କି କାହାରିକୁ ପଚାରିବେ ନାହିଁ। 
୫:- ଅନ୍ତରଙ୍ଗ ଜିନିଷ କାହାରିକୁ କହିବେ ନାହିଁ କି ନିଜର ଦୁର୍ବଳତା କହିବେ ନାହିଁ। କାହାକୁ ଭଲ ପାଉଛନ୍ତି କି କାହା ସହିତ ବ୍ରେକଅପ କରୁଛନ୍ତି ସେହି ଜିନିଷ କେବେ ବାହାରେ କୁହନ୍ତୁ ନାହିଁ। ଅସୁବିଧା ଏହା ହୋଇଥାଏ କି ଯଦି ଆପଣଙ୍କର ତାଙ୍କ ସହିତ କୌଣସି ଅସୁବିଧା ହୋଇଥାଏ ସେହି ବ୍ୟକ୍ତି ଆପଣଙ୍କୁ ପଲଟେଇ କି ଆପଣଙ୍କର ଦୁର୍ବଳତାକୁ କହିଥାଏ। ଏବଂ ସେତେବଳ ଆପଣଙ୍କ ପାଖରେ ସେହି ବ୍ୟକ୍ତିକୁ ଉତ୍ତର ଦେବାକୁ କିଛି ନଥାଏ। 
୬:- ନିଜର ପ୍ରସଙ୍ଗ ଆଉ ନିଜର ନିନ୍ଦା କାହା ଆଗରେ କହିବେ ନାହିଁ। ଆମେ ଯେଉଁ ଜିନିଷ କରିବା କଥା ତାହା ନକରି ସଂପୂର୍ଣ୍ଣ ଓଲଟା କରୁଛେ। ଏହି ଦୁନିଆରେ କୌଣସି ଲୋକ ଅନ୍ୟର ପ୍ରଶଂସା ଶୁଣିବାକୁ ଭଲ ପାଏନାହିଁ। ପ୍ରକୃତ ଗୁଣ ହେଉଛି ଅନ୍ୟର ସୁଗୁଣକୁ ଦେଖନ୍ତୁ। 
୭:- ଯଦି ଆପଣ କୌଣସି ଜାଗାରେ ସେବା କିମ୍ବା ସାହାଯ୍ୟ କରୁଛନ୍ତି। ଆପଣ ଯଦି କାହାର ଅସୁବିଧାରେ ସାହାଯ୍ୟର ହାତ ବଢାଇଲେ ଏବଂ ତାହାକୁ ପରେ ସବୁଆଡେ କହି ବୁଲିଲେ ତାହାର କୌଣସି ମୂଲ୍ୟ ରହେନାହିଁ।
ଏହି ଭୁଲ କରିବା ଅପେକ୍ଷା ଆପଣ କୌଣସି ସାହାଯ୍ୟ ନକରିବା ଟା ହିଁ ଭଲ। ଯଦି ଆପଣ ସାହାଯ୍ୟ କରି କହି ବୁଲିଲେ ତାହା ଅର୍ଥ ଆପଣ ଅହଙ୍କାର ପ୍ରାପ୍ତ କଲେ। ସେଥି ପାଇଁ ସଦାସର୍ବଦା କୁହାଯାଇଛି ଦାନ ସଦାବେଳେ ଗୁପ୍ତ ରହିବା ଦରକାର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.