Movie prime

କିଏସେ କଳାପାହାଡ଼ ଯାହା ପାଇଁ ବଦଳିଗଲା ପ୍ରଭୁ ଜଗନ୍ନାଥଙ୍କ ଇତିହାସ !!

 
Viral
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଅନେକ କବିତା ଆପଣମାନେ ଶୁଣିଥିବେ । ଏବେ କଳା ପାହାଡ ବିଷୟରେ ଆପଣମାନେ ଜାଣି ରଖନ୍ତୁ । "ଆସିଲା କଳା ପାହାଡ଼, ଭାଙ୍ଗିଲା ଲୁହାର ବାଡ଼। ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହୀରା ପରସନ୍ତି ମୁକୁନ୍ଦ ଦେବଙ୍କ ରାଣୀ।”
Kala pahada
ଏହି କଥା ତ ଆପଣମାନେ ସମସ୍ତେ ଶୁଣିଥିବେ । ତେବେ କିଏ ଏହି କଳା ପାହାଡ଼ ଆଉ ପ୍ରଭୁ ଜଗନ୍ନାଥଙ୍କ ସହିତ ସମ୍ପର୍କ କଣ । କାହିଁକି କଳା ପାହାଡ ପାଇଁ ଶ୍ରୀ ଜଗନ୍ନାଥଙ୍କୁ ଲୁଚାଇବାକୁ ପଡ଼ିଥିଲା ?
କଳା ପାହାଡ଼ ଜଣେ ବଙ୍ଗୀୟ ବ୍ରାହ୍ମଣ ଥିଲେ । ତାଙ୍କର ନାମ ଥିଲା କଳାଚନ୍ଦ ରୟ ଥିଲା । ସେ ବଙ୍ଗୀୟ ସୁଲତାନ ରାଣୀଙ୍କର ସିପାହି ମୁଖ୍ୟ ଥିଲେ । ସେ ବୀର ଯୋଦ୍ଧା ଥିଲେ । ତାଙ୍କର ଅଦମ୍ୟ ସାହସ ଆଉ ଶକ୍ତି ଥିଲା ।
Kala pahadaa
ତାଙ୍କ କାମ ଦେଖି ତାଙ୍କ ଉପରେ ଆକୃଷ୍ଟ ହୋଇ ଯାଇଥିଲେ ସୁଲେମାନଙ୍କ ଝିଅ ଦୂଲ୍ଲାରୀ । କଳା ପାହାଡ଼ ମଧ୍ୟ ଦୂଲ୍ଲାରୀଙ୍କୁ ଭଲ ପାଇ ବସିଲେ । ଆଉ ଦୂଲ୍ଲାରୀ ଇସଲାମ ଧର୍ମର ଥିଲେ । କଳା ପାହାଡ଼ ତାଙ୍କୁ ବିବାହ କରିବାକୁ ହେଲେ ସେ ଇସଲାମ ଧର୍ମ ଗ୍ରହଣ କରିବାକୁ ପଡ଼ିବ ।
ତାପରେ କଳା ପାହାଡ଼ ଧର୍ମ ପରିବର୍ତ୍ତନ କରି ଦୂଲ୍ଲାରୀଙ୍କୁ ବିବାହ କରିଲେ । ପୂର୍ବରୁ ଦୂଲ୍ଲାରୀଙ୍କର ଦୁଇଜଣ ହିନ୍ଦୁ ପତ୍ନୀ ଥିଲେ । ଦୂଲ୍ଲାରୀଙ୍କ ପାଖରେ କିଛିଦିନ ରହିବା ପରେ ପୂର୍ବ ପତ୍ନୀ ମାନଙ୍କ କଥା ମନେ ପଡିବାରୁ ସେ ତାଙ୍କ ପାଖକୁ ଯାଇଥିଲେ । ଆଉ ସେମାନେ ତାଙ୍କୁ ସ୍ବୀକାର ମଧ୍ୟ କରିଲେ ।
ଏହାପରେ ତାଙ୍କର ଧର୍ମ ପରିବର୍ତନ କରିବା ପାଇଁ ତାଙ୍କୁ କହିଥିଲେ । ଏହାପରେ ସେ ମୁକ୍ତି ମଣ୍ଡପ ଗଲେ କିନ୍ତୁ ତାଙ୍କର ଧର୍ମ ବଦଳାଇବାକୁ କେହି ରାଜି ହେଲେ ନାହିଁ । ତାପରେ ସେ ତାଙ୍କ ସ୍ତ୍ରୀ ଦୂଲ୍ଲାରୀ ପାଖକୁ ଆସିଲେ । ଆଉ ଧିରେ ଧିରେ ସେ ହିନ୍ଦୁ ଧର୍ମକୁ ଘୃଣା କରିଲେ । 
ଓଡ଼ିଶାରେ ଆଫଗାନିସ୍ତାନ ଶାସନ ଆରମ୍ଭ ହୋଇ ଯାଇଥିଲା ୧୫୬୮ ଖ୍ରୀଷ୍ଟାବ୍ଦରେ । ବାରବାଟୀ ଦୂର୍ଗ ଅତିୟାର କରିବା ପରେ କଳା ପାହାଡ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଏହି ଖବର ଜଗନ୍ନାଥଙ୍କ ସେବାୟତମାନେ ପାଇବା ପରେ ସେମାନେ ଚିଲିକାର ଏକ ଦ୍ଵୀପରେ ସମସ୍ତ ବିଗ୍ରହକୁ ଲୁଚାଇ ରଖିଲେ ।
ଏହି ଖବର କଳା ପାହାଡ ପାଇଗଲା । ଏହାପରେ ଶ୍ରୀ ବିଗ୍ରହ ମୂର୍ତ୍ତିକୁ ଅଗ୍ନିରେ ଦାହ କରିଲା କଳା ପାହାଡ଼ । ଏହାପରେ ଜଣେ ବ୍ୟକ୍ତି ମୃଦଙ୍ଗ ଭିତରେ ଏହି ବିଗ୍ରହ ପୁରାଇ ପୁରୀ ନେଇ ଆସିଥିଲେ । ଏହାପରେ ନବ କଳେବର କରାଯାଇଥାଏ । ଆଉ ନୂଆ ବିଗ୍ରହ ତିଆରି କରାଯାଇଥାଏ । ଆପଣମାନେ ସମ୍ପୂର୍ଣ୍ଣ କାହାଣୀ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।