Movie prime

କଳିଯୁଗ ରେ ମହାଦେବଙ୍କ ସନ୍ଧାନ ଦେଖନ୍ତୁ ହୁଙ୍କା ରୁ ଶୁଭୁଛି ଫଁ ଫଁ ଶବ୍ଦ ଚାଲିଛି ପୂଜାର୍ଚ୍ଚନା Jay Mahakal

 
Special report
ନମସ୍କାର ପାଠକ ବନ୍ଧୁ। ଆପଣ ଙ୍କୁ ଯଦି କୁହାଯାଏ କି, ଧରାପୃଷ୍ଟି ରେ ଦେଖା ଦେବେ ଶିବ ଭାଗଵନ..!! ହୁଙ୍କା ଭିତରୁ ଆବିର୍ଭାବ ହେବେ ଦେବ ଦେବ ମହାଦେବ..!! କଣ ଆପଣ ବିଶ୍ଵାସ କରିପାରିବେ..???
ହେଲେ ବିଶ୍ଵାସ କରୁଛନ୍ତି, ଏକ ଗ୍ରାମ ର ସମସ୍ତ ଗ୍ରାମବାସୀ। ତାଙ୍କ ଅନୁସାରେ ଗାଁ ରେ ଥିବା ନଦୀ କୂଳ ଜମି ସ୍ଥାନୀୟ ଏକ ହୁଙ୍କା ରୁ ବାହାରୁଛି ଫଁ ଫଁ ର ଶବ୍ଦ। ଆଶଙ୍କା ରହିଛି ଯେ ହୁଙ୍କା ଭିତରେ ରହିଛି ଗୁପ୍ତ ଶିବ ଲିଙ୍ଗ। କଣ ଏହା ପଛରେ ସତ୍ୟତା ଆସନ୍ତୁ ଜାଣିବା ।
ଉସୁମା ହେଉଛି ଏକ ମଧ୍ୟମ ଆକାରର ଗାଁ, ଓଡ଼ିଶାର କଟକ ଜିଲ୍ଲାର ମହଙ୍ଗା ବ୍ଲକରେ ଅବସ୍ଥିତ ଯେଉଁଥିରେ ସମୁଦାୟ ୩୬୬ ପରିବାର ବାସ କରୁଛନ୍ତି। ସେଠାରେ ଥିବା ଗୋଭାରି ନଦୀ କୂଳ ଠାରେ ଦେଖା ଦେଇଛି ଏକ ଆଲୌକିକ ଶକ୍ତିମାନ ହୁଙ୍କା।
ସ୍ଥାନୀୟ ଲୋକ ଙ୍କ ଅନୁସାରେ ଏହି ହୁଙ୍କା ରୁ ବାହାରୁଛି ଫଁ ଫଁ ର ଶବ୍ଦ ଏବଂ ନାଗ ନାଗୁଣୀ ମଧ୍ୟ ହୁଙ୍କା ରୁ ବାହାରି ନିଜର ଅବସ୍ଥିତି କୁ ପ୍ରମଣ୍ୟ କରୁଛନ୍ତି।
Special report
ହୁଙ୍କା ତାଳେ ନିଶ୍ଚୟ ଶିବଲିଙ୍ଗ ଲୁଚି ରହିଛି ବୋଲି ଗ୍ରାମବାସୀ କହିଛନ୍ତି। ହେଲେ ଏହା ଆଲୌକିକ ହେବାର ପ୍ରମାଣ କଣ ରହିଛି???
ସେହି ସ୍ଥାନ ର ମାଲିକ ଙ୍କ ଅନୁସାରେ ସେ ସେହି ହୁଙ୍କା ଟି କୁ ଭାଙ୍ଗି ସଫା କରିଦେଇଥିଲେ ମାତ୍ର କିଛି ଦିନ ମଧ୍ୟରେ ସେହି ସ୍ଥାନ ରେ ପୁଣି ଏକ ବିଶାଳ ହୁଙ୍କା ଦେଖିବାକୁ ମିଳିଥିଲା।
ହୁଙ୍କା ଟି ୧୫ ଫୁଟ୍ ଉଚ୍ଚତା ଥିବାରେ ଏହା ଧିରେ ଧିରେ ଆହୁରି ବଢ଼ିବାକୁ ଲାଗିଛି। ଗ୍ରାମର ଲୋକ ଏହା ଦେଖି ଏବଂ ସେଥିରୁ ବାହାରିଥିବା ଶବ୍ଦ ଶୁଣି ଏହି ହୁଙ୍କା କୁ ପୂଜା କରିବାକୁ ଲାଗିଲେ।
Special report
ସେହି ଅଞ୍ଚଳ କୁ ଫୁଲ ଚନ୍ଦନ ଦେଇ, ଭବ୍ୟ ଯଜ୍ଞ ଆୟୋଜନ କରି, ଗ୍ରାମବାସମାନେ ଖୁବ୍ ଭକ୍ତି ରେ ଭଗବାନ୍ ଶିବ ଙ୍କୁ ସନ୍ତୁଷ୍ଟ କରିବା ରେ ଲାଗିଛନ୍ତି।
ହୁଙ୍କା ରୁ ବାହାରୁଥିବା ନାଗ ଓ ନାଗୁଣୀ ଦେବତା ଙ୍କ ପାଇଁ କ୍ଷୀର ମଧ୍ୟ ରଖା ଯାଉଛି। ସେହି ହୁଙ୍କା ପାଖରେ ପ୍ରତ୍ଵେକ ଦୀନ ସନ୍ଧ୍ୟା ସମୟରେ ଶିବ କୀର୍ତ୍ତନ ନାମ କରାଯାଉଅଛି।
 ସ୍ଥାନୀୟ ଲୋକ ଙ୍କ ଅନୁସାରେ ଏହି ସ୍ଥାନ ର ଆଖପାଖ ଅଞ୍ଚଳରେ ଅନେକ ଗୁଡ଼ିଏ ଚମତ୍କାରିତ ଘଟଣା ଦେଖିବାକୁ ମିଳିଛି। ଏହି ସ୍ଥାନ ରେ ଯିଏ ଆସି ମନୋକାମନା କରିଥାଏ ତାହା ଖୁବ୍ ଶୀଘ୍ର ପୁରାଣ ହୋଇଯାଏ।
କଟକ ଜିଲ୍ଲାର ମହଙ୍ଗା ବ୍ଲକରେ ଅବସ୍ଥିତ ଉସୁମା ଗ୍ରାମରେ ଥିବା ହୁଙ୍କା ରୁ ଶିବ ଭଗବାନ ୨୦୨୪ ରେ ପ୍ରକଟ ହେବ ବୋଲି ଆକାଶବାଣୀ ମଧ୍ୟ କରୁଛନ୍ତି କିଛି ବିଦ୍ୱାନ ସାଧୁ ବାବା ବୃନ୍ଦ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.