Movie prime

ସବୁଠାରୁ କଠିନ ତୀର୍ଥଯାତ୍ରା କେଦାରନାଥ ଠାରୁ ମଧ୍ୟ ଆହୁରି କଠିନ ଦେଖନ୍ତୁ କେମିତି ଏବଂ ଯେଉଁଭଳି ଭାବରେ ହୁଏ ଦର୍ଶନ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିପାରିବେ । ଆପଣମାନେ ସୋସିଆଲ ମିଡିଆରେ ଏଭଳି କିଛି ଖବର ବିଷୟରେ ଜାଣିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
ଆପଣ ଜାଣିଛନ୍ତି କି ଓଡ଼ିଶାରେ ମଧ୍ୟ ଏଭଳି କିଛି ତୀର୍ଥସ୍ଥଳୀ ଅଛି ସେଠାରେ ମଧ୍ୟ ରହସ୍ୟମୟୀ ଗୁମ୍ଫା ଅଛି । ସେଠାକୁ ଯିବାକୁ ହେଲେ ବଦ୍ରିନାଥ ଠାରୁ ବି କଠିନ ଯାତ୍ରା କରିବାକୁ ପଡ଼ିବ । ଏହି ଯାତ୍ରାରେ ପାଦ ପାଦରେ ବିପଦ ଅଛି ।
ସେହି ସ୍ଥାନକୁ ଗାଡ଼ି ଯାଇପାରିବ ନାହିଁ କି ଘୋଡ଼ା ଯାଇପାରିବ ନାହିଁ । ଟିକେ ଅସାବଧାନତା ହେଲେ ଏହା ନେଇପାରେ ଜୀବନ । ସେହି ସ୍ଥାନ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ରାସ୍ତାର ଗୋଟିଏ କିଲୋମିଟର ଯିବା ପରେ ଆରମ୍ଭ ହୋଇଥିଲା ଅସଲ ଯାତ୍ରା । 
ସେହି ସ୍ଥାନକୁ ଯିବା ପାଇଁ ଭଗବାନ ଶିବଙ୍କୁ ସ୍ମରଣ କରିବାକୁ ପଡ଼ିବ । ରାସ୍ତାରେ ଏହି a1 ନ୍ୟୁଜ ଟିମ୍ ଯିବା ସମୟରେ ଜଣେ ବାବାଙ୍କୁ ଦେଖିଲେ । ଏହାପରେ ପୁଣି ଯିବା ଆରମ୍ଭ କରିଲେ । ଏହି ଗୁମ୍ଫା ଉପରକୁ ଉଠିବା ବହୁତ କଷ୍ଟାଦାୟକ ଅଟେ ।
ଏହି ପାହାଡ ଚଢ଼ିବାକୁ ବହୁତ କଷ୍ଟ ହେଉଥିଲା । ପର୍ବତାରୋହୀଙ୍କ ପରି ବସି ବସି ଏହି ଉପରକୁ ଯିବାର ଥିଲା । ଏହା ବିପଦପୂର୍ଣ୍ଣ ରାସ୍ତା ଥିଲା ।
ଉପରେ କଣ ଅଛି ଏହି କଥା ଜାଣିବା ପାଇଁ ମନରେ ଉତ୍ସାହ ହୋଇଥାଏ । ସେଥିପାଇଁ ସେମାନେ ଧୀରେ ଧୀରେ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ । 
ତାପରେ ଏକ ପୋଲ ପଡ଼ିଲା ଆଉ ଧୀରେ ଧୀରେ ଏହି ପୋଲକୁ ପାର କରିଲେ । ଏହାପରେ ସେହି ଗୁମ୍ଫାରେ ସେମାନେ ପହଞ୍ଚିଲେ । ସେହି ଗୁମ୍ଫା ସହିତ ରାମାୟଣର ସମ୍ପର୍କ ଅଛି ।
ଲୋକ କଥା ଅନୁସାରେ ଏହି ଗୁମ୍ଫାରେ ସୁଗ୍ରୀବ ବାଳିଙ୍କ ଭୟରେ ଏଠାରେ ଲୁଚି ଥିଲେ ।ଏହି ଗୁମ୍ଫା ତଳୁ ସବୁବେଳେ ପାଣି ଆସିଥାଏ । ଏହାପରେ ଝରଣାର ଉତ୍ପତ୍ତି ସ୍ଥଳକୁ ଗଲେ । ସେଥିରେ ୮୦ ବର୍ଷୀୟ ବାବା ଥିଲେ । ଏହି ପର୍ଯ୍ୟଟକ ସ୍ଥଳୀ ଯାଜପୁର ଜିଲ୍ଲା ସୁକିନ୍ଦା ଠାରେ ଅଛି ।ଏହା ହେଉଛି ଅଶୋକ ଝର ।