Movie prime

ହୀରା , ମୋତି, ମାଣିକ ରେ ଭରପୁର ରତ୍ନଭଣ୍ଡାର ରେ ଅଛି କେତେ ସମ୍ପତି ? ଜଣା ପଡ଼ିବ ସବୁ ତଥ୍ୟ ଦେଖନ୍ତୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି ଲାଗିଲାଣି। ଏପରି ସମୟରେ ତୁରନ୍ତ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ଛତିଶଗଡ ରାଜ୍ୟପାଳ।
Special Report
ତେବେ ବନ୍ଧୁଗଣ ଏବେ ସାମ୍ନାକୁ ଆସିବ କେତେ ଟଙ୍କାର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥ। ରତ୍ନ ଭଣ୍ଡାରରେ କେତେ ହୀରା, ମୋତି ମାଣିକ ରହିଛି ତାହା ଏବେ ସାମ୍ନାକୁ ଆସିବ। 
ରାତ୍ନଭଣ୍ଡାରରେ ହିସାବ କରି ହେଉନଥିବା ଅଗଣିତ ଧନ ଭରି ରହିଛି ବୋଲି ଶୁଣିବାକୁ ମିଳେ। ତାହା ଏବେ ପ୍ରମାଣିତ ହେବ। ସପ୍ତଫେଣି ନାଗ ଫାଶରେ ବାନ୍ଧି ହୋଇ ରହିଥିବା ରତ୍ନଭଣ୍ଡାର କୁ ଜଗି ରହିଛନ୍ତି ବଡ଼ ବଡ ବିଷଧର ସାପ।
Special Report
ରତ୍ନଭଣ୍ଡାରର କବାଟ ଖୋଲିବା ପାଇଁ ଗରୁଡ ପୁରାଣର ପାଠ କରିବା ଆବଶ୍ୟକ। ତେବେ ବନ୍ଧୁଗଣ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଦାବି କରିଛନ୍ତି। 
ଗଣମାଧ୍ୟମକୁ ସେ କହିଛନ୍ତି ଯେ, ରତ୍ନଭଣ୍ଡାରରେ କ’ଣ ଅଛି? ତାକୁ ନେଇ କୋଟିକୋଟି ଜଗନ୍ନାଥପ୍ରେମୀ ଏବଂ ଓଡ଼ିଆଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ସନ୍ଦେହ ଦୂର କରିବା ପାଇଁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବା ଦରକାର ।
Special Report
ଏଥିପାଇଁ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଛତିଶଗଡ ରାଜ୍ୟପାଳଙ୍କ ଦାବି ପରେ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ରତ୍ନଭଣ୍ଡାର ସଂପର୍କିତ ମାମଲା ଏବେ ନ୍ୟାୟାଳୟରେ ବିଚାରଧୀନ ରହିଛି। 
Special Report
ତେଣୁ ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବା ଠିକ ହେବ ନାହିଁ। ରତ୍ନଭଣ୍ଡର ଖୋଲିବା ପାଇଁ ବିରୋଧୀଙ୍କ ଅଭିଯୋଗ ଆସିଛି। ଆଉ ଏବେ ରଥ ଯାତ୍ରାକୁ ନେଇ ହାତ ଗଣତି ଦିନ ରହିଥିବା ବେଳେ
 ଛତିଶଗଡ ରାଜ୍ୟପାଳଙ୍କ ଦାବି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି। ତେବେ ବନ୍ଧୁଗଣ ପ୍ରକୃତରେ ରତ୍ନଭଣ୍ଡାର ଖୋଲିବ କି ନାହିଁ ତାକୁ ନେଇ ଆଲୋଚନା ଜାରିରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.