Movie prime

ପ୍ରତ୍ୟେକ ଦିନ ରାତିରେ ଶୁଭେ କାହା କାନ୍ଦ ଦେଖନ୍ତୁ କଣ କୁହେ କୋଣାର୍କ ମନ୍ଦିରର ଇତିହାସ - Konarka Truth

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଣାର୍କ ସୂର୍ଯ୍ୟ ମନ୍ଦିର ରହସ୍ୟ ବିଷୟ ଜାଣିଲେ ଆଜି ବି ପୁରା ବିଶ୍ଵ ହତଭାଗ ହୋଇଯାଇଥାଏ। ମହା ଅଲୌକିକ ରହସ୍ୟ ଆଜି ବି କୋଣାର୍କ ମନ୍ଦିର ମାଟି ତଳେ ପୋତି ହୋଇରହିଛି।
Special report
ଆଉ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋଣାର୍କ ମନ୍ଦିର ପ୍ରତି ଦୁଇଟି ପଥର ଭିତରେ ମଧ୍ୟରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦେଉଳକୁ ଲୁହା ବିନ ଦେଇ ମଜବୁତ୍ କରାଯାଇଥିଲା।
ଆଉ ସବୁଠାରୁ ବଡକଥା ହେଲା କି ମନ୍ଦିର ଦଧନଉତି ବା ଚୁଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଲଗାଯାଇଥିଲା। ଯାହାକୁ ୧୨ ସହ ବଢେଇ କରି ପାରିନଥିଲେ ତାହା ୧୨ ବର୍ଷର ଶିଳ୍ପୀ ପୁତ୍ର ଥରକରେ କରି ଦେଖେଇଥିଲା। 
ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ରକୂଳର ପ୍ରତିକୂଳରେ ପ୍ରଭାବିତ ନହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା। ଆଉ ଅଲୌକିକକଥାଟି ହେଉଛି ମୁଖ୍ୟପ୍ରତିମା କୌଣସି ସିଂହାସନରେ ବସିନଥିଲେ। ବରଂ ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ସନ୍ଧି ବଳରେ ଏହି ପ୍ରତିମା ଶୂନ୍ୟରେ ଭାଷାମାନ ବା ପବନରେ ଝୁଲି ରହିଥିଲା।
Special report
ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରାଯାଇଥିଲା ଯେମିତିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ନାଟ ମନ୍ଦିର ଦେଇ ଗର୍ଭ ଗୃହରେ ଥିବା ମୁଖ୍ୟପ୍ରତିମାଙ୍କ ନାଭିରେ ସଂଯୁକ୍ତ ହୀରାରେ ପ୍ରତିଫଳିତ ହେଉଥିଲା। ଅର୍ଥାତ୍ ସୂର୍ଯ୍ୟକିରଣ ସିଧା ଯାଇ ମୂର୍ତ୍ତିର ନାଭିରେ ପଡୁଥିଲା। 
ଆଉ ସେହି ନାଭିରେ ଥିବା ହିରାରେ ସୂର୍ଯ୍ୟକିରଣ ପଡି ଚିକଚିକ କରୁଥିଲା। ଆଜି ଏହା ଶୁଣିବା ବେଳକୁ ଆଧୁନିକ ବୈଜ୍ଞାନିକ ମାନଙ୍କୁ ବି ଅସମ୍ଭବ ଲାଗୁଛି। କିନ୍ତୁ ହଜାର ବର୍ଷ ତଳେ ଆମ ରାଜ୍ୟର ଶିଳ୍ପୀ ମାନେ ଏହାକୁ ସମ୍ଭବ କରିଥିଲେ।
Special report
ସବୁଠାରୁ ବଡକଥା ହେଲା କୋଣାର୍କରେ ଲାଗିଥିବା ବିଶାଳ ଚୁମ୍ବକ ସମୁଦ୍ରରୁ ଜାହାଜ ମାନଙ୍କୁ ଭିଡ଼ି ଧରୁଥିଲା। ତେଣୁ ପରବର୍ତ୍ତୀ କାଳେ କୋଣାର୍କରେ ଖଞ୍ଜା ଯାଇଥିବା ଚୁମ୍ବକକୁ ଇଂରେଜ ମାନେ ବାହାର କରି ନେଇଯାଇଥିଲେ ବୋଲି କୁହାଯାଏ। 
ଆଉ ଏକ ଜନସୃତି ଶୁଣିବାକୁ ମିଳେ ଯେ, ଏହି ଚୁମ୍ବକରେ ଶକ୍ତି ଏତେ ପ୍ରବଳ ଥିଲା ଯେ ସମୁଦ୍ରରେ ଯାଉଥିବା ଜାହାଜ ଗୁଡ଼ିକରେ ଥିବା କଂପାସ ଏହାଦ୍ବାରା ପ୍ରଭାବିତ ହୋଉଥିଲା। ପୁଣି କୋଣାର୍କ ସମ୍ମୁଖଭାଗରେ ଲାଗିଥିବା ନବଗ୍ରହ ମୂର୍ତ୍ତି କାଢ଼ିବାକୁ ପୁରା ନାକେଦମ ହୋଇଥିଲା ହୋଇଥିଲା ଇଂରେଜ ସରକାର।
ତାକୁ କାଢିବା ପାଇଁ ନିଜ ଦେଶ ଇଂଲଣ୍ଡରୁ ଅତ୍ୟାଧୁନିକ ମେସିନ ମଗାଇଥିଲେ ଇଂରେଜ ସରକାର ତଥାପି ତା'ର ଓଜନକୁ ମେସିନ ସମ୍ଭାଳି ପାରିନଥିଲା। ତେଣୁ ବାଧ୍ୟ ହୋଇ ଇଂରେଜ ମାନେ ନବଗ୍ରହ ମୂର୍ତ୍ତିକୁ କାଟି କାଟି ବାହାର କରିଥିଲେ। ତେଣୁ କୁହାଯାଏ ଆଜି ବି କୋଣାର୍କ ମାଟି ତଳ ଖୋଳିଲେ ଅନେକ ରହସ୍ୟ ସାମ୍ନାକୁ ଆସିବା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.