Movie prime

କେମିତି ଗରୁଡ଼ ହେଲେ ପ୍ରଭୁ ବିଷ୍ଣୁଙ୍କ ବାହାନ !! ଜାଣନ୍ତୁ ଏହାର ପ୍ରକୃତ ଗୁପ୍ତ କଥା

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଏବେ ଏଭଳି କିଛି ଖବର ଆସିଛି ଯାହା ଆପଣମାନେ ଜାଣିପାରିବେ । ଏବେ ହିନ୍ଦୁ ଧର୍ମକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ ।
ଗରୁଡ଼ ହିନ୍ଦୁ ଧର୍ମ କାହାଣୀର ଗୋଟିଏ ସୁନ୍ଦର ଚରିତ୍ର ଅଟେ । ଯାହାଙ୍କ ନାକ ଲମ୍ବା , ଶୁଆ ଥଣ୍ଟ ଭଳି ଆଉ ଦୁଇଟି ଡେଣା ରହିଛି । ଏହି ଗରୁଡଙ୍କୁ ଆପଣମାନେ ବିଷ୍ଣୁ ଦେବତାଙ୍କ ମନ୍ଦିର ସମ୍ମୁଖରେ ଦେଖିଥିବେ । ଆଜି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଗରୁଡ଼ଙ୍କ ବିଷୟରେ ଜାଣନ୍ତୁ ।
Yy
ମହର୍ଷି କଶ୍ୟପଙ୍କର ଦୁଇଜଣ ପତ୍ନୀ ଥିଲେ । କଦ୍ରୁ ଏବଂ ବନିତା । ଆଉ ଉଭୟଙ୍କର ପୁତ୍ର ପ୍ରାପ୍ତି ପାଇଁ ଇଚ୍ଛା ଥିଲା । ଏହାପରେ ତାଙ୍କୁ ପୁତ୍ର ପ୍ରାପ୍ତି ପାଇଁ ବର ପଚରା ଯାଇଥିଲା । ଆଉ ଏହି ଅନୁସାରେ କଶ୍ୟପଙ୍କର କଦ୍ରୁ କହିଲେ ତାଙ୍କୁ ସହସ୍ର ବଳଶାଳୀ ପୁତ୍ର ଦରକାର ।
ଏବଂ କଶ୍ୟପଙ୍କର ପତ୍ନୀ ବନିତା କହିଲେ ତାଙ୍କୁ ଦୁଇଟି ପୁତ୍ର ସନ୍ତାନ ଦରକାର । ଯେଉଁମାନେ କଦ୍ରୁଙ୍କ ପୁତ୍ର ଠାରୁ ବଳବାନ ହୋଇଥିବେ । ମହର୍ଷି କଶ୍ୟପ ତାଙ୍କୁ ଯଜ୍ଞ କରିବାକୁ କହିଥିଲେ । ଏହାପରେ ତାଙ୍କର ଇଚ୍ଛା ପୂରଣ ହେଲା । 
କଦ୍ରୁଙ୍କ ଗର୍ଭରୁ ସହସ୍ର ଅଣ୍ଡା ଜନ୍ମ ହେଲା ଆଉ ଏହି ଅଣ୍ଡା ସର୍ପର ଥିଲା । ତାଙ୍କ ଗର୍ଭରୁ ଶହେ ସର୍ପ ଜନ୍ମ ହେଲା । ଏହାପରେ ବନିତାଙ୍କ ଗର୍ଭରୁ ଜନ୍ମ ହୋଇଥିବା ଦୁଇଟି ଅଣ୍ଡା ଫୁଟୁ ନଥିଲା ଆଉ ଏହାକୁ ନେଇ ସେ ଚିନ୍ତାରେ ଥିଲେ ।
Hj
ଏହାପରେ ବନିତା ବିଚଳିତ ହୋଇ ଗୋଟିଏ ଅଣ୍ଡାକୁ ଫୁଟାଇ ଦିଅନ୍ତି । ତହିଁରୁ ଗୋଟିଏ ଅର୍ଦ୍ଧ ବିକଶିତ ବାଳକ ଜନ୍ମ ହୋଇଥିଲା । ଆଉ ଏହି ଅର୍ଦ୍ଧ ବିକଶିତ ବାଳକ ବନିତାଙ୍କୁ କଦ୍ରୁଙ୍କ ଦାସୀ ହେବାକୁ ଅଭିଶାପ ଦେଇଥିଲେ । 
ଏହାପରେ ବନିତା କାନ୍ଦିଥିଲେ । ତାପରେ ଏହି ଅର୍ଦ୍ଧ ବିକଶିତ ବାଳକ ମନଦୁଃଖ କରିଥିଲେ । ଏହାପରେ ସେ ପରବର୍ତ୍ତୀ ଅଣ୍ଡା ଫୁଟିବା ପାଇଁ ଅପେକ୍ଷା କରିବାକୁ କହିଥିଲେ । ଆଉ ଏହାପରେ ସେ ଆକାଶକୁ ଉଡ଼ି ଯାଇଥିଲେ । ଏହାପରେ ସେହି ଦ୍ଵିତୀୟ ଅଣ୍ଡା ଫାଟି ଥିଲା ।
ଆଉ ତାହାକୁ ଦେଖି ସର୍ପମାନେ କଟାକ୍ଷ କରିଥିଲେ । ଏହାପରେ ତାଙ୍କ ମାଙ୍କୁ ସେ ଏହି ଅଭିଶାପରୁ ମୁକ୍ତି କରିବା ପାଇଁ ତପସ୍ୟା କରିଥିଲେ । ଏହାପରେ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ସେହି ବାଳକ ଜଣଙ୍କୁ ତାଙ୍କ ବାହନ କରିଥିଲେ । ଏହିପରି ଭାବରେ ଗରୁଡ ବିଷ୍ଣୁଙ୍କ ବାହନ ହୋଇଥିଲେ ।