Movie prime

ଯିଏ ଦେଖୁଛି ସିଏ ହେଉଛି ଆଶ୍ଚର୍ୟ୍ଯ ପ୍ରବଳ ଗରମ ପାଇଁ ମା ଦେହରେ ଝାଳ ଦେଖନ୍ତୁ ଏହି ଅଲୌକିକ ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କାକଟପୁର ବାସିନୀ ମା ମଙ୍ଗଳାଙ୍କ ବାରମାସରେ ତେର ପର୍ବ। ସେଥିମଧ୍ୟରୁ ଚୈତ୍ରମାସର ଝାମୁଯାତ୍ରା ହେଉଛି ମା’ ମଙ୍ଗଳାଙ୍କ ମୁଖ୍ୟ ପର୍ବ।
ଏହି ସମୟରେ ମା ମଙ୍ଗଳାଙ୍କ ମନ୍ଦିରରେ ଦେଖିବାକୁ ମିଳିଥାଏ ଅନେକ କିଛି ପରମ୍ପରା। ତେବେ ବନ୍ଧୁଗଣ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଅସହାୟ ଗରମ ଅନୁଭୂତ ହୁଏ। 
ଆଉ ଏତିକି ବେଳେ ମାଙ୍କର ପାଷାଣ ପ୍ରତିମାରୁ ବିନ୍ଦୁ ବିନ୍ଦୁ ଝାଳ ବୋହୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ପୂଜକ ଓ ଶ୍ରଦ୍ଧାଳୁ। ସକାଳ ହେବା କ୍ଷଣି ମା ଙ୍କ ଦିବ୍ୟ ଦର୍ଶନ କରିବା ପୂର୍ବରୁ ସ୍ନାନ ପୂର୍ବରୁ ସମାନ ଦ୍ରୁଶ୍ଯ ଦେଖିବାକୁ ମିଳିଛି।
Special Report
ମାନବ ଶରୀର ଭଳି ମା ପିନ୍ଧୁ ଥିବା ବସ୍ତ୍ର ସବୁ ଗମଗମ ଝାଳରେ ଓଦା ହୋଇ ଯାଇଥାଏ। ସତେ ଯେମିତି ସାକ୍ଷାତ ମା ପାଷାଣ ପ୍ରତିମା ଭିତରେ ବିରାଜମାନ ହୋଇଛନ୍ତି।
ମନ୍ଦିର ଗର୍ଭ କୁଣ୍ଡରେ ମାଙ୍କର ଝାଳରେ ଓଦା ଥିବା ବସ୍ତ୍ର ମାନ ମହକକୁ ଥାଏ ବୋଲି ପୂଜକ ଓ ସେବାୟତ ମାନେ ମତ ଦେଇଛନ୍ତି। ସେହିପରି ଆଉ ଏକ ଘଟଣା ହେଉଛି ମା ମଙ୍ଗଳାଙ୍କର ବିଶ୍ରାମ ସ୍ଥାନକୁ ନେଇ।
ବିଶ୍ଵାସ ରହିଛି ଯେ ମହାପ୍ରଭୁ ଙ୍କ ମା ହେଉଛନ୍ତି ମଙ୍ଗଳା ମା। ତେଣୁ ପ୍ରତି ଦିନ ନିଜ ପୁଅକୁ ଦେଖିବାକୁ ମା ପୁରୀ ଯାଇଥାନ୍ତି। ଆଉ ଶ୍ରୀ ମନ୍ଦିରରୁ ଫେରିବା ପରେ କାକଟପୁର ବିଶ୍ରାମ ଶିଳା ରେ ଥକା ମେଣ୍ଟାଇ ଥାନ୍ତି। 
ତେଣୁ ବିଶ୍ରାମ ଶିଳା ବସିବା ସ୍ଥାନରେ ଦିନକୁ ଦିନ ଗଭୀର ହୋଇ ଯାଉଛି ବୋଲି ଦେଖିବାକୁ ମିଳିଛି। ଏପଟେ ମା ମଙ୍ଗଳାଙ୍କ ପ୍ରତିମାରୁ ଝାଳ ବାହାରୁଥିବା ଖବର କୁ ନେଇ ବୈଜ୍ଞାନିକ କାରଣ ରହିଛି ବୋଲି ସ୍ଥାନୀୟ ଶିକ୍ଷକ କହିଛନ୍ତି।
ପଦାର୍ଥ ଓ ଜଳବାୟୁକୁ ନେଇ ଏହାର ସମ୍ପର୍କ ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଜ୍ଞାନୀ ଶିକ୍ଷକ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.