Movie prime

ମାଁ ମଙ୍ଗଳା ଙ୍କ ଏହି କାହାଣୀ ପଢ଼ି ନିଶ୍ଚୟ ସେୟାର କରିବେ, ଆଉ ହୃଦୟ ରୁ ଲେଖିବେ ଜୟ ମା ମଙ୍ଗଳା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଭାରତୀୟ ସଭ୍ୟତାରେ ଅନେକ ଏଭଳି କଥା ରହିଛି ଯାହା ବିଷୟରେ ଆମେ ଜାଣିନଥାଉ। କିନ୍ତୁ ସେସବୁ ବିଷୟରେ ଅନେକ ପ୍ରକାରର ଗୁପ୍ତ ରହସ୍ୟ ମାନ ରହିଛି।
ତେବେ ଆମ ହିନ୍ଦୁ ସଭ୍ୟତାରେ ଅନେକ ସ୍ଥାନରେ ଅନେକ ପ୍ରକାରର ପ୍ରସଦ୍ଧ ମନ୍ଦିର ମାନ ଦେଖାଯାଇଥାଏ। ତେବେ ଆଜି ଆମେ ଯେଉଁ ମନ୍ଦିର ବିଷୟରେ ଜାଣିବା ତାହା ହେଉଛି କାକଟପୁରରେ ଥିବା ମା ମଙ୍ଗଳା ଙ୍କର ମନ୍ଦିର ବିଷୟରେ। 
ଓଡ଼ିଶାର ପୁରୀ ଜିଲ୍ଲା କାକଟପୁରରେ ଅବସ୍ଥିତ ମାଆ ମଙ୍ଗଳାଙ୍କ ଭବ୍ୟ ମନ୍ଦିର ପ୍ରଚଳିତ। ଲୋକକଥା ଅନୁସାରେ ମାଆ ମଙ୍ଗଳା ବୋହୁ କାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀ ଗର୍ଭରେ ରହି ଆସୁଥିଲେ। ଥରେ ଜଣେ ନାଉରିଆ ନଦୀକୁ ଯାଉଥିବା ସମୟରେ ହଠାତ୍ ବନ୍ୟା ଆସିଥିଲା ଏବଂ
ଡ଼ଙ୍ଗାଟି କୁଳ ନପାଇ ଏଣେ ତେଣେ ଭାସି ଯାଇ ନଦୀର ମଝିରେ ଯାଇ ଡ଼ଙ୍ଗାଟି ପହଞ୍ଚିଲା। ଆଶ୍ଚର୍ଯ୍ୟର କଥା ଏତେ ବଡ ବନ୍ୟା ବିତିଗଲା ହେଲେ ଡ଼ଙ୍ଗାଟି ସୁରକ୍ଷିତ ଭାବରେ ନଦୀ ମଝିରେ ଯାଇ ଅଟକି ରହିଥିଲା। 
ଏବଂ ଡଙ୍ଗା ସହିତ ନାଉରୀ ଜଣଙ୍କ ମଧ୍ୟ ରକ୍ଷା ପାଇ ଯାଇଥିଲେ। ଶେଷରେ କିଛି ସମୟ ବିତିଗଲା ଡଙ୍ଗାଟି ଯାଇ କୂଳରେ ଲାଗିଲା ନାଉରୀ ଭାଇ ସେଠାରେ ଆଉ ନରହି ଘରକୁ ଫେରି ଆସିଲେ। ଏହାପରେ ରାତି ସମୟରେ ନାଉରୀଙ୍କୁ ସ୍ବପ୍ନ ହେଲା।
ସ୍ବପ୍ନରେ ଆସି ମାଆ ନାଉରିଆକୁ ନିଜର ଅବସ୍ଥିତି ଅବଗତ କଲେ। ତାଙ୍କ ଆଦେଶ ପାଇ ନାଉରୀ ଜଣଙ୍କ ମାଆଙ୍କୁ ସେହି ନଦୀ ଗର୍ଭରୁ ଉଦ୍ଧାର କରିଥିଲେ। ସମସ୍ତ ଗ୍ରାମବାସୀ ମାନଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ ମଧ୍ୟ କରିଥିଲେ। 
ଏବଂ ମାଆଙ୍କୁ ଆଣି ପାଖ ମଙ୍ଗଳପୁର ଗ୍ରାମରେ ଆରାଧନା କରାଗଲା। ଯେହେତୁ ମଙ୍ଗଳା ମାଆ ମଙ୍ଗଳପୁରରେ ପୂଜା ପାଉଥିଲେ, ସେଇଥିପାଇଁ ତାଙ୍କର ନାଁ ରଖାଗଲା ମାଆ ମଙ୍ଗଳା।
ଆଉ ତାହା ବ୍ୟତୀତ ନାଉରି ଯେଉଁ ସ୍ଥାନରେ ଅଟକି ଥିଲା ସେଠାରେ ଗୋଟିଏ କାଉ ସେହିଠାରେ ବସି ସବୁବେଳେ ରାବୁ ଥିବାରୁ କାକଟପୁର ବୋଲି କୁହାଯାଇଛି। ଆଉ କାକଟପୁରରେ ମା ମଙ୍ଗଳା ଙ୍କର ଏହି ଭଳି ରହସ୍ୟ ମାନ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.