Movie prime

ଓଡିଶା ସମ୍ବଲପୁର ପ୍ରସିଦ୍ଧ ମା ସମଲେଶ୍ଵରୀ ଙ୍କ ଏହି ମହିମା ଜାଣିଲେ ଆପଣ ବି ଆଶ୍ଚର୍ୟ୍ଯ ହୋଇଯିବେ ଶୀଘ୍ର ଦେଖନ୍ତୁ ଏମିତି ହୋଇଥିଲେ ମା ସୃଷ୍ଟି Jay Maa Samalei

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବହୁ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲା ପାଟନା ରାଜ୍ୟ ନାମରେ ଜଣାଶୁଣା ଥିଲା। ସେଠାକାର ରାଜାଙ୍କ ନାମଙ୍କର ୨ ଟି ପୁତ୍ର ସନ୍ତାନ ଥିଲେ। ଜଣେ ହେଉଛନ୍ତି ନରସିଂହ ଦେବ ଓ ଅନ୍ୟ ଜଣେ ବଲରାମ ଦେବ।
ପାଟଣା ରାଜ୍ୟର ରାଜାଙ୍କର ମୃତ୍ୟୁ ପରେ ପାଟଣା ରାଜ୍ୟକୁ ୨ ଭାଗରେ ରାଜାଙ୍କର ୨ ପୁତ୍ର ମଧ୍ୟରେ ସମାନ ଭାଗରେ ବଣ୍ଟାଗଲା। ସାନ ପୁତ୍ର ବଳରାମଦେବଙ୍କ ଭାଗରେ ହୁମା ରାଜ୍ୟ ପଡିଲା। ହୁମା ରାଜ୍ୟର ରାଜା ବଳରାମ ଦେବଙ୍କ
କାନରେ ଥରେ ଏକ ଖବର ପଡିଲା ଯେ ସେହି ପାଖ ଗ୍ରାମର ଜଣେ ମହିଳା ଜଣଙ୍କ ଚୋରୀ କାର୍ଯ୍ୟ କରି ଧନୀ ହୋଇଗଲାଣି। ତାପରେ ରାଜା ତାଙ୍କର ସୈନ୍ୟ ମାନଙ୍କୁ କହି ସେହି ମହିଳାଙ୍କୁ ଧରି ଆଣି ବନ୍ଦୀ କରିଦେବା ପାଇଁ କହିଲେ। 
Special Report
ତାପରେ ସୈନ୍ୟ ମାନେ ଚୋରୀ ଅପରାଧରେ ଏକ ମହିଳାଙ୍କୁ ଆଣି ବନ୍ଦୀ କରିଦେଲେ। ସେହି ରାତ୍ରିରେ ରାଜା ଖାଇ ପିଇ ନିଜ ଶୟନ କକ୍ଷରେ ବିଶ୍ରାମ କରୁଥିବା ବେଳେ ତାଙ୍କ ସ୍ଵପ୍ନରେ ଏକ ଦେବୀଙ୍କର ଦର୍ଶନ ହେଲା।
ଦେବୀ ଜଣଙ୍କ କହିଲେ ତୁମେ ସେହି ଭଦ୍ର ମହିଳାଙ୍କୁ ଚୋରୀ ଅପରାଧରେ କାହିଁକି ବନ୍ଦୀ କରିନେଇଆସିଛ। ସେହି ମହିଳା ସଂପୂର୍ଣ୍ଣ ନିର୍ଦ୍ଧୋସୀ। ମୁଁ ତାକୁ ଭଲରେ ଚଳିବା ପାଇଁ ରାସ୍ତା ଦେଖାଇଛି। ତୁମେ ସେହି ମହିଳା ଜଣଙ୍କୁ ବନ୍ଦୀମୁକ୍ତ କର,
ତାପରେ ରାଜାଙ୍କର ସେହି କ୍ଷଣି ନିଦ ଭାଙ୍ଗିଗଲା। ରାଜା ତାଙ୍କ ସୈନ୍ୟ ମାନଙ୍କୁ କହି ସେହି ମହିଳା ଜଣଙ୍କୁ ମୁକ୍ତ କରିଦେଲେ। ତାପରେ କିଛି ଦିନ ଗଲାପରେ ରାଜା ଭାବିଲେ କିଏ ସେହି ଦେବୀ ? 
ଯିଏ ମୋ ସ୍ଵପ୍ନରେ ଆସି ମୋତେ ଦର୍ଶନ ଦେଇଥିଲେ। ତାପରେ ରାଜା ତାଙ୍କ ସୈନ୍ୟ ଗଣଙ୍କୁ ନେଇ ସେହି ଦେବୀଙ୍କର ଅନୁସନ୍ଧାନରେ ବାହାରିପଡିଲେ। କିଛି ବାଟ ଗଲା ପରେ ରାଜା ଦେଖିଲେ ରାଜାଙ୍କ ସହ ଯାଇଥିବା ବାଘ ଭଳି କୁକୁରକୁ କିଛି ସାମାନ୍ୟ ଠେକୁଆ ମାନେ ଭୟଭୀତ କରାଇ ଗୋଡାଇବାକୁ ଚେଷ୍ଟା କରିଲେ।
ତାପରେ ଏହି ସବୁ ଘଟଣା ଦେଖି ରାଜା ବିଚଳିତ ହୋଇ ଚେତାଶୂନ୍ୟ ହୋଇଗଲେ। ଚେତାଶୂନ୍ୟ ଅବସ୍ତାରେ ରାଜା ପୁଣି ଥରେ ସେହି ଦେବୀଙ୍କର ଦର୍ଶନ ସ୍ଵପ୍ନରେ ଦେଖିଲେ ଆଉ ଦେବୀ ଜଣଙ୍କୁ ପଚାରିଲେ ହେ ଦେବୀ ତୁମେ କିଏ ? ତୁମେ କାହିଁକି ମୋ ରାଜ୍ୟରେ ଆବିର୍ଭାବ ହେଇଛ। 
ତାପରେ ଦେବୀ ଜଣଙ୍କ କହିଲେ ମୁଁ ହେଉଛି ପ୍ରଭୁ ମହାଦେବଙ୍କର ଧର୍ମପତ୍ନୀ ଦେବୀ ପାର୍ବତୀ। ମୋର ଏଠାକୁ ଆସିବା ପଛରେ କାରଣ ହେଉଛି। ଥରେ ପ୍ରଭୁ ଶଙ୍କର ଓ ମୁଁ ପାର୍ବତୀ ସ୍ଵର୍ଗକୁ ଭ୍ରମଣ ପାଇଁ ଯାଇଥିଲୁ। ସେଠାରେ ଦେବଗଣ ଆମକୁ ଇନ୍ଦ୍ରଙ୍କ ଆସନରେ ବସାଇଦେଲେ।
ତାପରେ ଇନ୍ଦ୍ରଙ୍କର ସ୍ତ୍ରୀ ଆସି ମୋ ଗଭାରେ ସ୍ଵର୍ଗର ପାରିଜାତ ଫୁଲ ଆଣି ଲଗାଇଦେଲେ। ସେଠାରୁ ଆସିବା ପରେ ପ୍ରଭୁ ଶଙ୍କର କପଟ କରି ତାଙ୍କ ଜଟାକୁ ଛିଡାଇ ୮ ଖଣ୍ଡ ଜାଗାରେ ପକାଇଦେଲେ। ବର୍ତ୍ତମାନ ସମୟରେ ସେହି ୮ ଟି ଜାଗା ଅଷ୍ଟଳିଙ୍ଗ ଭାବରେ ପୂଜା ପାଉଛନ୍ତି। 
ତାପରେ ଦେବୀ ପାର୍ବତୀ କହିଲେ ତୁମେ ପୂଜା ପାଇବ ମୁଁ କାଇଁ ପୂଜା ପାଇବି ନାହିଁ। ତାପରେ ଦେବୀ ପାର୍ବତୀଙ୍କ ଗଭାରେ ଲାଗିଥିବା ପାରିଜାତ ଫୁଲ ଆଣି ୭ ଟି ଜାଗାରେ ଫିଙ୍ଗିଦେଲେ। ସେହି ୭ ଟି ଜାଗା ମଧ୍ୟରୁ ସମ୍ବଲପୁରରେ ମଧ୍ୟ ପାରିଜାତ ଫୁଲ ଆସିପଡିଥିଲା। ତାପରେ ଦେବୀ ପାର୍ବତୀ ରାଜାକୁ କହିଲେ।
ତୁ ମୋତେ ଏହି ଜାଗାରେ ସମଲେଶ୍ଵରୀ ମନ୍ଦିର କରି ସ୍ଥାପନା କରି ପୂଜା କରିବୁ। ଯାହାକୁ ସବର ମାନେ ପୂଜା କରିବେ। ମୋ ମନ୍ଦିର ନାମ ଅନୁସାରେ ଏହି ରାଜ୍ୟର ନାମ ସମ୍ବଲପୁର କରିବୁ। ସେବେ ଠାରୁ ମା’ ପାର୍ବତୀ ସମ୍ବଲପୁର ଜିଲ୍ଲାରେ ସମଲେଇଶ୍ଵରୀ ନାମରେ ପୂଜା ପାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.