Movie prime

ଏଇଠି ଅଛି ସେଇ ରହସ୍ୟମୟ ଗାତ ଯେଉଁଠି ମାତା ଶୀତ ପଶି ପାତାଳୀ ଗମନ କରିଥିଲେ, ଆଜିବି ଲୋକେ ଯିବାକୁ ଡରୁଛନ୍ତି

 
Special Report
ଆପଣମାନେ ଜାଣିଥିବେ ଭାରତରେ ଅନେକ ରହସ୍ୟମୟ ସ୍ଥାନ ରହିଛି।କିନ୍ତୁ ଏମିତି ଏକ ରହସ୍ୟମୟ ସ୍ଥାନ ରହିଛି ଯେଉଁଥି ସୃଷ୍ଟି ରଚନା ହେବା ଆଗରୁ ସ୍ଵୟଂ ଭଗବାନ ବ୍ରହ୍ମା ତପସ୍ୟା କରିଥିଲେ।
ଯେଉଁଠି ଭଗବାନ ଶ୍ରୀ ରାମଚନ୍ଦ୍ର ମାତା ସୀତା ଙ୍କୁ ତ୍ୟାଗ କରିଥିଲେ। ଯେଉଁଠି ଲବ କୁଶ ଙ୍କ ଜନ୍ମ ହୋଇଥିଲା। ଯେଉଁଠି ବାଲ୍ମୀକି ରାମାୟଣ ରଚନା କରିଥିଲେ।ଏହିଠାରେ ହିଁ ସ୍ବର୍ଗ କୁ ସିଡି ରହିଛି।ଏବଂ ଏହିଠାରେ ହିଁ ମାତା ସୀତା ପାତାଳ କୁ ଯାଇଥିଲେ।ଏହା କୌଣସି ସାଧାରଣ କଥା ନୁହେଁ।
Special Report
ଭାରତର କାନପୁର ସହରରେ ପବିତ୍ରମ ଅପବିତ୍ରମ ନାମକ ଏକ ସ୍ଥାନ ରହିଛି। ଏହା ସେହି ସ୍ଥାନ ଅଟେ ଯେଉଁଥି ସୃଷ୍ଟି ରଚନା ହେବା ପୂର୍ବରୁ ବ୍ରହ୍ମା ତପସ୍ୟା କରିଥିଲେ।ଶାସ୍ତ୍ର ପୁରାଣ ଅନୁସାରେ ଏହା ସେହି ସ୍ଥାନ ଅଟେ
ଯେଉଁଠି ବାଳକ ଧ୍ରୁବ ନାରାୟଣ ଙ୍କୁ ତପସ୍ୟା କରିଥିଲେ।ବାଲ୍ମୀକି ମଧ୍ୟ ଏହିଠାରେ ରାମାୟଣ ରଚନା କରିଥିଲେ।ମନ୍ଦିର ଙ୍କ ପୂଜାରୀ କହିବା ଅନୁସାରେ ଆଜିଠାରୁ ପ୍ରାୟ ଆଠ ଲକ୍ଷ ବର୍ଷ ପୂର୍ବରୁ ମାତା ସୀତା ଏହି ସ୍ଥାନକୁ ଆସିଥିଲେ।
ଏବଂ ଏହିଠାରେ ହିଁ ଲବ କୁଶ ଙ୍କ ଜନ୍ମ ହୋଇଥିଲା।ଏବଂ ଏହିଠାରେ ହିଁ ଲବ କୁଶ ବାଲ୍ମୀକି ଙ୍କ ଠାରୁ ଶିକ୍ଷା ପ୍ରାପ୍ତ କରିଥିଲେ।ଗଙ୍ଗା ନଦୀ ତଟ ରେ ଥିବା ଏହି ମନ୍ଦିରରେ ମାତା ସୀତା ଙ୍କ ରୋଷେଇ ଶାଳ ଆଜି ମଧ୍ୟ ରହିଛି।
Special Report
ଯେଉଁଠି ମାତା ସୀତା ରୋଷେଇ କରୁଥିଲେ।ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେତେବେଳେ ମାତା ସୀତା ରୋଷେଇ କରିବା ବେଳେ ଯାହା ବ୍ୟବହାର କରୁଥିଲେ ତାହା ଆଜି ମଧ୍ୟ ସେଠାରେ ରହିଛି।
ମାତା ସୀତା ଯେଉଁ କୂଅ ରୁ ପାଣି କାଢ଼ୁଥିଲେ ତାହା ଆଜି ମଧ୍ୟ ସେଠାରେ ରହିଛି। ଯେଉଁଥିରୁ କେବେ ହେଲେ ପାଣି ସୁଖେ ନାହିଁ।ଏହା ଛଡ଼ା ଲବ କୁଶ ଯେଉଁ ଗଛ ମୂଳେ ବସି ଶିକ୍ଷା ଗ୍ରହଣ କରିଥିଲେ ସେହି ଗଛ ମଧ୍ୟ ସେହିଠାରେ ରହିଛି।
ଏହା ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖିବା ପରେ ଚକିତ ହୋଇ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.