Movie prime

ସ୍ନାନ ପୂର୍ଣ୍ଣିମା ପରଠାରୁ କାହିଁକି ହୁଏ ୩ ଠାକୁରଙ୍କୁ ଜ୍ଵର ଦେଖନ୍ତୁ କଣ ରହିଛି ଏହାର ମାନ୍ୟତା ଆଜି ହିଁ ଜାଣି ନିଅନ୍ତୁ ଏହି ପୌରାଣିକ ପ୍ରମାଣ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମାଧବ ଦାସ ନାମକ ଜଣେ ଭକ୍ତ ଥିଲେ। ଦିନେ ତାଙ୍କୁ ଜ୍ଵର ହେଲା। ଶରୀର ବହୁତ୍ ଖରାପ ହେବା ରେ ଲାଗିଲା। ତାପରେ ବି ସେ ନିଜ କାମ ନିଜେ ହିଁ କରୁଥିଲେ। ଯଦି କିଏ ତାଙ୍କୁ ସାହାଯ୍ୟ କରିବାକୁ ଆସୁଥିଲେ ସେ ତାଙ୍କୁ ମଧ୍ୟ ମନା କରିଦେଉଥିଲେ।
ଆଉ କହୁଥିଲେ ପ୍ରଭୁ ଜଗନ୍ନାଥ ଅଛନ୍ତି ନା, ସେ ତାଙ୍କୁ ସାହାଯ୍ୟ କରିବେ। ଭଗବାନଙ୍କ ଲୀଳା ବଡ଼ ବିଚିତ୍ର, ଭକ୍ତ ମାଧବ ଦାସଙ୍କର ଏତେ ଜୋର ଦେହ ଖରାପ ହେଲା ଯେ, ସେ ମଳ ମୂତ୍ର ନିଜର ବସ୍ତ୍ରରେ କରିବାକୁ ଲାଗିଲେ। 
ପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତର ଏମିତି ଅବସ୍ଥା ଦେଖିପାରିଲେ ନାହିଁ। ଆଉ ସେ ନିଜ ଭକ୍ତର ସେବା କରିବାକୁ ଆସିଗଲେ। ଭଗବାନ ଜଗନ୍ନାଥ, ମାଧବ ଦାସଙ୍କର ସେବା କରୁଥାନ୍ତି। ଭଗବାନ ଜଗନ୍ନାଥ ମାଧବ ଦାସଙ୍କର ମଇଳା ବସ୍ତ୍ରକୁ ପ୍ରଭୂ ଧୋଉଥାନ୍ତି।
Special Report
ଭଗବାନ ନିଜ ଭକ୍ତକୁ ବହୁତ ପ୍ରେମ ପୂର୍ବକ ସେବ କରୁଥାନ୍ତି। କିଛି ଦିନ ଗଲା ପରେ ମାଧବ ଦାସ ଭଲ ହେବାକୁ ଲାଗିଲେ। ଯେତେବେଳେ ମାଧବ ଦାସଙ୍କର ଚେତା ଆସିଲା, ସେ ପ୍ରଭୂଙ୍କୁ ଦେଖି କହିଲେ, ହେ ପ୍ରଭୁ ଆପଣ ମୋର ସେବା କରୁଛନ୍ତି। 
ପ୍ରଭୁ କାହିଁକି ଆପଣ ମୋ ପାଇଁ ଏତେ କଷ୍ଟ କଲେ ? ଆପଣ ପୁରା ସଂସାରର ସାରା ଜଗତର ମାଲିକ ଅଟନ୍ତି। ତଥାପି ଆଜି ଆପଣ ମୋର ସେବା କରୁଛନ୍ତି। ଏହା ଠାରୁ ଭଲ ହେଇ ଥାଆନ୍ତା ଆପଣ ମୋର ଏହି ରୋଗକୁ ଦୂର କରିଦେଇ ପାରି ଥାଆନ୍ତେ।
ପ୍ରଭୂ ଶ୍ରୀଜଗନ୍ନାଥ ଭକତ ମାଧବଙ୍କୁ କହିଲେ ଏହା ହିଁ ସତ୍ୟ ଯେ- ମୁଁ ମୋର ଭକ୍ତ ପାଉଥିବା ଦୁଃଖ କଷ୍ଟ ଦେଖି ସହି ପାରିଲି ନାହିଁ। ଏଥି ପାଇଁ ମୁଁ ତୁମର ସେବା କଲି। ଆଉ ମୁଁ ଚାହିଁଥିଲେ ତୁମର ରୋଗକୁ ମଧ୍ୟ ଭଲ କରିଦେଇ ପାରିଥାନ୍ତି। 
କିନ୍ତୁ ଯାହା ନିୟତି ଲେଖିଅଛି, ତାହା ତ ନିଶ୍ଚୟ ଭୋଗିବାକୁ ହବ। ଯଦି ତମେ ଏହି ଜନ୍ମରେ ସେହି ନିୟତିର ଲେଖାକୁ ନ ଭୋଗିବ, ତାହା ହେଲେ ତମକୁ ସେହି ନିୟତିଙ୍କର କର୍ମଫଳ ଭୋଗିବା ପାଇଁ ଆଉ ଏକ ଜନ୍ମ ନବାକୁ ପଡ଼ିବ।
ତେଣୁ ପ୍ରଭୂ ଶ୍ରୀଜଗତର ନାଥ ଶ୍ରୀଜଗନ୍ନାଥ ନିଜର ଭକତଙ୍କୁ କହିଲେ, ହେ ମାଧବ ସେଥିପାଇଁ ମୁଁ ତୁମର ସେବା କରିଥିଲି। ଆଉ ଏବେ ମଧ୍ୟ ତୁମ ଭାଗ୍ୟରେ ନିୟତିର କର୍ମଫଳ ଅନୁସାରେ ଆହୁରି ୧୫ ଦିନର ରୋଗ ଭୋଗିବର ବାକି ରହି ଯାଇଛି। କିନ୍ତୁ ମୁଁ ତୁମର ଏହି ଅବସ୍ଥାକୁ ଆଉ ଦେଖି ପାରିବାକୁ ଇଛାକରୁ ନାହିଁ। 
ତେଣୁ ହେ ମାଧବ ମୁଁ ତୁମ ଭାଗରେ ବଳକା ଥିବା ୧୫ ଦିନର ଜ୍ବର ରୋଗକୁ ମୁଁ ନିଜ ନିକଟକୁ ନେଇ ଯାଉଛି। ସେବେଠାରୁ ପ୍ରଭୂ ଶ୍ରୀଜଗନ୍ନାଥ ନିଜର ପ୍ରିୟ ଭକତ ମାଧବ ଦାସଙ୍କ ଠାରୁ ୧୫ ଦିନର ରୋଗ ନେଇ ଯାଇଥିଲେ।
ସେବେଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ୧୫ ଦିନ ଯାଏଁ ଦେହ ଖରାପ ରୁହେ। ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମା ରେ ଭଗବାନ ଶ୍ରୀଜଗନ୍ନାଥ ସ୍ନାନ କରିବା ପରେ ପରେ ୧୫ ଦିନ ଯାଏଁ ଜ୍ୱରରେ ପଡି ଥାଆନ୍ତି।
ସେଥିପାଇଁ ଭକତ ମାନଙ୍କ ଦ୍ଵାରା ପ୍ରଭୂ ସେବା ପାଉ ଥାଆନ୍ତି। ସେହି ପ୍ରଥାର ପରମ୍ପରା ବର୍ଷ ବର୍ଷ ଧରି ଆଜିଯାଏଁ ଚାଲୁଅଛି। ତେଣୁ ପ୍ରଭୂଙ୍କର ୧୫ ଦିନ ଯାଏ ମଧ୍ୟ ବନ୍ଦ କରାଯାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.