Movie prime

ମନ୍ଦିର ଭିତରେ କରନ୍ତୁ ନାହିଁ ଏହି ସବୁ ଭୁଲ ନହେଲେ ଶୀଘ୍ର ହୋଇଯିବ ସର୍ବନାଶ ଜାଣନ୍ତୁ ମନ୍ଦିର ଭିତରେ କଣ କଣ କରି ପାରିବେ ନାହିଁ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ମାଳିକାରେ ଲେଖା ହୋଇଥିବା କିଛି କଥା ଜାଣିପାରିବେ । ଏହି ଭିଡିଓରେ ମାଳିକା ବିଶେଷଜ୍ଞ ଦିବାକର ଦାସ ଅନେକ କଥା କହିଛନ୍ତି ଯାହା ଶୁଣିଲେ ଆପଣ ଅନେକ କଥା ଜାଣିପାରିବେ ।  
Special Report
ହିନ୍ଦୁ ହେବାର କିଛି ନିୟମ ରହିଛି । ଯାହାର ବେକରେ ମାଳି, ମସ୍ତକେ ଯାହାର ବିନ୍ଦୁ ଏବଂ ମୁହଁରେ ଯାହାର ନାମ ଥିବ ସେମାନେ ହେଉଛନ୍ତି ହିନ୍ଦୁ । ଏହି କଳିଯୁଗରେ ଆମେମାନେ ହିନ୍ଦୁ ହେବାର ଯୋଗ୍ୟତାକୁ ହରାଇବା ।
ଯାହା ଆମର ପିନ୍ଧିବାର ବସ୍ତ୍ର ନୁହେଁ ତାହା ଆମେ ପିନ୍ଧି ଚାଲୁଛେ ।ମୁହଁ ସିଲେଇ ଲୁଙ୍ଗି କେବେ ପିନ୍ଧିବା ଉଚିତ୍ ନୁହେଁ କିନ୍ତୁ ଏହାକୁ ଲୋକମାନେ ପିନ୍ଧୁଛନ୍ତି । ଆଜିକା ଦୁନିଆରେ ଅଣ୍ଡା ପାଇଁ ପିଲାମାନଙ୍କୁ ସ୍କୁଲକୁ ପଠାଯାଉଛି । 
ଆଜିକାଲି ଦୁନିଆରେ ଲୋକମାନେ ପିଲାମାନଙ୍କୁ ଭଲ ଶିକ୍ଷା ଦେଉ ନାହାନ୍ତି ସେମାନେ କେବଳ ଧନ ଉପାର୍ଜନରେ ଲାଗି ପଡ଼ୁଛନ୍ତି । ଆଉ ଆଜିକା ଯୁଗରେ କେହି ମନ୍ଦିର ଯାଉ ନାହାନ୍ତି । ମନ୍ଦିରକୁ ଯିବାକୁ ମଧ୍ୟ କିଛି ନୀତି ନିୟମ ରହିଛି । ମନ୍ଦିର ଠାକୁରଙ୍କ ସମ୍ମୁଖରେ କେବେ ଚପଲ ରଖନ୍ତୁ ନାହିଁ ।
ପାଦ ଭଲଭାବରେ ଧୋଇ ଶୁଦ୍ଧ ଭାବରେ ମନ୍ଦିରକୁ ଯାଆନ୍ତୁ । ମନ୍ଦିର ପାହାଚକୁ ପ୍ରଥମେ ଦକ୍ଷିଣ ହସ୍ତରେ ପ୍ରଣାମ କରି ମନ୍ଦିର ଭିତରକୁ ଯାଆନ୍ତୁ । ପ୍ରଥମେ ବାହାନକୁ ସ୍ପର୍ଶ କରି ମନ୍ଦିର ଭିତରକୁ ଯାଆନ୍ତୁ । 
ମନ୍ଦିର ବନ୍ଦ ସମୟରେ କେବେ ଘଣ୍ଟି ବଜାନ୍ତୁ ନାହିଁ । ମନ୍ଦିରର ଘଣ୍ଟି ବଜାଇବା ପରେ ନମସ୍କାର କରନ୍ତୁ । ମନ୍ଦିର ଅପରିଷ୍କାର ହୋଇଥିଲେ ଝାଡୁ କରି ଦିଅନ୍ତୁ । ମନ୍ଦିରରେ ସିନ୍ଦୂର ଲଗାଇଲେ ଏହା କାନ୍ଥରେ ପୋଛନ୍ତୁ ନାହିଁ । ଭାଗବତରେ ଅନେକ କଥା ଲେଖା ଯାଇଛି । ଆଉ ମାଳିକାରେ ଲେଖାଯାଇଛି କି କେହି ଏହି କଥାକୁ ମାନିବେ ନାହିଁ ।
ରାସ୍ତାରେ ମନ୍ଦିର ପଡ଼ିଲେ ବି ଲୋକମାନେ ନମସ୍କାର କରିବେ ନାହିଁ । ଆଉ ଏହାସହ ଏକ ହାତରେ ମନ୍ଦିରକୁ ନମସ୍କାର କରିବା ଅନୁଚିତ୍ । ଆଉ ମୁଣ୍ଡ ମୋଖଳା କରି କେବେ ମନ୍ଦିରକୁ ଯାଆନ୍ତୁ ନାହିଁ । କିନ୍ତୁ ଏହାସବୁ ଏହି କଳିଯୁଗରେ ଘଟିବ।