Movie prime

ମୁଣ୍ଡ ବାଡ଼େଇଲେ ଶୁଣେନି ଜଗା କେବଳ ଶୁଣେ ଏମିତି ଦେଖନ୍ତୁ କେମିତି ଭକ୍ତର ଡାକ ଶୁଣେ ଜଗା

 
Special report
ତନ୍ତ୍ର ମନ୍ତ୍ର କରି ଜଗତର ନାଥ ଜଗନ୍ନାଥ ଙ୍କୁ ପାଇଯିବା କାଠିକର ପାଠ ଅଟେ ବୋଲି ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥ ଶର୍ମା କହିଛନ୍ତି।ତାଙ୍କୁ ପାଇବା ଭାରି କଷ୍ଟ।ଭକ୍ତ ବନ୍ଧୁ ମାନେ ଯେତେବେଳେ ଜଗତର ନାଥ ଜଗନ୍ନାଥ ଙ୍କ ନିକଟ କୁ ଦର୍ଶନ ପାଇଁ ଯାଇଥାନ୍ତି
ତାହାର ବିଧି ବିଧାନ ରହିଛି।ସେହି ବିଧି ବିଧାନ ଭିତରେ ଗଲେ ହିଁ ଜଗତର ନାଥ ଜଗନ୍ନାଥ ଙ୍କୁ ପାଇବେ।ନଚେତ୍ ସେ ହେଉଛନ୍ତି ଦାରୁ ଠାକୁର ମୁଣ୍ଡ ବାଡେଇଲେ ମଧ୍ୟ ସେ ଶୁଣିବେ ନାହିଁ।
ସେ ଭାବ କୁ ନିକଟ ଅଭାବକୁ ଦୂର।ଏବଂ ସୂଚୀ,ନୀତି, ନିୟମ ଭିତରେ ସେ ବନ୍ଧା ହୋଇ ରହିଛନ୍ତି।ଜଣେ ଭକ୍ତ ଜଗତର ନାଥ ଜଗନ୍ନାଥ ଙ୍କ ନିକଟକୁ ଦର୍ଶନ କରିବା ପାଇଁ ଯାଇଥିଲେ।ନିୟମ ରହିଛି ଯେ ମହାପ୍ରଭୁ ଙ୍କ ନିକଟକୁ ଦର୍ଶନ କରିବାକୁ ଗଲେ
Special report
ଧୂଳିଆ ପାଦରେ ଦର୍ଶନ କରିବା ପାଇଁ ପ୍ରଥା ରହିଛି।ଅର୍ଥାତ୍ ପାଦ ଧୋଇ କରି ଦର୍ଶନ କରିବା ପାଇଁ ବିଧି ବିଧାନ ନାହିଁ।ଧୂଳିଆ ପାଦରେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ପରମ୍ପରା ଶ୍ରୀକ୍ଷେତ୍ରରେ ଥିଲା।
ତାହା ଉପାସନା କ୍ଷେତ୍ର ଅଟେ।ମହାପ୍ରଭୁ ଙ୍କ ପବିତ୍ର ସ୍ଥାନ ଅଟେ।ଭକ୍ତ ଜନ ମାନେ ଯେଉଁମାନେ ଆସୁଥିଲେ ସେମାନେ ମହାପ୍ରଭୁ ଙ୍କ ନିକଟକୁ ନଳୀ ସାର୍ଟ,ପ୍ୟାଣ୍ଟ୍,ଲୁଗା ପଟା ପିନ୍ଧି ଆସୁଥିଲେ।ମହାପ୍ରଭୁ ଙ୍କ ପାଖକୁ ଯିବାପାଇଁ ସଂସ୍କାର ରହିବା ଆବଶ୍ୟକ।
ସୂଚୀ ନୀତି ନିୟମ ରହିବାର ଆବଶ୍ୟକତା ରହିଛି।ଦାଣ୍ଡରେ ବୁଲୁଥିବେ,ବିସ୍କୁଟ, ମିକ୍ସ୍ଚର ଖାଇଦେଇ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ଚାଲିଯିବା ଏହା ନୀତି ବିରୋଧ ଅଟେ।
ଭଗବାନଙ୍କ ନିକଟକୁ ଆସିବେ ମାନେ ଶୌଚ ହୋଇ ଏବଂ ନୀତି ନିୟମ କୁ ମାନି ସାବଧାନତାର ସହିତ ଯିବା ଉଚିତ। ପାଟି କରିବେ ନାହିଁ, ଦୁମ୍ ଦୁମ ହୋଇ ଚାଲିବେ ନାହିଁ,ବାଡ଼ି ପକେଇ ଚାଲିବେ ନାହିଁ,ବଡ଼ ପାଟିରେ ଚିତ୍କାର କରିବେ ନାହିଁ।
ଏହିପରି ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ କେତେ ବିଧି ବିଧାନ ରହିଛି।ଗରୁଡ଼ ପଛରେ ଛିଡା ହୋଇ ବଡ଼ ଠାକୁର ଙ୍କୁ ଦର୍ଶନ କରିବେ।ଭଗବାନ ଗଣେଶ ଙ୍କୁ ଲଡୁ ଟିଏ ଦେଇ ପ୍ରଣାମ କରିଦେଲେ ସେ ସନ୍ତୁଷ୍ଟ ହୋଇଥାନ୍ତି।
ମହାପ୍ରଭୁ ଙ୍କୁ ପାଇବା ପାଇଁ ସମସ୍ତେ ବ୍ୟାକୁଳ ହୋଇଥାନ୍ତି। ଭଗବାନ ନିଜେ କହିଛନ୍ତି ତାଙ୍କୁ ଧ୍ୟାନ କରି, ତନ୍ତ୍ର କରି କେହି ପାଇବେ ନାହିଁ।ସେହି ପବିତ୍ର ଗରୁଡ଼ ସ୍ତମ୍ବ ପଛପଟେ ଛିଡ଼ା ହୋଇ ମହାପ୍ରଭୁ ଙ୍କୁ
 ଦର୍ଶନ କରି ସେହି ଗରୁଡ଼ ସ୍ତମ୍ବ କୁ ମହାପ୍ରଭୁ ବୋଲି ଚିନ୍ତା କରି ତାଙ୍କୁ ଆଲିଙ୍ଗନ କରିବେ।ନିଜର ଆତ୍ମୀୟତାର ସହିତ ଏବଂ ଶୌଚ ହୋଇ ବିଧି ବିଧାନ ର ସହିତ ମହାପ୍ରଭୁ ଙ୍କୁ ଦର୍ଶନ କରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.