Movie prime

ମୁଁ ଯାହାକୁ ବାହା ହେଇଥାନ୍ତି ସେ ଆଉ କାହା ସହ ସେ+କ୍ସ ରେ ବ୍ୟସ୍ତ

 
Haha
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବିବାହର ବନ୍ଧନ ସାତ ଜନ୍ମ ପାଇଁ ହୋଇଥିବା ଲୋକେ ବିଶ୍ୱାସ କରନ୍ତି। କିନ୍ତୁ ଆଜିକାଲି ଯୁବପିଢ଼ିଙ୍କ ପାଇଁ ଏହାର ପରିଭାଷା ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ଲୋକେ ବିବାହ କରି ସାରିଥିଲେ ହେଁ ପରକୀୟା ପ୍ରୀତିରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି। ଏପରିକି, ଆଜିର ଯୁବପିଢ଼ି ବିବାହର ପବିତ୍ର ସଂପର୍କ ଉପରେ ମଧ୍ୟ ବିଶ୍ୱାସ କରୁନାହାଁନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ଶିଶୁପାଳ ହୋଇ ବର ଥାନାରେ। ଫେରାର ହେଲା କନ୍ୟା ବାହା ବେଦିରୁ।  
ସଜା ହୋଇଥିଲା ମଣ୍ଡପ ଆଉ ବେଦିରେ ବସିସାରିଥିଲା କନ୍ୟା। ହେଲେ ବାହାଘର ଶେଷ ହୋଇସାରିଲା ପରେ ପ୍ରେମିକ ସହ କନ୍ୟା ଜଣକ ସୁନା ଗହଣା ଧରି ଫେରାର ହୋଇଯାଇଛନ୍ତି। ବଲାଙ୍ଗୀର ଟାଉନ ସ୍ଥିତ ବ୍ରାହ୍ମଣପଡା ରୁ ଆସିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ବର ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ନାରାୟଣ ମାଝିଙ୍କ ପୁଅ ପ୍ରେମ କୁମାର ମାଝି, ବଲାଙ୍ଗୀର ଟାଉନ ସ୍ଥିତ ବ୍ରାହ୍ମଣପଡାର ସୁରେନ୍ଦ୍ର ମହାକୁଢ଼ଙ୍କ ଝିଅ ଲିଜାଙ୍କ ସହ ବିବାହ ସ୍ଥିର ହୋଇଥିଲା। 
ବରଯାତ୍ରୀଙ୍କୁ ଧରି ବରପକ୍ଷ କିଛି ସମୟ ପରେ ପହଞ୍ଚିଯାଇଥିଲେ କନ୍ୟା ଘରେ। ଏବଂ ମଣ୍ଡପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ହେଲେ ବାହାଘର ସାରିଲା ପରେ ବର ସହ ଖାଇପିଇ କାହାକୁ କିଛି ନଜଣେଇ କନ୍ୟା ଜଣକ ନିଜ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ। ଏହାପରେ ଖୋଜାଖୋଜି ପରେ ମଧ୍ୟ କନ୍ୟାର କିଛି ଖୋଜଖବର ମିଳି ନଥିଲା। ଏନେଇ ଉଭୟ ପକ୍ଷ ମଧ୍ୟରେ ବହୁତ୍ ସମୟ ଧରି ଯୁକ୍ତି ଚାଲିଥିଲା। ବିବାଦ ବଢିବା ଫଳରେ ଥାନାରେ ଯାଇ ଘଟଣାଟି ପହଞ୍ଚିଥିଲା। 
ଏହାପରେ ବର ଟାଉନ୍ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଛନ୍ତି। ବର ଘର ଲୋକେ ଦିନରେ ଭୋଜି ଥିବାରୁ ରାତ୍ରିରୁ ରନ୍ଧାବଢ଼ା ସାରି ବରକନ୍ୟାକୁ ଅପେକ୍ଷା କରିଥିଲେ। ହେଲେ ବର ଶିଶୁପାଳ ହୋଇ ଏକା ଘରକୁ ଫେରିଛି। କିନ୍ତୁ କନ୍ୟାର କୌଣସି ଖୋଜଖବର ନାହିଁ। ତେବେ ବନ୍ଧୁଗଣ ଏହି ଘଟଣାଟି ସେହି ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏବଂ ସୋସିଆଲ ମିଡିଆରେ ଏହି ଲଜ୍ୟାଜନକ ଘଟଣାଟି ମୋବାଇଲ୍ ରୁ ମୋବାଇଲ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.