Movie prime

ଜଗନ୍ନାଥ ଙ୍କ ଏହି ମହିମା ଜାଣିଲେ ଆପଣଙ୍କ ଆଖିରୁ ଲୁହ ଖସିଯିବ ଦେଖନ୍ତୁ ଭକ୍ତ ଭଗବାନ ମିଳନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ। ଯାହାକି ହେଉଛି ନିଜ ସ୍ତ୍ରୀ ସହ ଝଗଡ଼ା କରି ପୁରୀ ପଳେଇ ଆସିଥିଲେ ବିଜୟ ନାମକ ଏକ ବ୍ୟକ୍ତି।
ଯାଜପୁର ର ଏକ ସେକ୍ୟୁରିଟୀ କମ୍ପାନୀରେ ଚାକିରୀ କରନ୍ତି ପରିବାର କହିଲେ ବିଧବା ମାଆ ଟିଏ , ସ୍ତ୍ରୀ ଓ ପାଞ୍ଚ ବର୍ଷର ପୁଅ ଟିଏ।
ମାସକୁ ସେ ୧୫ ହଜାର ଟଙ୍କା ଆୟ କରନ୍ତି ମାତ୍ର ଏତିକି ରେ ତାଙ୍କୁ ପରିବାର ଚଳାଇବା ବେଶ କଷ୍ଟ ହୋଇ ପଡେ। ସ୍ତ୍ରୀ ସ୍କୁଟି କିଣିବାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଯାହାଫଳରେ କି ବିଜୟ ବାବୁ ଘରେ ଫୋନ ଛାଡ଼ି ମନ୍ଦୀର ପଳାଇ ଆସିଥିଲେ। ଏହାପରେ ସେଠାରେ କିଛି ସମୟ ବିତାଇ ବେଳାଭୂମି ରେ ମଧ୍ଯ କିଛି ସମୟ ବିତାଇଲେ। ଏହାପରେ ସେ ଯାଇ ସ୍ଵର୍ଗଦ୍ଵାର ରେ ମଧ୍ଯ କିଛି ସମୟ ବିତାଇଲେ।
ସେଠାରୁ ଯାଇ ପୁରୀ ରେ ଏକ ଦୋକାନରେ ବରା ଏକ ପ୍ଲେଟ ମଗାଇବା ବେଳକୁ ତାଙ୍କ ପକେଟ୍ ରେ ମନି ପର୍ସ ନାହିଁ। ପାଖାପାଖି ତାଙ୍କ ପକେଟ୍ ରେ ୧୦୦୦ ଟଙ୍କା ଥିଲା। ଏହାପରେ ସେ ଜଳଖିଆ ଦୋକାନ କୁ ଖାଇବା ଫେରାଇ ଦେଇ କେମିତି ଘରକୁ ଫେରିବେ ସେକଥା ଚିନ୍ତା କଲେ।
ଏହାପରେ ସେ ବିନା ଟ୍ରେନ ଟିକେଟ ରେ ଟ୍ରେନ ରେ ଯିବା ପାଇଁ ସ୍ଥିର କଲେ। ସକାଳେ ଯାହା ମହାପ୍ରସାଦ ଖାଇଥିଲେ ତାହାପରେ ସେ ଆଉ କିଛି ଖାଇ ନାହାଁନ୍ତି। କିଛି ଲୋକଙ୍କୁ ନିଜ ଦୁଃଖ ବିଷୟରେ ମଧ୍ଯ ଶୁଣାଇ ଥିଲେ ହେଲେ କେହି ବି ସାହାଯ୍ୟ ପାଇଁ ଆସିଲେ ନାହିଁ।
ଏହାପରେ ସେ ନିଜ ସ୍ୱାଭିମାନ କୁ ଜଗି କାହାକୁ ଟଙ୍କା ମାଗିଲେ ନାହିଁ। ସେଠାରେ ଏକ ବେଞ୍ଚ ରେ ସୋଇ ଗୁଣୁଗୁଣୁ ହୋଇ କହୁଥାନ୍ତି କି "ତୋ ଦୁଆର କୁ ଆସି ମୁଁ ଭୋକରେ ସୋଇଛି କି ଲାଭ ତୋର ପତିତ ପାବନ ଉଡ଼ାଇ"।ଛଳ ଛଳ ନୟନରେ ସେଠାରେ ଥିବା ଶ୍ରୀ ଜଗନ୍ନାଥ ଙ୍କ ଫଟୋ କୁ ସେ ଚାହିଁ ରହିଥାନ୍ତି।
 ଏହାପରେ ଜଣେ କାନ୍ଧରେ ମଇଳା ଗାମୁଛା ପକାଇଥିବା ଓ ଲମ୍ବା ଲମ୍ବା ଦାଢ଼ି ରଖିଥିବା ଏକ ବୃଦ୍ଧ ଆସିଲେ। ତାଙ୍କୁ ତାଙ୍କ ଅସୁବିଧାର କାରଣ ମଧ୍ଯ ପଚାରିଲେ ଏହାପରେ ବ୍ୟକ୍ତି ଜଣକ ଆଖିରୁ ଲୁହ ଝରାଇ ସବୁ କଥା କହି ଦେଲେ।
ବୃଦ୍ଧ ଜଣକ ବସିବା କ୍ଷଣି ହିଁ ସେହି ସ୍ଥାନ ବାସୀ ଉଠୁଥିଲା। ଏହାପରେ ବୃଦ୍ଧ ଜଣକ ନିଜ ମୁଣି ରୁ ଅବଢ଼ା କୁଡିଆ ବାହାର କରି ତାଙ୍କୁ ଖାଇବାକୁ ଦେଲେ। ହେଲେ ବୃଦ୍ଧ ଜଣକ ନିଜେ ଖାଇଲେନି। ଏହାପରେ କିଛି ୨୦ ଟଙ୍କିଆ ନୋଟ୍ ଦେଲେ।
କିଛି ନୋଟ୍ ତଳେ ପଡ଼ି ଯିବାରୁ ଯେତେବେଳେ ସେ ସେଗୁଡିକୁ ଗୋଟାଇ ମୁଣ୍ଡ ଉଠାଇ ଦେଖନ୍ତି ତାଙ୍କ ନିକଟରେ ଆଉ ସେ ବୃଦ୍ଧ ନାହାଁନ୍ତି। ଏହାପରେ ସେ ଜାଣି ପାରିଲେ ଏହାସବୁ ସେ ମହାପ୍ରଭୁ ଙ୍କ ମାୟା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.