Movie prime

ଓଡ଼ିଆ ନବବର୍ଷ ଠାରୁ ଏହି ରାଶି ମାନଙ୍କ ବଦଳିବ ଭାଗ୍ୟ ଦେଖନ୍ତୁ କେଉଁ କେଉଁ ରାଶି ମାନେ ପାଇବେ ସୁନା କଳସ

 
Special report
ଓଡ଼ିଆ ନୂଆବର୍ଷ ରେ କେଉଁ ରାଶି ପାଇଁ ଶୁଭ,ଆଉ କେଉଁ ରାଶି ପାଇଁ ଅଶୁଭ ରହିବ ସେହି ବିଷୟରେ ଜ୍ୟୋତିର୍ବିଦ ପ୍ରମୋଦ ପାତ୍ର ଜଣାଇଛନ୍ତି।ଓଡ଼ିଆ ନୂଆବର୍ଷ ଏପ୍ରିଲ ମାସ ବିଷୁବ ସଂକ୍ରାନ୍ତି ରେ ପଡ଼ିଥାଏ।ସଂକ୍ରାନ୍ତି କୁ ସଂକ୍ରାନ୍ତି ରବି ଚଳନ କରିଥାନ୍ତି।ମୀନ ରାଶି ଠାରୁ ମେଷ ରାଶି ପର୍ଯ୍ୟନ୍ତ ସଞ୍ଚାର କରିବେ।
ମେଷ:- ଅତ୍ୟନ୍ତ ଶୁଭ ରହିବ।ଆର୍ଥିକ ସଙ୍କଟ ଦୂର ହେବ।କାର୍ଯ୍ୟ ରେ ନୂତନ ପରିବର୍ତ୍ତନ ହେବ।ପାରିବାରିକ ଜୀବନ ସୁଖମୟ ହେବ।ଆଶା ଠାରୁ ଅଧିକ ଶୁଭ ଫଳ ପାଇବେ।
ବୃଷ:- ବହୁତ ଶୁଭ ଫଳ ପ୍ରାପ୍ତି ହେବ।ବିଦେଶ ଯାତ୍ରା କରିବେ।ବାସ ଗୃହ କିଣିବେ।ଯାନବାହାନ କ୍ଷେତ୍ରରେ ଉନ୍ନତି ଘଟିବ।ଆର୍ଥିକ ସଙ୍କଟ ବଢିପାରେ।ଅର୍ଥ ଯେତିକି ଆସିବ ଖର୍ଚ୍ଚ ବହୁ ମାତ୍ରାରେ ବଢିଯିବ।
ମିଥୁନ:- ବିଭିନ୍ନ ଦିଗରୁ ଅର୍ଥ ଉପାର୍ଜନ କରିବେ।ସମ୍ମାନ ଲାଭ କରିବେ। ଆଗରୁ ଯଦି କାହା ସହିତ ମନାନ୍ତର ହୋଇଥିବ ତାହା ଦୂରେଇ ଯିବ।ଅତ୍ୟନ୍ତ ଶୁଭ ଫଳ ପାଇବେ।ଶରୀର ସୁସ୍ଥ ରହିବ।
କର୍କଟ:- ବ୍ୟସ୍ତବହୁଳ ରହିବେ।ବ୍ୟସ୍ତତା ହେତୁ ପରିବାର ପାଇଁ ସମୟ ବାହାର କରିବାରେ ଅସମର୍ଥ ମଧ୍ୟ ହୋଇପାରନ୍ତି।ଯେଉଁଥିପାଇଁ ଟିକେ ଚିନ୍ତିତ ରହି ପାରନ୍ତି।କିନ୍ତୁ ଧାର୍ମିକ ବିଶ୍ୱାସ ବଢିବ। ଭୟଭୀତ ହେବେ ନାହିଁ।କିନ୍ତୁ ସମସ୍ତଙ୍କୁ ଭୟଭୀତ କରିଦେବେ।ସଫଳତା ପାଇବେ।
 
ସିଂହ:- ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି କରିବେ।ପାରିବାରିକ ଜୀବନ ସୁଖମୟ ହେବ।ଧାର୍ମିକ ବିଶ୍ୱାସ ବଢିବ।ଯେଉଁଥିପାଇଁ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ, ଯେଉଁଥିରେ କିଛି ଟଙ୍କା ମଧ୍ୟ ଖର୍ଚ୍ଚ ହେବ।ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ।ଅର୍ଥ ଉପାର୍ଜନ କରିବେ।
କନ୍ୟା:- ଆଶା ଠାରୁ ଅଧିକ ଶୁଭ ଫଳ ପ୍ରାପ୍ତି କରିବେ।କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଆଦୌ ଅବହେଳା କରିବେ ନାହିଁ।ଯଦି ଏହା କରିଛନ୍ତି, ତେବେ ଭବିଷ୍ୟତରେ କିଛି ପ୍ରମୁଖ ରୋଗରେ ପଡ଼ି ପାରନ୍ତି।
ତୁଳା:- ଗ୍ରହରେ ମାଙ୍ଗଳିକ କାର୍ଯ୍ୟ କରିବେ।ଯେଉଁ ମାନେ ଅ ବିବାହିତ ସେମାନଙ୍କର ବାହାଘର ହେବ।ପରିବାର ଙ୍କ ପକ୍ଷରୁ ସହଯୋଗ ପାଇବେ।ସବୁ କାର୍ଯ୍ୟ ଭଲ ରେ ହେବେ।କାର୍ଯ୍ୟ କ୍ଷେତ୍ରରେ ଲାଭ ବାନ ହେବେ।
ବିଛା:- ଗୁପ୍ତ ଶତ୍ରୁ ଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିବ।କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।ପାରିବାରିକ ଜୀବନ ସୁଖମୟ ରହିବ ନାହିଁ।ନିଜ ଲୋକ ମଧ୍ୟ ଶତ୍ରୁ ହେବେ।
ଧନୁ:- ଅତି ଚତୁରତା ର ସହିତ ନିଜର କାର୍ଯ୍ୟ ହାସଲ କରିବା ପାଇଁ ଆଚାର ବ୍ୟବହାର କଥୋପକଥନ,ସ୍ଵଭାବ କୁ ଉପସ୍ଥାପନ କରି କାର୍ଯ୍ୟ କୁ ହାସଲ କରିଦେବେ।ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ।
ମକର :- ଅତ୍ୟନ୍ତ ଶୁଭ ଫଳ ପାଇବେ।ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ।ସ୍ଵାସ୍ଥ୍ୟଗତ ସମସ୍ୟା ଦୂରେଇ ଯିବ।ଆଶା ଠାରୁ ଅଧିକ ଶୁଭ ଫଳ ପ୍ରାପ୍ତି କରିବେ।ପାରିବାରିକ ଜୀବନ ସୁଖମୟ ହେବ।
କୁମ୍ଭ:- ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ।ସ୍ଥିତି ସୃଦୃଢ଼ ରହିବ।ସନ୍ତାନ ମାନଙ୍କ ପାଖରୁ ଶୁଭ ଖବର ପାଇବେ।ବାଣିଜ୍ୟ କ୍ଷେତ୍ରରେ ଲାଭ ବାନ ରହିବେ।ଯାନବାହାନ କ୍ଷେତ୍ରରେ ପରିବର୍ତ୍ତନ ଆସିବ।
ମୀନ:- ଆଶା ଠାରୁ ଅଧିକ ଶୁଭ ଫଳ ପ୍ରାପ୍ତି କରିବେ।ସମ୍ମାନ ପାଇବେ।ପରିବାର ଲୋକଙ୍କ ପାଖରୁ ସହଯୋଗ ପାଇବେ।ଯାନବାହାନ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.