Movie prime

ପତ୍ନୀ ଙ୍କ ଉପରେ ହାତ ଉଠାଇବା ଦ୍ଵାରା ମଣିଷ ର କି କି ପାପ ହୋଇଥାଏ, ଆଉ ଏହି ଅନୁସାରେ କି କି ଦଣ୍ଡ ମିଳେ

 
Special report
ଧର୍ମ ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଘରେ ନାରୀ ବା ସ୍ତ୍ରୀ ଙ୍କୁ ପୂଜା କରାଯାଏ ସେଠାରେ ଦେବୀ ଦେବତା ନିବାସ କରିଥାନ୍ତି।କଳିଯୁଗ ରେ ଲୋକମାନେ ଧୀରେ ଧୀରେ ଧର୍ମ ଶାସ୍ତ୍ରରୁ ଦୁରେଇବାକୁ ଲାଗିଲେଣି।
ଏଥି ସହିତ ଲୋକମାନେ ସ୍ତ୍ରୀ ର ସମ୍ମାନ କରିବା ମଧ୍ୟ ଭୁଲି ଗଲେଣି।ପ୍ରତ୍ୟେକ ମନୁଷ୍ୟ ସ୍ତ୍ରୀ ର ସମ୍ମାନ କରିବା ନିହାତି ଆବଶ୍ୟକ।
ବର୍ତମାନ ସମୟରେ ଲୋକମାନେ ନା ଘରେ ନା ବାହାରେ କୌଣସି ବି ସ୍ଥାନରେ ସ୍ତ୍ରୀ ଙ୍କୁ ସମ୍ମାନ କରିବାକୁ ଚାହୁଁ ନାହାନ୍ତି।କିଛି ଲୋକ ଏପରି ଅଛନ୍ତି କଥାରେ କଥାରେ ସ୍ତ୍ରୀ ଙ୍କୁ ମା-ନ-ସି-କ,ଶା-ରୀ-ରି-କ ନି-ର୍ଯା-ତ-ନା ଦେଉଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଯେ ଶିକ୍ଷିତ ହେବା ସତ୍ତ୍ୱେ ମଧ୍ୟ ସ୍ତ୍ରୀ ମାନେ ସ୍ଵାମୀ ଙ୍କ ନି-ର୍ଯା-ତ-ନା କୁ ଚୁପ୍ ଚାପ୍ ସହି ଯାଇଥାନ୍ତି।ଯେଉଁ ସ୍ତ୍ରୀ ମାନେ ଆଇନ ର ସାହାର୍ଯ୍ୟ ନେଇଥାନ୍ତି ସେମାନଙ୍କୁ ଭାରତୀୟ କାନୁନ ଅନୁସାରେ ନ୍ୟାୟ ମିଳିଥାଏ।
କିନ୍ତୁ ଗରୁଡ଼ ପୁରାଣରେ ଏଭଳି କାମ କରିବା ଦ୍ୱାରା ନର୍କ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ ବୋଲି କୁହାଯାଇଛି।ସେ ବିଷୟରେ ଯଦି ପୁରୁଷ ମାନେ ଜାଣିବେ ତେବେ ଭୁଲ ରେ ବି କେବେ ନିଜ ସ୍ତ୍ରୀ ପ୍ରତି ଅନ୍ୟାୟ,ଅତ୍ୟାଚାର ତଥା ମାଡ଼ ଗାଳି କରିବେ ନାହିଁ।
ଗରୁଡ଼ ପୁରାଣ ଅନୁସାରେ ଯେଉଁ ପୁରୁଷ ନିଜ ସ୍ତ୍ରୀ ଙ୍କୁ ମା-ନ-ସି-କ,ଶା-ରୀ-ରି-କ ନି-ର୍ଯା-ତ-ନା ଦେଇଥାଏ ତାଙ୍କୁ ମୃ-ତ୍ୟୁ ପରେ ଅନେକ ପ୍ରକାରର କଷ୍ଟ ଭୋଗିଵାକୁ ପଡ଼ିଥାଏ।
ଯେଉଁ ପୁରୁଷ ହିଂସା କରି ଯୌତୁକ ନ ମିଳିବା କାରଣରୁ ଏବଂ ପୁତ୍ର ନ ହେବା କାରଣରୁ ସ୍ତ୍ରୀ ଙ୍କୁ ନି-ର୍ଯା-ତ-ନା ଦେଇଥାଏ ଏଭଳି ପୁରୁଷ ମୃ-ତ୍ୟୁ ପରେ ଅନେକ ଜନ୍ମ ପର୍ଯ୍ୟନ୍ତ ଚକ୍ରବାକ ପକ୍ଷୀ ହୋଇ କଷ୍ଟ ଭୋଗି ଥାଏ।
ଯେଉଁ ପୁରୁଷ ସ୍ତ୍ରୀ ର ଟଙ୍କା କୁ ଦେଖି ପ୍ରେମରେ ପଡ଼ି ଯାଇଥାନ୍ତି ଏଭଳି ପୁରୁଷ ମୃ-ତ୍ୟୁ ପରେ ନର୍କ ଭୋଗୀ ଥାନ୍ତି।ଏହି ନର୍କ ରେ ପୁରୁଷ ଙ୍କୁ ଲୁହା ର ଜାଲି ରେ ବାନ୍ଧୀ ଦେଇ ରକ୍ତ ନ ବୋହିବା ପର୍ଯ୍ୟନ୍ତ ପିଟା ଯାଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.