Movie prime

ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ମହାରାଜା ଗଜପତି ପାଆନ୍ତି କେତେଟଙ୍କା ଦରମା ଆଜି ଜାଣି ନିଅନ୍ତୁ ପ୍ରକୃତ ସତ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
Special report
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପୁରୀ ରାଜାଙ୍କ ବିଷୟରେ କିଛି ଖବର ପାଇପାରିବେ । ଏହି ଖବର ହେଉଛି ପୁରୀ ରାଜା କେତେ ଦରମା ପାଆନ୍ତି ଏବଂ ଅନ୍ୟାନ୍ୟ ବିଷୟରେ । କେତେ ଟଙ୍କା ଦରମା ପାଆନ୍ତି ଚଳନ୍ତି ବିଷ୍ଣୁ ଗଜପତି ମହାରାଜା । ତାଙ୍କୁ ମୋଟା ଅଙ୍କର ଦରମା ମିଳିଥାଏ । 
ଆଉ ଏହାସହ ଅନେକ ସୁବିଧା ମଧ୍ୟ ମିଳିଥାଏ । ମହାରାଜା ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଶାସନ କରୁଥିଲେ ଆଉ ଏବେ ପୁରା ବିଶ୍ଵ ତାଙ୍କର ସମ୍ମାନ କରୁଛି । କୋଟି କୋଟି ହୃଦୟର ସିଂହାସନରେ ପୂଜା ପାଉଛନ୍ତି ଗଜପତି ମହାରାଜା ।
Special report
କୋଟିକୋଟି ଲୋକଙ୍କର ଦେବତା ପ୍ରଭୁ ଜଗନ୍ନାଥ ଆଉ ତାଙ୍କର ପ୍ରଥମ ସେବକ ସାଜିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଆପଣମାନେ ତାଙ୍କ ବିଷୟରେ ଜାଣିଛନ୍ତି କି କିଛି କଥା । ମହାରାଜାଙ୍କୁ ପ୍ରଶାସନ ତରଫରୁ ଟଙ୍କା ମିଳିଥାଏ । ଏହାକୁ ଭେଟି କୁହାଯାଏ । 
ସେ ସମସ୍ତ ଭକ୍ତମାନଙ୍କ ଭିତରେ ସର୍ବଶ୍ରେଷ୍ଠ ଅଟନ୍ତି । ଶ୍ରୀମନ୍ଦିରର ସେବା କରି ରାଜା କଣ ପାଆନ୍ତି ତାହା କଣ ଆପଣମାନେ ଜାଣିଛନ୍ତି । ଗଜପତି ମହାରାଜା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଅଟନ୍ତି । ତେଣୁ ତାଙ୍କୁ ମାସିକ ଭତ୍ତା ସହ କିଛି ସୁବିଧା ପ୍ରଦାନ କରାଯାଇଛି ।
ଗଜପତି ମହାରାଜା ସ୍ଥାୟୀ ସଭାପତି ଥିବାରୁ ମାସିକ ଭତ୍ତା ତାଙ୍କୁ ୩୦ ହଜାର ଟଙ୍କା ଦିଆଯାଉଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ବାର୍ଷିକ ୩ ଲକ୍ଷ ୬୦ ହଜାର ଟଙ୍କା ଭତ୍ତା ଆକାରରେ ପାଆନ୍ତି । ତାଙ୍କୁ ପ୍ରତିଦିନ ୭ କେଜି ଚୁନା ଚାଉଳ ଦିଆଯାଏ । 
Special Report
ବାର୍ଷିକ ୨୬୦୦ କିଲୋଗ୍ରାମ ଚୁନା ଚାଉଳ ଦିଆଯାଏ । ୨୦୧୦ ମସିହା ଏପ୍ରିଲ ମାସ ଠାରୁ ୨୦୧୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ୩୬୫ ଦିନରେ ୫୮୨ କେଜି ୭୫୨ ଗ୍ରାମ ଚାଉଳ ଗଜପତିଙ୍କୁ ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ଦଶ ବର୍ଷ ଭିତରେ ୨୬ ହଜାର ୮୪୯ କେଜି ଚାଉଳ ଗଜପତି ମହାରାଜାଙ୍କୁ ଦିଆଯାଇଛି ।
ପ୍ରତିଦିନ ଭଗବାନ ଜଗନ୍ନାଥଙ୍କ ଦୈନଦିନ ନୀତି କରିବା ପାଇଁ ମଧ୍ୟ ମହାପ୍ରସାଦ ମିଳୁଛି । ପ୍ରଭୁଙ୍କ ସକାଳ ଧୂପରେ ବଡକାଣ୍ଡୀ ତିନୋଟି, ଏଣ୍ଡୁରି ୧୪ଟି, କାକକୁଆ ଝିଲ୍ଲି ୪ଟି, ଅଦାପାଚେଳୀ, ତିନୋଟି କୁଡିଆ କାନିକା, ଭଜା, ଶାଗ ବୁନ୍ଦି ଇତ୍ୟାଦି । 
ମଧ୍ୟାହ୍ନ ଧୂପରେ ପୁରୀ, ମିଠା, ବଡ ଅମ୍ବାଲୁ, ପଖାଳ, ମୁଗ, ମରିଚିପାଣି, କ୍ଷୀରି, ପଣା, ସାକୁଲ ଆଦି ମିଳିଥାଏ । ସନ୍ଧ୍ୟା ଧୂପରେ କାକୁଆ, ଫେଣି ଏବଂ ପଖାଳ ଆଦି ମିଳିଥାଏ । ମାଆ ଲକ୍ଷ୍ମୀଙ୍କ ଭୋଗରୁ ବଡ କାକେରା, ଖଳିରୁଟି, ସୁଜି, ଗଜା ମଧ୍ୟ ଦିଆଯାଇଥାଏ ।
ଏଭଳି ଅନେକ ଭୋଗ ଗଜପତିଙ୍କୁ ମିଳିଥାଏ । ଏହାସହ ତାଙ୍କୁ ପରିଚାଳନା କମିଟି ପକ୍ଷରୁ ଭତ୍ତା ଦିଆଯାଇଥାଏ । ଏହିସବୁ ସୁବିଧା ଗଜପତି ମହାରାଜାଙ୍କ ସେବା ଆଗରେ କିଛି ବି ନୁହେଁ । ତେବେ ତାଙ୍କୁ ସମ୍ମାନ ଜଣାଇ ତାଙ୍କୁ ଭେଟି ଆକାରରେ ଏହିସବୁ ସୁବିଧା ଦିଆଯାଇଥାଏ ।