Movie prime

କୋଟି କୋଟି ଓଡ଼ିଆ ଙ୍କ ମଉଡ ମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହୃଦୟର ରହସ୍ୟ ଜାଣନ୍ତୁ ଏହାର ପ୍ରକୃତ ସତ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୁରାଣ ଅନୁସାରେ ସମୁଦ୍ର କୂଳରେ ଏବେ ଯେଉଁ ଠାରେ ପୁରୀ ସହର ଗଢି ଉଠିଛି ସେଠାରେ ଏକ ପର୍ବତ ଥିଲା। ସେହି ପର୍ବତ ର ନାମ ଥିଲା ନୀଳାଦ୍ରି। ନୀଳ କନ୍ଦର୍ ଭିତରେ ବିଜେ କରିଥିଲେ ନୀଳମାଧବ। ନୀଳ କନ୍ଦର ଠାରୁ ଦୁଇ କୋଶ ଦୂର ରେ ଏକ ଶବର ପଲ୍ଲୀ ଥିଲା।
Special Report
ଶବର ରାଜା ବିଶ୍ଵାବସୁଙ୍କ କନ୍ୟା ଲଳିତା ଏଠାରେ ବାସ କରୁଥିଲେ। ବିଶ୍ଵାବସୁ ସବୁ ବେଳେ ନୀଳମାଧବ ଙ୍କ ସହିତ କଥା ହେଉଥିଲେ। ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ଓ ତାଙ୍କ ପତ୍ନୀ ଗୁଣ୍ଡିଚା ରାତି ରେ ସ୍ବପ୍ନ ଦେଖିଲେ। 
ନୀଳମାଧବ ତାଙ୍କୁ କହିଲେ ମୋର ଗୋଟିଏ ମନ୍ଦିର ତିଆରି କରି ମୋତେ ତା ଭିତରେ ସ୍ଥାପନ କରି ମୋର ପୂଜାର୍ଚ୍ଚନା କର। ହଠାତ୍ ରାଜାଙ୍କ ନିଦ୍ରା ଭାଙ୍ଗିଗଲା। ସେ ତାଙ୍କ ପୁରୋହିତଙ୍କ ସାନ ଭାଇ ବିଦ୍ୟାପତି ଙ୍କୁ ନୀଳ ମାଧବଙ୍କ ସନ୍ଧାନ ନିମନ୍ତେ ପ୍ରେରଣ କଲେ।
Special Report
ବିଦ୍ୟାପତି ବହୁ କଷ୍ଟ ରେ ଶବର ପଲ୍ଲୀ ରେ ପହଞ୍ଚିଲେ। ସେତେବେଳେ ବିଶ୍ଵାବସୁ ଘରେ ନ ଥିଲେ। ବିଶ୍ଵାବସୁ ଙ୍କ କନ୍ୟା ଲଳିତା ଙ୍କ ସହିତ ବିଦ୍ୟାପତି ଭେଟ କଲେ। ଶବର ଜାତି ର ନିୟମ ଥିଲା ଯଦି କୌଣସି ପୁରୁଷ ର ହାତ କୁଆଁରୀ ଝିଅ ହାତ ରେ ବାଜି ଗଲା ତେବେ ସେ ପୁରୁଷ ସେହି କନ୍ୟାକୁ ବିବାହ କରିବ। 
ଜଳ ଗ୍ରହଣ ସମୟ ରେ ଲଳିତାଙ୍କ ହାତ ବିଦ୍ୟାପତିଙ୍କ ହାତରେ ବାଜିଗଲା। ବିଶ୍ଵାବସୁ ଏକଥା ଜାଣିବା ପରେ ଲଳିତା ଓ ବିଦ୍ୟାପତିଙ୍କ ବିବାହ ହୋଇଗଲା। କିଛି ଦିନ ପରେ ବିଦ୍ୟାପତି ଲଳିତା ଙ୍କୁ ପଚାରିଲେ ତମ ବାପା ସବୁ ଦିନେ କୁଆଡେ ଯାଉଛନ୍ତି।
Special Report
ସ୍ବାମୀ ଙ୍କୁ ମିଛ କହିଲେ ପାପ, ଜାଣି ଲଳିତା ନୀଳମାଧବ ଙ୍କ କଥା ବିଦ୍ୟାପତି ଙ୍କୁ କହିଦେଲେ। ବିଦ୍ୟାପତି ଲଳିତା ଙ୍କୁ ବାଧ୍ୟ କଲେ ସେ ପ୍ରଭୁ ଙ୍କୁ ଦର୍ଶନ କରିବେ। ସ୍ବାମୀ ଙ୍କ ପାଇଁ ଲଳିତା ନିଜ ବାପାଙ୍କୁ ମନାଇଲେ। ବିଦ୍ୟାପତି ଙ୍କ ଆଖିରେ ପଟୁଲି ବାନ୍ଧି ନୀଳମାଧବଙ୍କ ପାଖକୁ ନେଲେ। ବିଦ୍ୟାପତି ବହୁ ଚତୁର ଥିଲେ। 
ସେ ଗୋଟେ ମୁଣି ରେ ଷୋରିଷ କିଛି ନେଇଥିଲେ। ସେହି ଷୋରିଷ କୁ ବାଟ ସାରା ବୁଣି ଦେଇ ଥିଲେ। ପ୍ରଭୁଙ୍କ କୃପା ଲାଭ କରି ବିଦ୍ୟାପତି ଓ ଲଳିତା ନିଜ ଦେଶ କୁ ଫେରି ଗଲେ। ରାଜ ଇନ୍ଦ୍ରଦ୍ୟୁମ୍ନ ସମସ୍ତ ଖବର ପାଇ ଖୁସି ହେଲେ।
ସେଠାରେ ଏକ ବିରାଟ ମନ୍ଦିର ନିର୍ମାଣ କଲେ। ପ୍ରଭୁ ସ୍ବପ୍ନ ରେ କହିଲେ ତିନିମୁହାଣି ନିକଟ ରେ ମୋ ଦାରୁ ଲାଗିଛି ତାକୁ ଆଣି ବିଗ୍ରହ ନିର୍ମାଣ କର। ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ଙ୍କ ଦାରୁ ଆଣି ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ଓ ସୁଦର୍ଶନ ଙ୍କ ବିଗ୍ରହ ପ୍ରତିଷ୍ଠା କଲେ। ଏହା ବଡ଼ଠାକୁର ଙ୍କ ବଡଦେଉଳ ନାମରେ ପରିଚିତ ହେଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.