Movie prime

ଧୃତରାଷ୍ଟ୍ରଙ୍କ ଗୋଟି ଗୋଟି ପ୍ରଶ୍ନର ଉତ୍ତର ଦେଲେ ପ୍ରଭୁ ଶ୍ରୀକୃଷ୍ଣ ଦେଖନ୍ତୁ କଣ ଦେଲେ ଏହି ଚମତ୍କାରୀ ଉତ୍ତର ଯାହା ଆଜି ମାନବ ସମାଜ ପାଇଁ ହିତପୋକାରି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ମହାଭାରତ, ରାମାୟଣ ଆଦି ପୌରାଣିକ ଗ୍ରନ୍ଥକୁ ନେଇ ଅନେକ କଥା ଜାଣିଥିବେ । ଏବେ ମହାଭାରତକୁ ନେଇ କିଛି କଥା ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାହା ଜାଣିପାରିବେ ।
Special Report
ମହାଭାରତରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ ଅନୁସାରେ ଯିଏ ଯେଉଁଭଳି କର୍ମ କରିବ ସେ ସେହିଭଳି ଫଳ ପାଇବ । ଧୃତରାଷ୍ଟ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ତାଙ୍କର ଶହେ ପୁଅ ଯୁଦ୍ଧରେ ନିହତ ହେଲେ ।
ଆଉ ସେ କାହିଁକି ଅନ୍ଧ ହେଲେ ? ପୂର୍ବ ଜନ୍ମରେ ଏଭଳି କଣ ଭୁଲ କରିଥିଲେ ସେ ବୋଲି ପ୍ରଶ୍ନ ପଚାରିଲେ ?ଧୃତରାଷ୍ଟ୍ର ଅନ୍ଧ ଥିଲେ । ଆଉ ସେ ଯେତେବେଳେ ଜାଣିଥିଲେ କି ତାଙ୍କ ସ୍ତ୍ରୀ ୧୦୦ ପୁତ୍ର କରିବାର ବରଦାନ ପାଇଛନ୍ତି ।
Special Report
ଏହା ଶୁଣି ସେ ଅନ୍ଧ ହେବାର ଦୁଃଖ ଭୁଲି ଯାଇଥିଲେ । ଆଉ ଧୃତରାଷ୍ଟ୍ରଙ୍କର ୧୦୦ ପୁଅ ଆଉ ଗୋଟିଏ ଝିଅ ଥିଲା । ତାଙ୍କର ୧୦୦ ପୁଅଙ୍କର ଯୁଦ୍ଧରେ ମୃ-ତ୍ୟୁ ହୋଇଥିଲା । ଏନେଇ ଅନେକ ପ୍ରଶ୍ନ ତାଙ୍କ ମନରେ ଥିଲା ।
ଯିଏ ଯେମିତି କର୍ମ କରିବ ତାକୁ ସେଭଳି ଫଳ ପ୍ରାପ୍ତି ହେବ । ଭଗବାନ କେଶବ ଧୃତରାଷ୍ଟ୍ରଙ୍କ ପ୍ରଶ୍ନ ଶୁଣି କହିଲେ ସେ ପୂର୍ବ ଜନ୍ମରେ ରାଜା ଥିଲେ ଆଉ ଏ ଜନ୍ମରେ ବି ରାଜା ହୋଇଛନ୍ତି । କିନ୍ତୁ ପୂର୍ବ ଜନ୍ମରେ ସେ ଶାସ୍ତ୍ର ବିରୋଧୀ କିଛି କାମ କରିଥିଲେ ଆଉ ସେଥିପାଇଁ ଏ ଜନ୍ମରେ ଏହି ଦଣ୍ଡ ପାଉଛନ୍ତି ।
Special Report
ସେ ପୂର୍ବ ଜନ୍ମରେ ରାଜା ଥିଲେ । ତାଙ୍କ ରାଜ୍ୟରେ ଜଣେ ବ୍ରାହ୍ମଣ ୪ଟି ହଂସ ରଖିଥିଲେ । ଆଉ ସେ ତୀର୍ଥ କରିବାକୁ ଭାବିଥିଲେ । ଆଉ ସେ ତାଙ୍କ ହଂସକୁ ରାଜାଙ୍କୁ ଦେଇ ଯାଇଥିଲେ । 
ଆଉ ରାଜା ତାଙ୍କର ଯତ୍ନ ନେବେ ବୋଲି କହିଥିଲେ । ତାଙ୍କର ଇଛା ହେଲା ମାଂସ ଖାଇବାକୁ । ଆଉ ଏହାପରେ ସେ ହଂସ ଦେଖିଲେ ଆଉ ୪ଟି ହଂସରୁ ଦୁଇଟି ହଂସ ଖାଇ ଦେଇଥିଲେ । ଆଉ ହଂସ ଦମ୍ପତ୍ତି ତାଙ୍କ ଛୁଆଙ୍କୁ ଝୁରି ଝୁରି ମରି ଯାଇଥିଲେ । ଏହାପରେ ସେଠାକୁ ବ୍ରାହ୍ମଣ ଆସିଲେ ଆଉ ତାଙ୍କ ହଂସ କଥା ପଚାରିଲେ ।
ରାଜା ଧୃତରାଷ୍ଟ୍ର କହିଥିଲେ କି ହଂସ ରୋଗାଗ୍ରସ୍ତ ହୋଇ ମରିଗଲେ । ଏହାପରେ ବ୍ରାହ୍ମଣ ଏହି କଥାକୁ ବିଶ୍ବାସ କରି ମନ ଦୁଃଖରେ ଫେରି ଆସିଥିଲେ । ଏହିଭଳି ଭାବରେ ରାଜା ଧୃତରାଷ୍ଟ୍ର ବିଶ୍ବାସ ଭାଙ୍ଗି ଥିବାରୁ ଆଉ ରାଜଧର୍ମ ପାଳନ ନ କରିଥିବାରୁ ସେ ଅନ୍ଧ ହୋଇଥିଲେ ଆଉ ତାଙ୍କ ଶହେ ପୁତ୍ରଙ୍କୁ ହରାଇ ଥିଲେ ।