Movie prime

ସବୁବେଳେ ପୂଜାପାଠ କରି ତଥାପି ଦୁଃଖରେ ରୁହନ୍ତି ଆଜି ଜାଣି ନିଅନ୍ତୁ ଏହାର ମୁଖ୍ୟ କାରଣ କଣ ଅଟେ - ଭଗବାନ ଦେବାକୁ ଚାହାଁନ୍ତି ଏହି ସଂକେତ

 
Puja Paths
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ଅଞ୍ଚଳର ଏବଂ ସବୁ ପ୍ରକାରର ଖବର ପାଇପାରିବେ । ସୋସିଆଲ ମିଡ଼ିଆରେ ସବୁ ପ୍ରକାରର ଖବର ମଧ୍ୟ ଆପଣମାନେ ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କିଛି ପ୍ରଶ୍ନର ଉତ୍ତର ଜାଣିପାରିବେ ।
Puja Patha
ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ଗରିବିରେ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛନ୍ତି । ଭଗବାନଙ୍କର ପୂଜାପାଠ ଯିଏ ଅଧିକ କରିଥାଏ ସେ ଜୀବନରେ ଅଧିକ ଦୁଃଖୀ ହୋଇଥାଏ । ଏହି କଥାକୁ ନେଇ ଭଗବାନ ଶ୍ରୀକୃଷ୍ଣ କିଛି କହିଛନ୍ତି । 
ଆପଣମାନେ ଦେଖିଥିବେ କି ଯେଉଁ ମନୁଷ୍ୟ ସବୁବେଳେ ପୂଜାପାଠ କରିଥାଏ ସେ ଦୁଃଖରେ ରହିଥାଏ କିନ୍ତୁ ଯେଉଁମାନେ ନାସ୍ତିକ ପୂଜାପାଠ କରନ୍ତି ନାହିଁ ସେମାନେ ଭଲରେ ଆଉ ସୁଖରେ ଜୀବନ ବିତାଇ ଥାଆନ୍ତି ।
Viral
ଏହିସବୁ କଥା ଦେଖିବା ପରେ ଭଗବାନଙ୍କୁ ନେଇ ଅନେକ କଥା ଆସିଥାଏ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି କାରଣ ବିଷୟରେ ଜାଣିପାରିବେ । ଭଗବାନ କୃଷ୍ଣ ଶ୍ରୀମଦ ଭାଗବତ ଗୀତାରେ ଏହି ବିଷୟରେ କହିଛନ୍ତି । ଦ୍ଵାପର ଯୁଗରେ ଭଗବାନ କୃଷ୍ଣ ଏବଂ ଅର୍ଜୁନ କଥା ହେଉଥିଲେ । 
ସେହି ସମୟରେ ଏହି ପ୍ରଶ୍ନ ଅର୍ଜୁନ ଭଗବାନ କୃଷ୍ଣଙ୍କୁ ପଚାରିଥିଲେ । ଆଉ ଏହାର ଉତ୍ତର ଦେବାକୁ ସେ ଏକ ଛୋଟ ଗପ କହିଥିଲେ । ଏହି ଗପ ହେଉଛି, ଜଣେ ଗୁରୁଙ୍କ ପାଖରେ ଦୁଇଜଣ ଶିଷ୍ୟ ପଢୁଥିଲେ । ଉଭୟ ଭଲ ଶିକ୍ଷା ନେଉଥିଲେ ।
ଜଣେ ଶିଷ୍ୟ ସର୍ବଦା ଭଗବାନଙ୍କୁ ପୂଜାପାଠ କରିଥାଏ ଏବଂ ଆଉ ଜଣେ ଶିଷ୍ୟ ନାସ୍ତିକ ଥିଲା ଏବଂ ତାର ସବୁ ଖରାପ ଗୁଣ ଥିଲା । ସେହି ନାସ୍ତିକ ଶିଷ୍ୟ ଏକଦା ରାସ୍ତାରେ ଯାଉଥିବା ସମୟରେ ଏକ ପଇସା ଭରା ବ୍ୟାଗ୍ ପାଇଲେ । ଆଉ ସେହି ପୂଜାପାଠ କରୁଥିବା ଶିଷ୍ୟ ଗୋଡ଼ରେ କଣ୍ଟା ଫୋଡ଼ି ହୋଇ ଯାଇଥିଲା ।
ନାସ୍ତିକ ଶିଷ୍ୟ ସେହି ଶିଷ୍ୟକୁ ଦେଖି କହିଥିଲା କି ସେ ଭଲ କାମ କରୁନାହିଁ କିନ୍ତୁ ତାଙ୍କୁ ଟଙ୍କା ମିଳୁଛି । ଏହି କଥାକୁ ନେଇ ସେହି ଶିଷ୍ୟ ଗୁରୁଙ୍କୁ ପଚାରିଥିଲା । ଆଉ ଗୁରୁ ଏହାର ଉତ୍ତରରେ କହିଥିଲେ କି ଯେଉଁ ବ୍ୟକ୍ତି ତାର ପୂର୍ବଜନ୍ମରେ ଯେଉଁ ଭଳି କର୍ମ କରିଥାଏ ସେହି ଅନୁସାରେ ଫଳ ମିଳିଥାଏ ।
Puja
ସେହି ନାସ୍ତିକ ପୂର୍ବଜନ୍ମରେ ସାଧୁ ସନ୍ଥ ଥିଲା ସେଥିପାଇଁ ସେ କିଛି ଟଙ୍କା ପାଇଁ ଖୁସିରେ ଅଛି । ଆଉ ତମେ ପୂର୍ବଜନ୍ମରେ ଭଲ କର୍ମ କରି ନଥିଲ ସେଥିପାଇଁ ତୁମର ଆଜି ଦେହାନ୍ତ ହୋଇଥାନ୍ତା କିନ୍ତୁ ତମେ ପୂଜାପାଠ କରୁଛ ବୋଲି ଛୋଟ କଣ୍ଟା ଫୋଡି ହୋଇଗଲା । ଏହିଭଳି ଭାବରେ ସବୁ କଥା ବୁଝାଇ ଥିଲେ ଭଗବାନ କୃଷ୍ଣ ।