Movie prime

ପୁରୀକୁ କେମିତି ଆସିଲେ ପ୍ରଭୁ ଜଗନ୍ନାଥ ପ୍ରତ୍ୟେକ ହିନ୍ଦୁ ଦେଖନ୍ତୁ ଏହାର ସମ୍ପୂର୍ଣ ରହସ୍ୟ Jay Jagannath

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଇନ୍ଦ୍ରଦ୍ୟୁମ୍ନ ନାମରେ ଏକ ରାଜା ଥିଲେ। ତାଙ୍କର ରାଜଧାନୀର ନାଁ ଥିଲା ଅବନ୍ତି। ସେ ଭଗବାନ୍ ବିଷ୍ଣୁଙ୍କ ଭକ୍ତ ଥିଲେ। ଏବଂ ସବୁବେଳେ ଭଗବାନ୍ ବିଷ୍ଣୁଙ୍କୁ ଦର୍ଶନ ପାଇଁ ଇଛୁକ ଥାଆନ୍ତି।
ଦିନେ ଜଣେ ଋଷି ବୁଲିବୁଲି ରାଜାଙ୍କ ଘରେ ଆସି ପହଁଚିଲେ। ଆଉ କହିଲେ, ହେ ରାଜା ଓଡ଼ିଶାରେ ପ୍ରଭୁ ବିଷ୍ଣୁଙ୍କ ଭବ୍ୟରୂପ ନୀଳମାଧବଙ୍କୁ ପୂଜା କରାଯାଏ।
Special Report
କିନ୍ତୁ ସେହି ସ୍ଥାନ କେଉଁ ଦିଗରେ ଅଛି ରାଜାଙ୍କୁ ଖୋଜିବାକୁ ପଡ଼ିବ ବୋଲି କହିଲେ। ଏହି କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ ଅତ୍ୟନ୍ତ ଖୁସି ହୋଇଗଲେ। ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାବତିଙ୍କୁ ଆଦେଶ ଦେଲେ। 
ଏହାପରେ ବିଦ୍ୟାବତି ଓଡ଼ିଶାରେ ଯାଇ ପହଞ୍ଚିଲେ। ଆଉ ସେ କିଛି ଗୁପ୍ତଚୋର ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଶବରଙ୍କ ମୁଖିଆ ବିଶ୍ଵାବସୁ ଏକ ଗୁମ୍ଫାରେ ନୀଳମାଧବ ଙ୍କୁ ପୂଜା କରନ୍ତି।
Special Report
ଏହାପରେ ବିଦ୍ୟାବତି ବିଶ୍ଵାବସୁ ଦେବପୂଜା ର ସ୍ଥାନ ଦେଖେଇବା ପାଇଁ ଅନୁରୋଧ କଲେ। କିନ୍ତୁ ବିଶ୍ଵାବସୁ ବିଦ୍ୟାବତିଙ୍କୁ ସଫା ସଫା ମନା କରିଦେଲେ।
ଏହାପରେ ବିଦ୍ୟାବତି ଶବର ବସ୍ତିରେ କିଛି ଦିନ ପାଇଁ ବାସ କରିବାକୁ ଲାଗିଲେ। ଆଉ ବିଶ୍ଵାବସୁଙ୍କ କନ୍ୟା ଲଳିତାଙ୍କୁ ବିଦ୍ୟାବତି ପ୍ରେମ କରିଥିଲେ। ଏହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଗଲେ। 
କିଛି ଦିନ ପରେ ବିଦ୍ୟାବତି ଲଳିତାଙ୍କୁ ନୀଳମାଧବଙ୍କ ଝଲକ ଦେଖେଇବା ପାଇଁ ତାଙ୍କ ପିତାଙ୍କୁ ରାଜି କରାଇବା ପାଇଁ କହିଲେ। ଝିଅ ଜିଦିକୁ ଦେଖି ବିଶ୍ଵାବସୁ ରାଜି ହୋଇଗଲେ।
Special Report
କିନ୍ତୁ ବିଶ୍ଵାବସୁ କହିଲେ ବିଦ୍ୟାବତିଙ୍କ ଆଖିରେ କନା ବାନ୍ଧି ତାଙ୍କୁ ନୀଳମାଧବଙ୍କ ପାଖକୁ ନିଆଯିବ ବୋଲି କହିଲେ। କିନ୍ତୁ ବିଦ୍ୟାବତି ଚତୁରତା ସହିତ ସାଙ୍ଗରେ କିଛି ସୋରିଷ ନେଇଥିଲେ।
ଆଉ ଗୁପ୍ତ ଗୁମ୍ଫା ପର୍ଯ୍ୟନ୍ତ ରସ୍ତାରେ ସୋରିଷ ପକାଇ ଚାଲିଲେ। ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାବତିଙ୍କ ସହିତ ଗୁମ୍ଫାରେ ଯାଇ ପହଞ୍ଚିଲେ। 
ଆଉ ଗୁମ୍ଫାକୁ ଯାଇ ଦେଖିଲା ବେଳେ ପ୍ରଭୁ ନୀଳମାଧବ ସେହିଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଏହାପରେ ରାଜା ନିରାସ ହୋଇ ଭବନ କୁ ଫେରି ଆସିଲେ। ଆଉ ସେହି ରାତିରେ ରଜଙ୍କୁ ସ୍ବପ୍ନ ରେ ଦେବଲୋକର ସନ୍ଦେଶ ଆସିଲା।
Special Report
ଯାହାକି ପୁରୀରେ ଏକ ଦାରୁ ଭାସୁଥିବ ଯାହାକୁ ରାଜା ବାହାର କରିବେ। ଏହାପରେ ରାଜା ପୁରୀ ସମୁଦ୍ରକୂଳରେ ସତରେ ଏକ ଦାରୁ ଭାସୁଥିବାର ଦେଖିବାକୁ ପାଇଲେ।
ସେହି ଦାରୁକୁ ଶେଷରେ ବିଶ୍ଵାବସୁଙ୍କ ସାହାଯ୍ୟରେ ରାଜାଙ୍କ ଭବନକୁ ଅଣାଗଲା। କିନ୍ତୁ ସେହି କାଠ ଗଣ୍ଡିରୁ କେହିବି ପ୍ରଭୁ ନୀଳମାଧବଙ୍କ ଛବି ଆଙ୍କି ପାରୁନଥିଲେ। ଏହାପରେ ଦେବତା ମାନଙ୍କ ଶିଳ୍ପକାର ଶ୍ରୀ ବିଶ୍ୱକର୍ମା ଏକ ବୁଢା ବେଶରେ ପ୍ରକଟ ହେଲେ। 
ସେ ରାଜାଙ୍କୁ କହିଲେ ପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ। କିନ୍ତୁ ତାଙ୍କର ଏକ ସର୍ତ୍ତ ଥିଲା ଯାହାକି ୨୧ ଦିନ ଯାଏଁ ସେ ଏକୁଟିଆ ମୂର୍ତ୍ତି ନିର୍ମାଣ କରିବେ। ଆଉ କେହିବି ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ ନାହିଁ। ଆଉ ୧୫ ଦିନ ପରେ ରାଣୀକୁ ସେହି କୋଠରୀ ଭିତରୁ କୌଣସି ଶବ୍ଦ ଶୁଣା ଯାଇ ନଥିଲା।
ଯାହାଫଳରେ ସେ ଭାବିଲେ ବୁଢ଼ା କରିବାର ବୋଧେ ମରିଗଲେ। ଏହାପରେ ଦ୍ଵାରା ଖୋଲାଗଲା। ଆଉ ଦେଖିଲା ବେଳକୁ ସେହିଠାରେ ବୁଢ଼ା ଜଣକ ଆଉ ନଥିଲେ। ଆଉ ସେଠାରେ ଖାଲି ଅଧା ନିର୍ମାଣ ତିନି ମୂର୍ତ୍ତି ରହିଥିଲା। ଯାହାକି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.