Movie prime

ରବିବାର ଲୁଣ ଖାଉଛନ୍ତି କି ସାବଧାନ ଦେଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଲୁଣ ଆମ ଦୈନନ୍ଦିନ ଜୀବନ ସହ ଖୁବ୍‌ ଜଡ଼ିତ। ଏହା ଆମର ଅବିଛେଦ୍ୟ ଅଙ୍ଗ କହିଲେ ଭୁଲ ହେବନାହିଁ। ଖାଦ୍ୟରେ ଯଦି ଲୁଣ ପଡ଼ିନଥାଏ, ତେବେ ତାହା ସ୍ୱାଦହୀନ।
ସେହିପରି ଖାଦ୍ୟରେ ଲୁଣ ଅଧିକ ହେଲେ ବି ଖରାପ ଲାଗେ, ଆଉ କମ୍‌ ହେଲେ ବି ଖରାପ ଲାଗେ। ତେଣୁ ଆମ ଦୈନନ୍ଦିନ ଜୀବନରେ ଲୁଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖାଦ୍ୟ ଯେତେ ଭଲ ହୋଇଥିଲେ ବି ଲୁଣର ମାତ୍ରା ଟିକେ ଏପଟ ସେପଟ ହେଲେ ସବୁ ଖରାପ ହୋଇଯାଏ।
ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ରବିବାର କାହିଁକି ଲୁଣ ଖାଇବା ଉଚିତ୍ ନୁହେଁ? ହିନ୍ଦୁ ଧର୍ମରେ ରବିବାରକୁ ସୂର୍ଯ୍ୟ ଦେବତାଙ୍କୁ ସମର୍ପଣ କରାଯାଇଛି। ଗ୍ରହ ମାନଙ୍କରେ ରାଜା ହେଉଛନ୍ତି ସୂର୍ଯ୍ୟ ଦେବତା। ତାଙ୍କ କୃପରେ ବ୍ୟକ୍ତି ଜୀବନରେ ଉନ୍ନତି କରିଥାନ୍ତି।
ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ରବିବାରରେ ଅନେକ ଉପାୟ ମାନ ରହିଛି। ସୂର୍ଯ୍ୟ ଦେବତାଙ୍କ କୃପାରୁ ବ୍ୟକ୍ତି ନିରୋଗୀ ରହିଥାନ୍ତି। ଜାତକ ରେ ସୂର୍ଯ୍ୟ ମଜବୁତ୍ ଥିଲେ ଜୀବନରେ ସୁଖ, ସମୃଦ୍ଧି ଏବଂ ଜସ ପ୍ରାପ୍ତି ହୋଇଥାଏ। 
ସେହିପରି କିଛି କାମ ରହିଛି ଯାହାକୁ ରବିବାର କରିବା ଉଚିତ୍ ନୁହେଁ। ତେବେ ଆସନ୍ତୁ ଜାଣିବା କଣ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରବିବାର ଦିନ ଲୁଣ ଖାଇବା ଉଚିତ୍ ନୁହେଁ।
ମାନ୍ୟତା ରହିଛି କି ରବିବାର ଦିନ ଲୁଣ ଖାଇଲେ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏବଂ ବ୍ୟକ୍ତିଙ୍କ ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ରବିବାର ଦିନ ଭୁଲରେ ମଧ୍ୟ ପଶ୍ଚିମ ଏବଂ ବାୟୁ କୋଣ ଆଡ଼କୁ ଯାତ୍ରା କରିବା ଉଚିତ୍ ନୁହେଁ। 
ଯଦି କୌଣସି କାରଣରୁ ଏହି ଦିଗରେ ଯାତ୍ରା କରିବାକୁ ପଡେ, ତେବେ ଘରୁ ଘିଅ ବା ପାନ ଖାଇ ଯାତ୍ରା କରନ୍ତୁ। ରବିବାର ଦିନରେ ତମ୍ବା ଜନିତ ଜିନିଷ ବିକ୍ରି କରିବା ଉଚିତ୍ ନୁହେଁ। ଏହାଦ୍ଵାରା ଜାତକରେ ସୂର୍ଯ୍ୟଙ୍କର ସ୍ଥିତି ଦୁର୍ବଳ ହୋଇଯାଏ।
ଆଉ ରବିବାର ଦିନ ବ୍ୟକ୍ତି କେଶ କାଟିବା ଉଚିତ୍ ନୁହେଁ। କୁହାଯାଏ କି ଏପରି କରିବା ଦ୍ବାରା ସୂର୍ଯ୍ୟ ଦୁର୍ବଳ ହୋଇଯାଇଥାନ୍ତି। ତେବେ ବନ୍ଧୁଗଣ ରବିବାର ଦିନ ଏହି ସବୁ କାରଣ ପାଇଁ ଲୁଣ ଖାଇବା ଉଚିତ୍ ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.