Movie prime

ଆଜି ପବିତ୍ର ରାମ ନବମୀ ରେ ଏହି ୧ଟି ଜିନିଷ ନିଶ୍ଚୟ ଖାଇବେ, ପୁରା ବର୍ଷ ଭରି ଭରି ପଇସା ଆସିବ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚଳିତ ବର୍ଷ ରାମନବମୀ ମାର୍ଚ୍ଚ ୩୦ ଗୁରୁବାର ଦିନ ପାଳିତ ହେବ ଏବଂ ଏହି ପବିତ୍ର ଉତ୍ସବକୁ ଠିକ ୧୨ ରେ ପାଳନ କରାଯାଏ।
ଏଥର ରାମନବମୀରେ ବନୁଥିବା ଅନେକ ଦୁର୍ଲଭ ସଂଯୋଗ ଅନୁଯାୟୀ ଯଦି ଆପଣ ଏହିଦିନ କୌଣସି ଗୋଟିଏ ଖାସ ଜିନିଷର ସେବନ କରନ୍ତି ତେବେ ପୁରା ବର୍ଷ ଧନ ଅର୍ଜନ ହେବ ଏବଂ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ।
ତେଣୁ ଉପାୟ ଅନୁଯାୟୀ ରାମନବମୀ ଦିନ ସକାଳୁ ଜଲଦି ଉଠି ସ୍ନାନ ନିତ୍ୟକର୍ମ ସାରି ପୂଜାଘରେ ଦେବୀ ଦେବତାଙ୍କୁ ପୂଜା କରି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ। ଏହିଦିନ ରାମନବମୀ ବ୍ରତ କରିବାର ମଧ୍ୟ ବିଧାନ ରହିଛି। 
ରାମନବମୀ ବ୍ରତ ସାଧରଣତଃ ତିନି ପ୍ରହର ପର୍ଯ୍ୟନ୍ତ ମାନା ଯାଇଥାଏ ତେଣୁ ତିନି ପ୍ରହର ପରେ ଭୋଜନ ଗ୍ରହଣ କରି ପାରିବେ କିମ୍ବା ରାମ ଜନ୍ମୋତ୍ସବ ପରେ ରାମଚନ୍ଦ୍ରଙ୍କୁ ଭୋଗ ଲଗାଇ ସାରିବା ପରେ ଭୋଜନ ଗ୍ରହଣ କରି ପାରିବେ।
ରାମଚନ୍ଦ୍ରଙ୍କୁ ପୂଜା କରିବା ପୂର୍ବରୁ ପ୍ରଥମେ ଆହ୍ୱାନ କରନ୍ତୁ ଏବଂ ପଞ୍ଚାମୃତରେ ଅଭିଷେକ କରି ତୁଳସୀ ଜଳ ନିଶ୍ଚୟ ଅର୍ପିତ କରନ୍ତୁ। ଏହାପରେ ଅକ୍ଷତ , ପୁଷ୍ପ , ଅତର , ସୁନ୍ଦର ବସ୍ତ୍ର ଅର୍ପିତ କରି ଦ୍ୱିପ୍ରହର ୧୨ ରେ ଭୋଗ ଲଗାନ୍ତୁ।
ଫଳ ବ୍ୟତୀତ ରାମଚନ୍ଦ୍ରଙ୍କ ପ୍ରିୟ କ୍ଷୀରି ଅର୍ପିତ କରି ପାରିବେ। ଖିରିରେ ତୁଳସୀ ନିଶ୍ଚୟ ପକାନ୍ତୁ ଏବଂ ଚାରିପଟେ ଜଳ ସିଞ୍ଚି ଆରତୀ କରନ୍ତୁ। ଆରତୀ ପରେ ସବୁ ଭକ୍ତଙ୍କୁ ପ୍ରସାଦ ବିତରଣ କରି ରାମଚାରିତ ମାନସ ପାଠ ମଧ୍ୟ କରନ୍ତୁ। 
ଏହିଦିନ ରାମଚାରିତ ମାନସ ପାଠ କରିବାର ବିଶେଷ ମହତ୍ତ୍ୱ ରହିଛି। ପୂଜା ସରିବା ପରେ ଭଗବାନ ରାମଚନ୍ଦ୍ରଙ୍କୁ ହାତ ଯୋଡ଼ି ପ୍ରାର୍ଥନାରେ ନିଜର ସବୁ ମନସ୍କାମନା କହି ଦିଅନ୍ତୁ। ଭୋଗ ଲଗାଇଥିବା କ୍ଷୀରିକୁ ପ୍ରସାଦ ଆକାରରେ ନିଜେ ଏବଂ ପରିବାର ସଦସ୍ୟଙ୍କ ସହିତ ଗ୍ରହଣ କରନ୍ତୁ।
ଏହି ଦିନ କ୍ଷୀରିରେ ଅଳେଇଚ ପକାଇ ଖାଇଲେ ଜୀବନରେ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିନଥାଏ ଏବଂ ପୁରା ବର୍ଷ ଧନ ଅର୍ଜିତ ହୋଇଥାଏ।
ଭଗବାନ ରାମଚନ୍ଦ୍ରଙ୍କୁ ଅର୍ପିତ କରିଥିବା ଫଳର ସେବନ ମଧ୍ୟ କରି ନିଅନ୍ତୁ। କ୍ଷୀରିରେ ମିଶ୍ରୀ ମିଶାଇ ସେବନ କଲେ ମଧ୍ୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହାକୁ ନିଜେ ଏବଂ ପରିବାର ଲୋକଙ୍କ ସହିତ ସେବନ କରନ୍ତୁ। 
ଚଳିତ ବର୍ଷ ରାମନବମୀ ଦିନ ଅନେକ ରାଜଯୋଗ ମଧ୍ୟ ସୃଷ୍ଟି ହେଉଛି। ଯଦି ଆପଣ ଏହିଦିନ କ୍ଷୀରି ସହିତ ସବୁଜ କିମ୍ବା କଳା ଅଙ୍ଗୁର ଖାଆନ୍ତି ତେବେ ପୁରା ବର୍ଷ ଆପଣଙ୍କୁ ଧନର ଅଭାବ ହେବ ନାହିଁ। ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି।
ଏହାବ୍ୟତୀତ ଆପଣ ଏହିଦିନ ସାଗୁ ଦାନା ଖିଚୁଡ଼ି ବନାଇ ମଧ୍ୟ ଖାଇ ପାରିବେ। ଏହିଦିନ ସକାଳ ସନ୍ଧ୍ୟା ଦୀପ ନିହାତି ଜାଳିବା ଉଚିତ।
ଏହିଦିନ ଗରିବଙ୍କୁ ନିହାତି ଦାନ କରନ୍ତୁ। ଯାହାବି ଆପଣ ସେବନ କରିବେ ତାହାକୁ ନିଜ ପରିବାର ଲୋକଙ୍କୁ ମଧ୍ୟ ଖୁଆନ୍ତୁ। ଏହିଦିନ ବେଲ ଖାଇଲେ ମଧ୍ୟ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ।