Movie prime

ରାତି ହେଲେ ବୁଢ଼ୀ ରୂପରେ ବାହାରୁଛି ମା ବାଟ ମଙ୍ଗଳା, ମାନିଲେ ସତ ନ ମାନିଲେ ମିଛ ଆପଣ ବି ହେବେ ଆଶ୍ଚର୍ଯ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣଙ୍କ ଛାତି ଥରି ଉଠିବ। ଆଜି ଆମେ କହିବାକୁ ଯାଉଛୁ କି କାହିଁକି ମାଆ ଙ୍କ ନାମ ହୋଇଥିଲା ବାଟ ମଙ୍ଗଳା?
ଆଜି ଆମେ ମାଆ ବାଟ ମଙ୍ଗଳା ଙ୍କ ଅଲୌକିକ ରହସ୍ୟ ସମ୍ପର୍କ ରେ ଆପଣଙ୍କୁ କହିବାକୁ ଯାଉଛୁ। ପାଞ୍ଚ ଜଣ ବ୍ୟକ୍ତି ପୁରୀ କୁ ରାତ୍ରୀ ସମୟରେ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ହଠାତ୍ ମାଡ଼ି ଆସିଥିଲା ଘନ କୁହୁଡି।ଆକାଶରେ ମଧ୍ୟ ଚମକିବାକୁ ଲାଗିଲା ବିଜୁଳୀ। 
ଗୋଟେ ଗାଡ଼ି ମଧ୍ୟରେ ଥାଇ ମଧ୍ୟ ମୁହଁ କୁ ମୁହଁ ଦେଖା ଯାଉ ନଥିଲା କି କାହା ପାଟିରୁ ମଧ୍ୟ କୌଣସି କଥା ଶୁଣାଯାଉ ନଥିଲା। ସେତେବେଳ ର ପରିବେଶ ମଧ୍ୟ ସଂପୂର୍ଣ୍ଣ ଭାବରେ ଗମ୍ଭୀର ହୋଇ ଯାଇଥିଲା।
କୁହୁଡି ମଧ୍ୟରେ ଗାଡ଼ି ଚଳାଇବା ମଧ୍ୟ ଅସମ୍ଭବ ଥିଲା କାରଣ ଆଗକୁ କଣ ଅଛି ତାହା ଘନ କୁହୁଡି ଦ୍ବାରା କିଛି ମଧ୍ୟ ଦେଖା ଯାଉ ନଥିଲା। ଚାରି ଆଡେ଼ କେବଳ ବିପଦ ହିଁ ଦେଖା ଯାଉଥିଲା।ସମସ୍ତଙ୍କ ମୁଖରେ କେବଳ ଜୟ ଜଗନ୍ନାଥ ବୋଲି ଗୋଟିଏ ନାମ ଉଚ୍ଚାରଣ ହେଉଥାଏ।
Special Report
ଏଭଳି କିଛି ସମୟ ବିତିବା ପରେ ମଧ୍ୟ କୁହୁଡି କମି ନଥିଲା। ଗାଡ଼ି ମଧ୍ଯ ହଠାତ୍ ବନ୍ଦ୍ ହୋଇଗଲା ଆଉ ଷ୍ଟାର୍ଟ ହେଲା ନାହିଁ। ବାହାରକୁ ଆସିବାକୁ ମଧ୍ୟ କାହାର ଆଉ ସାହସ ହେଲା ନାହିଁ। ଗାଡ଼ି ମଧ୍ୟରେ କେବଳ ଶୁ ଶୁ ଗର୍ଜନ ଶୁଣା ଯାଉଥାଏ।
 ଠିକ୍ ଏହି ସମୟରେ ଶୁଣା ଗଲା କେଉଁ ଏକ ନାରୀ ର ରୁଣୁ ଝୁଣୁ ପାଉଁଜି ର ଶବ୍ଦ। ଏହାପରେ ଜଣେ ବୁଢୀମା ଆସି କାର ର ଡୋର ରେ ହାତ ମାରିଥିଲେ।ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ସେ କାନି ରେ ଫୁଲ ଦେଖାଇ ଫୁଲ ତୋଳିବାକୁ ଆସିଛନ୍ତି ବୋଲି କହିଥିଲେ।
ଏହାପରେ ସେହି ବ୍ୟକ୍ତି ମାନେ କାର ର ଡୋର ଖୋଲିବା ପରେ ସେଠାରେ କିଛି ଭୟ କରିବା ଦରକାର୍ ନାହିଁ। ଏହାପରେ ସେ କହିଥିଲେ କି ସେମାନେ ଜଗା ଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି ହେଲେ ବାଟ ରେ ବାଟ ମଙ୍ଗଳା ଙ୍କୁ ଡାକୁ ନାହାଁନ୍ତି। 
ଏତିକି କହି ବୁଢ଼ୀ ମାଆ ଯିବା ପରେ କୁହୁଡି ହଟି ଗଲା ଓ ପରିବେଶ ମଧ୍ୟ ଶାନ୍ତ ହୋଇଗଲା। ଏହାପରେ ସେମାନେ କିଛି ବାଟ ଯିବା ପରେ ସେ ବୁଢ଼ୀ ମାଆ ଙ୍କୁ ଆଉ ପାଇ ନଥିଲେ ହେଲେ କିଛି ବାଟ ଯିବା ପରେ ମାଆ ବାଟ ମଙ୍ଗଳା ମନ୍ଦିର ଦେଖିବାକୁ ପାଇଥିଲେ।
ଏହାପରେ ମନ୍ଦିରରେ ଜଣା ପଡ଼ିଥିଲା କି ବ୍ରହ୍ମା ଶ୍ରୀ ଜଗନ୍ନାଥ ଙ୍କୁ ଦେଖା କରିବାକୁ ଆସିଥିଲେ ମାତ୍ର ସେହି ସ୍ଥାନରେ ସେ ବାଟ ଭୁଲି ଯାଇଥିଲେ ଏହାପରେ ମାଆ ମଙ୍ଗଳା ତାଙ୍କୁ ବାଟ ଦେଖାଇ ଥିଲେ ସେହି ଦିନ ଠାରୁ ସେହି ସ୍ଥାନରେ ମାଆ ବାଟ ମଙ୍ଗଳା ଙ୍କ ନାମରେ ନାମିତ ହେଲା ଓ ଏକ ମନ୍ଦୀର ମଧ୍ଯ ପ୍ରତିଷ୍ଠା କରାଗଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.