Movie prime

କାହିଁକି ସଧବା ନାରୀ ମାନେ ପାଳନ କରନ୍ତି ସାବିତ୍ରୀ ବ୍ରତ ଦେଖନ୍ତୁ କଣ ରହିଛି ଏହାର ପ୍ରମୁଖ ମାନ୍ୟତା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜରେ ସାବିତ୍ରୀ ବ୍ରତ ର ଅନେକ ମାହାତ୍ମ୍ୟ ରହିଛି। ଏହାକୁ ପ୍ରତ୍ୟେକ ସ୍ତ୍ରୀ ତାଙ୍କ ସ୍ୱାମୀ ଙ୍କ ଆୟୁଷ ବୃଦ୍ଧି କରିବା ନିମନ୍ତେ ପାଳନ କରିଥାନ୍ତି।
ପ୍ରତ୍ୟେକ ସଧବା ସ୍ତ୍ରୀ ମାନଙ୍କ ପାଇଁ ମଧ୍ଯ ଏହି ବ୍ରତ ର ବିଶେଷ ଭାବରେ ମାହାତ୍ମ୍ୟ ରହିଛି। ଏହି ସାବିତ୍ରୀ ବ୍ରତ ର କରୁଣ କାହାଣୀ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ମଦ୍ର ନାମରେ ଏକ ରାଜ୍ୟ ଥିଲା। ଆଉ ସେହି ରାଜ୍ୟ ର ରାଜା ଙ୍କ ନାମ ଅଶ୍ୱପତି ଥିଲା।
ତାଙ୍କର ପାଟ ରାଣୀ ଙ୍କ ନାମ କୌଶଲ୍ୟା ଥିଲା। ସେ ବହୁତ ଧର୍ମପରାୟଣ ମହିଳା ଥିଲେ। ଅନେକ ସମ୍ପତ୍ତି ଥିବା ସତ୍ତ୍ବେ ସେ ଦୁହେଁ ନି ସନ୍ତାନ ଥିଲେ। ଏକଦା ତାଙ୍କ ରାଜ୍ୟରେ ମାଣ୍ଡବ୍ୟ ଋଷି ଆସି ପହଞ୍ଚିଲେ।
Special report
ଏହାପରେ ଋଷି ତାଙ୍କୁ କହିଥିଲେ କି ଯଦି ସେ ମାଆ ସାବିତ୍ରୀ ଙ୍କୁ ପୁଜା କରିବେ ତେବେ ତାଙ୍କର କନ୍ୟା ସନ୍ତାନ ହେବ। ଏହାପରେ କିଛି ଦିନ ପରେ ଏଭଳି ହିଁ ହେଲା। ଏହାପରେ ସେହି କନ୍ୟାର ନାମ ରଖାଗଲା ସାବିତ୍ରୀ।
ଏହାପରେ ଧୀରେ ଧୀରେ ସାବିତ୍ରୀ ବଡ଼ ହେବାକୁ ଲାଗିଲେ ତାଙ୍କର ବିବାହ ବୟସ ହୋଇଗଲା। ନାରଦ ଆସି ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ ମାତ୍ର ସାବିତ୍ରୀ କହିଥିଲେ କି ସେ ଏକ ଋଷି ପୁତ୍ର ଙ୍କୁ ପ୍ରେମ କରୁଛନ୍ତି।
ମାତ୍ର ସେ ଜଣେ ଋଷି ପୁତ୍ର ନଥିଲେ ସେ ଥିଲେ ଜଣେ ରାଜ୍ୟର ରାଜକୁମାର। ଆଉ ତାଙ୍କର ନାମ ଥିଲା ସତ୍ୟବାନ। ହେଲେ ନାରଦ ଏହା ମଧ୍ୟ ଜଣାଇ ଦେଇଥିଲେ କି ସତ୍ୟବାନ ଙ୍କ ଏକ ବର୍ଷ ମାତ୍ର ପରମାୟୁ ଅଛି।
ହେଲେ ସାବିତ୍ରୀ କହିଥିଲେ କି ସେ କେବଳ ସତ୍ୟବାନ ଙ୍କୁ ହିଁ ବିବାହ କରିବେ। ଏହାପରେ ଦୁହିଁଙ୍କ ବିବାହ ମଧ୍ୟ ସଫଳ ହୋଇଥିଲା। ଏହାପରେ ଏକ ବର୍ଷ ମଧ୍ୟ ପୁରିଗଲା।
ଆଉ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ କାଠ କାଟିବାକୁ ବନକୁ ସତ୍ୟବାନ ଯାଇଥିଲେ ଆଉ ସେଠାରେ କାଠ କାଟୁ କାଟୁ ହିଁ ଟଳି ପଡିଲେ ସତ୍ୟବାନ। ଏହାପରେ ଯେତେବେଳେ ଯମ ଦେବ ସତ୍ୟବାନ ଙ୍କୁ ନେବା ପାଇଁ ଆସିଲେ ସେତେବେଳେ ସାବିତ୍ରୀ ତାଙ୍କ ସ୍ୱାମୀ ଙ୍କୁ ନନେବା ପାଇଁ ଅନେକ ନିବେଦନ କଲେ।
 ଏହାପରେ ସାବିତ୍ରୀ ବର ମାଗିଥିଲେ ଯମ ଦେଵ ଙ୍କୁ ଆଉ ଯମ ରାଜ ମଧ୍ଯ କହିଥିଲେ ସତ୍ୟବାନ ପ୍ରାଣ ଛାଡ଼ି ସେ ସବୁ ପ୍ରକାରର ବର ଦେବା ପାଇଁ ପ୍ରସ୍ତୁତ।
ଆଉ ଏହା ପରେ ସାବିତ୍ରୀ ସତ ପୁତ୍ର ଙ୍କ ମାଆ ହେବାର ବର ମାଗିଥିଲେ ଆଉ ଯମ ରାଜ୍ ମଧ୍ୟ ତଥାସ୍ତୁ କହିଥିଲେ। ଯେହେତୁ ସାବିତ୍ରୀ ଜଣେ ପତି ବ୍ରତା ନାରୀ ସେଥିପାଇଁ ଯମ ରାଜ ଙ୍କୁ ତାଙ୍କ ସ୍ଵାମୀ ସତ୍ୟବାନ ଙ୍କୁ ଫେରେଇବାକୁ ପଡିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.