Movie prime

ସାମ୍ନାକୁ ଆସିଲା ରହସ୍ୟମୟ କୁଆଁରୀ ଝିଅ କଥା ଦେଖନ୍ତୁ କେମିତି ଦିନରେ ଆସୁଥିଲେ ରାତିରେ ଅଦୃଶ୍ୟ ହେଉଥିଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିଏ ଏହି କୁଆଁରୀ ଝିଅ? କେଉଁଠି ତାର ଘର? ସେ ଏଠି କଣ କରୁଛି? ଆଉ କେଉଁଠି ରହୁଛି? ଏମିତି ଅନେକ ପ୍ରଶ୍ନ ସ୍ଥାନୀୟ ବାସୀଙ୍କ ମନରେ ସେତେବେଳେ ଆସିଥିଲା ଯେତେବେଳେ ଝିଅ ଜଣଙ୍କ କାହା ସମା୍‌ନାକୁ ଚାଲି ଆସୁଥିଲା।
Special report
ତେବେ ବନ୍ଧୁଗଣ ୧୫୬୮-୧୬୦୦ ଖିଷ୍ଟାବ୍ଦର କଥା। ଜଣେ କୁଆଁରୀ ଝିଅ ବ୍ରରହ୍ମପୁରର ଲୁଗାବେପାରୀକୁ ଅଟକାଇ ନାଲିଶାଢ଼ୀ କିଣି ସାରି ମୂଲ୍ୟ ପଚରି ରାମଚନ୍ଦ୍ର ଦେବଠାରୁ ନେବା ପାଇଁ କହିଲା।
ଆଉ ଲୁଗାବେପାରୀ ବିଶ୍ୱାସକରି ପୁରୀରେ ପହଂଚି ରାମଚନ୍ଦ୍ର ଦେବଙ୍କୁ ଶାଢ଼ୀର ମୂଲ୍ୟମାଗିଲେ। ଆଉଗତ ରାତ୍ରିରେ ଦେଖିଥିବା ସ୍ୱପ୍ନ, ଓ ବାସ୍ତବତାର ଘଟଣା ଜାଣିବା ପାରେ ବେପାରୀକୁ ମୂଲ୍ୟଦେଇ ବାଲିବନ୍ତରେ ପହଂଚିଲେ।
Special report
ଆଉ ଜାଣିବାକୁ ପାଇଲେ ସେ ବାରମ୍ବାର ଦେଖିଥିବା ସ୍ୱପ୍ନ ହେଉଛି ଏହିସ୍ଥାନ। ଅନେକ ସମୟରେ ଅଶ୍ୱସ୍ତଗଛ ମୂଳରେ ପ୍ରତେକ ସମୟରେ କୁଆଁରି ଝିଅ ବୁଲୁଥିବା କଥା ଜାଣିବାକୁ ପାଇଲେ। ରାଜା ସଙ୍ଗେ ସଙ୍ଗେ ପ୍ରଥମ ରାମଚନ୍ଦ୍ର ଦେବ, ଅଶସ୍ତଗଛ ମୂଳରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭକଲେ। 
ଖାଲିଲୁଗା ବେପାରୀ ନୁହେଁ, ଶଙ୍ଖା ବେପାରୀଠାରୁ ମଧ୍ୟ ଶଙ୍ଖାପିନ୍ଧିବାର କଥାରହିଛି। ସେବେ ଠାରୁ ବାଲିବନ୍ତର କୁଆଁରୀ ଝିଅର କାହାଣୀ ଓ କିମ୍ବଦନ୍ତୀର କଥା ପ୍ରଚଳିତ ହୋଇଆସୁଛି। ରାଜା ପ୍ରଥମ ରାମଚନ୍ଦ୍ର ଦେବଙ୍କ ଅମଳରେ ବାଲିହରାଚଣ୍ଡୀଙ୍କ ମନ୍ଦିର ନିର୍ମାଣ ହୋଇଥିଲା।
Special report
ସେହିଦିନ ବାଲିବନ୍ତ ଉପରେ ପୂଜାପାଉଛନ୍ତି ମା ବାଲିହରଚଣ୍ଡୀ। ସବୁଜିମା ବନାନୀ ସମୁଦ୍ର ତଟରେ ମାବାଲିହରଚଣ୍ଡୀ ଆବିର୍ଭାବ। ବନ୍ୟା ବାତ୍ୟା ବିପଦସମୟରେ ସମୁଦ୍ରକୁଆଳିଆ ଗାଁ କୁ ରକ୍ଷାକରିଥାନ୍ତି ମା ବାଲିହରଚଣ୍ଡୀ।
ଏବେବି ପ୍ରତେକ୍ଷରେ ମା ବିପଦ ଆପଦରେ ମାଙ୍କ ଅଗ୍ନିପିଣ୍ଡୁଳା ଦେଖି ଥିବା କୁହନ୍ତି ପ୍ରତେଖଦର୍ଶୀ। ସେ ସମୁଦ୍ର ମୁହାଁଣ ଜାତୟତ କରୁଥିବାର ଆଜିବି ବିଶ୍ୱାସ ରହିଛି।
ମାଙ୍କର ସମସ୍ତ ରତିକାନ୍ତି ପରେ ପ୍ରତେକ ଦିନ ମହାପ୍ରଭୂ ଜଗନ୍ନାଥଙ୍କ ମନ୍ଦିରରୁ ମାଳ ଓ ମହାପ୍ରସାଦ ମାଙ୍କ ପାଖରେ ଲାଗିହେବାର ପରମ୍ପରା ମଧ୍ୟ ଏଠାରେ ରହିଛି। ସବୁଜିମା ମଧ୍ୟଭାଗରେ ଉଚ୍ଚ ବାଲିବନ୍ତ ଉପରେ ପୂଜା ପାଉଛନ୍ତି ମା’ ବାଲିହରଚଣ୍ଡି। ତେବେ ବନ୍ଧୁଗଣ ଏହା ହେଉଛି ମା ବାଲିହରଚଣ୍ଡିଙ୍କ ପୌରାଣିକ କାହାଣୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.