Movie prime

ସତରେ ଜଗା ର ଡୋରି ଲାଗିଲେ ଏଇଆ ହୁଏ ! ରାଜସ୍ଥାନ ରୁ ୧୫୦୦ କିମି ରାସ୍ତା ରେ ଗଡି ଗଡି ପୁରୀ ଆସିଲେ ଭକ୍ତ !!

 
Special Report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏତେ ଜୋର ଖରା କୁ ବ୍ୟକ୍ତି ଙ୍କୁ ଖାତିର ନାହିଁ।କାଳିଆ ଦର୍ଶନ କରିବାକୁ ଭକ୍ତ ଙ୍କ ମନ ବ୍ୟାକୁଳ।
ସେଥି ପାଇଁ ଦିନ ଦ୍ୱିପହର ରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତ ଙ୍କ ଶ୍ରୀମୁଖ ଦର୍ଶନ କରିବାକୁ ସୁଦୂର ରାଜସ୍ଥାନ ରୁ ପୁରୀ କୁ ଚାଲି ଆସିଛନ୍ତି ଭକ୍ତ ଜଣଙ୍କ।
Special Report
ଏହି କଥା ପ୍ରଚାର ହେବାପରେ ସେହି ଭକ୍ତ ଙ୍କୁ ଦେଖିବା ପାଇଁ ରାସ୍ତାରେ ଭିଡ଼ ଜମୁଛି।ରାଜସ୍ଥାନ ରୁ ଜଗନ୍ନାଥ ଧାମ ପୁରୀ ସିଏ ପୁଣି ଦଣ୍ଡ ପ୍ରଣାମ କରି କରି ଭକ୍ତ ଜଣଙ୍କ ଆସୁଛନ୍ତି।
ମାସେ କି ଦୁଇ ମାସ ନୁହେଁ ବରଂ ଗତ ବର୍ଷ ରୁ ହିଁ ନିଜ ଘରୁ ଜଗତର ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ବାହାରିଥିଲେ ବିଜୟ।
ଗାଡ଼ି କି ଟ୍ରେନ ରେ ନୁହେଁ ବରଂ ରାସ୍ତାରେ ଦଣ୍ଡ ପ୍ରଣାମ କରି କରି ଚକା ନୟନ ର ଦର୍ଶନ କରିବେ ବୋଲି ତାଙ୍କର ଇଚ୍ଛା ଥିଲା।ଏହା ଚର୍ଚ୍ଚାର ବିଷୟ ପାଲଟିଛି।
Special Report
ସେଥିପାଇଁ ନିଜ ଇଚ୍ଛା କୁ ପୂରଣ କରିବା ପାଇଁ ପ୍ରଣାମ କରି ଶ୍ରୀ କ୍ଷେତ୍ର ଯାଉଛନ୍ତି ବିଜୟ।୨୦୨୨ ରୁ ବିଜୟ ନାମକ ଜଗନ୍ନାଥ ଙ୍କ ଭକ୍ତ ଯାତ୍ରା ଆରମ୍ଭ କରିଥିଲେ।ଆଜି କୁ ପାଞ୍ଚ ମାସ ତିନି ଦିନ ହୋଇଗଲାଣି ସେ ଯାତ୍ରା କରୁଛନ୍ତି।
ଜଗନ୍ନାଥ ପୁରୀ ଧାମ ଦଣ୍ଡ ପ୍ରଣାମ କରି ଯାଉଛନ୍ତି।ବିଜୟଙ୍କ କହିବା ଅନୁସାରେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ଲାଗି ଗତବର୍ଷ ଅର୍ଥାତ୍ ଡିସେମ୍ବର ୭ ତାରିଖ ରୁ ବାହାରିଛନ୍ତି।
Special Report
ଜଗା ଦର୍ଶନ କରିବା ତାଙ୍କର ଜୀବନର ଲକ୍ଷ୍ୟ ଥିଲା। ତେଣୁ ଘରୁ ବାହାରିବା ଦିନ ଠାରୁ ଆଜି ଯାଏଁ ସେ ଥକି ନାହାଁନ୍ତି କି କୌଣସି ସ୍ଥାନରେ ଅଟକି ଯାଇ ନାହାଁନ୍ତି।
ବିଜୟ ଙ୍କ ଗ୍ରାମ ଠାରୁ ଶ୍ରୀ କ୍ଷେତ୍ର ର ଦୂରତା ପ୍ରାୟ ୧୫୧୨ କିଲୋମିଟର ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୧୧୬୫ କିଲୋମିଟର ଯାତ୍ରା କରି ସାରିଲେଣି।
ଆଉ ମାତ୍ର ୪ସହ କିଲୋମିଟର ଯାତ୍ରା ରହିଛି।ତେଣୁ ରଥଯାତ୍ରା ବେଳକୁ ଶ୍ରୀ କ୍ଷେତ୍ର ରେ ପହଞ୍ଚିବା ପାଇଁ ଆଶା ରଖିଛନ୍ତି ବିଜୟ।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.