Movie prime

ଜଗନ୍ନାଥଙ୍କ ଦର୍ଶନ ରେ ଭଲ ହୋଇଗଲା ରୋଗ ଦେଖନ୍ତୁ ପୁଣି ଘଟିଲା ଆଉ ଗୋଟିଏ ଚମତ୍କାର Jay Jagannath

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଢେଙ୍କାନାଳ ଜିଲ୍ଲା ଖଡକପ୍ରସାଦର ସୋନାଲି ମହାନ୍ତି ପିଲାଟି ଦିନରୁ ପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭଲପାଆନ୍ତି। ସୋନାଲିଙ୍କ ବାପା କୁହନ୍ତି ଯିଏ ଆମର ଇଷ୍ଟ ଦେବତା ତାଙ୍କୁ ଭୁଲିବା କଥା ନୁହେଁ।
ସୋନାଲି ମଧ୍ୟ ତାଙ୍କ ବାପାଙ୍କ କଥାକୁ ଗୋଟି ଗୋଟି ପାଳନ କରନ୍ତି। ୨୦୨୧ ମସିହାରେ ଢେଙ୍କାନାଳ କଲେଜରେ +୩ ପାଠପଢ଼ା ସାରି ଘରେ ଥିଲେ।
ସୋନାଲିଙ୍କ ଭାଇ ମଧ୍ୟ +୩ ପାଠପଢିବା ପାଇଁ ରେଭେନ୍ସାରେ ନାମ ଲେଖେଇ ସାରିଥିଲେ। ସେହି ସମୟରେ ହଠାତ ସୋନାଲିଙ୍କ ବାପାଙ୍କର ଅଣ୍ଟାରେ ପେନ ବାହାରିଲା ଆଉ ସେ ଠିଆ ହେବାକୁ ମଧ୍ୟ ସକ୍ଷମ ହେଇପାରିଲେ ନାହିଁ।
ଯେହେତୁ ସୋନାଲିଙ୍କ ବାପା ପ୍ରାଇଭେଟ୍ ଚାକିରୀ କରୁଥିଲେ ତାଙ୍କୁ ଛୁଟି ବି ମିଳିଲାନି। ବାଧ୍ୟ ହୋଇ ଚାକିରୀ ବି ଛାଡ଼ିଦେଲେ। ମଧ୍ୟମିତ ପରିବାର ହୋଇଥିବାରୁ ଯାହା ରୋଜଗାର କରନ୍ତି ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେଇଯାଏ। 
ବାପାଙ୍କ ଦୁଃଖକୁ ଦେଖି ଝିଅ ସୋନାଲି କୁହନ୍ତି "ବାପା ତୁମେ ପରା କହିଥିଲ କିଛି ବି ହେଇଯାଉ ଜୀବନରେ ଆମ ଇଷ୍ଟ ଦେବତାଙ୍କୁ ଭୁଲିବା ଉଚିତ ନୁହେଁ"।
କିଛିଦିନ ପରେ ସୋନାଲିଙ୍କ ବାପାଙ୍କ ଅଣ୍ଟା ଏମ୍ଆରଆଇ କରାଗଲା ସେଥିରୁ ରିପୋର୍ଟ ଆସିଲା ତାଙ୍କ ଅଣ୍ଟା ଜେଲୀ ଫାଟି ଯାଇଛି। ଯେଉଁଥି ପାଇଁ ସେ ଆଉ ଭିଡ଼ କାମ କରିପାରିବେ ନାହିଁ।
ସୋନାଲି ସବୁ ଜାଣିବା ପରେ ମନେ ମନେ ଭାଙ୍ଗି ପଡ଼ିଲେ। ପରିବାରର ବଡ ଝିଅ ସୋନାଲି ହେଇଥିବାରୁ ସେ ଚିନ୍ତା କଲେ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ଯେମିତି ହେଲେ ଆଗକୁ ବଢିବେ।
କଷ୍ଟେ ମଷ୍ଟେ ସୋନାଲିଙ୍କ ବାପା ୬୦ ହଜାର ସଞ୍ଚୟ କରି ରଖିଥିଲେ। ଘରର ମରାମତି ପାଇଁ ସୋନାଲିଙ୍କୁ ତାଙ୍କ ବାପା କହିଥିଲେ। ସୋନାଲି ବି ମନେ ମନେ ଭାବିଲେ ବାପା ସଞ୍ଚୟ କରି ରଖିଥିବା ଟଙ୍କା ଉଠାଇ ତାଙ୍କ କାମରେ ଲଗାଇବେ। 
ଏପଟେ ଡ଼ାକ୍ତର ବି କହିଦେଇଛନ୍ତି ସୋନାଲି ବାପାଙ୍କୁ ଠିକ୍ ହେବାକୁ ପାଖାପାଖି ବର୍ଷେ ଲାଗିବ। ଦିନ ପରେ ଦିନ ଗଡୁଥାଏ। ସୋନାଲି ସବୁ ପର୍ବପର୍ବାଣୀ ଯଥା ରୀତିନୀତିରେ ପାଳନ କରୁଥାନ୍ତି।
ମଝିରେ ମଝିରେ ସୋନାଲି ବାପାଙ୍କ ଚେକ୍ପ ପାଇଁ ଡାକ୍ତରଖାନା ଗଲାବେଳେ ଅନେକ ଅଚିହ୍ନା ଲୋକ ସାହଯ୍ୟ କରିଥାନ୍ତି। ଯାହାକି ସୋନାଲିଙ୍କୁ ବେଶି ଆଶ୍ଚର୍ଯ୍ୟ କରିଥାଏ।
ଡାକ୍ତର ମେଡିସିନ ଦେଇଥାନ୍ତି ଖାଇବାକୁ ଆଉ କହିଥାନ୍ତି ଯେତେବେଳେ ଇଚ୍ଛା କରିବେ କିଛି ସାହାରା ଦେଇ ଚଲାବୁଲା କରିବେ।
ଡାକ୍ତରଙ୍କ କଥା ଶୁଣିବା ପରେ ସୋନାଲି ମଧ୍ୟ ଗୁଗୁଲ ଆଉ ୟୁଟ୍ୟୁବରୁ ଦେଖି ଜାଣିବାକୁ ପାଇଲେ ତାଙ୍କ ବାପାଙ୍କର ଯେଉଁ ରୋଗ ହୋଇଛି ଏଥିରେ ଭଲ ହେବାର ଚାନ୍ସ କମ।
ସୋନାଲି ସବୁ କଥା ଜାଣିବାକୁ ପାଇବା ପରେ ମନରେ କେବଳ ଗୋଟିଏ କଥା କହୁଥାନ୍ତି "ସତରେ ଯଦି ମହାପ୍ରଭୁ ଆପଣ ଥିବେ ତାହାଲେ ଆମ ପରିବାରର ଏହି ଦୁଃଖରୁ ଉଦ୍ଧାର ପାଇବ"। 
ଗତବର୍ଷ ସୋନାଲିଙ୍କ ବୋଉ ସୋନାଲିଙ୍କୁ କହିଲେ "ମା'ରେ ବାପା ତ ଧିରେ ଧିରେ ସାହାରା ପାଇଲେ ଚାଲୁଛନ୍ତି ତେଣୁ ଭାବୁଛି ଟିକେ ପୁରୀ ଯାଇ ଠାକୁରଙ୍କୁ ଦର୍ଶନ କରିଦେଇ ଆସିଲେ ହୁଅନ୍ତାନି"।
ଦେଖିବୁ ମୋର ଆଶା ଅଛି ସେଠାକୁ ଗଲେ ମହାପ୍ରଭୁ କିଛି ଚମତ୍କାର କରିବେ ନିଶ୍ଚିନ୍ତ। ପୁରୀ ଯିବା କଥା ଉଠିବା ପରଠୁ ସୋନାଲି ବାପାଙ୍କ ଚାଲିଚଳନିରେ ପରିବର୍ତ୍ତନ ଦେଖାଗଲା।
ମନକୁ ଦୃଢ଼ କରି ଚାଲିବାକୁ ଲାଗିଥାଆନ୍ତି। ଏପରି ପରିବର୍ତ୍ତନ ଦେଖି ସୋନାଲି ଯେତିକି ଆଶ୍ଚର୍ଯ୍ୟ ହୋଉଥାନ୍ତି ପ୍ରଭୁ ଜଗନ୍ନାଥଙ୍କୁ ନେଇ ବିଶ୍ବାସକୁ ଦୃଢ଼ ମଧ୍ୟ କରୁଥାନ୍ତି।
କିଛିଦିନ ପରେ ସୋନାଲିଙ୍କ ପରିବାର ଲୋକେ ବାହାରିଲେ ପୁରୀ ଯିବା ପାଇଁ। ସିଂହଦ୍ୱାର ପର୍ଯ୍ୟନ୍ତ ସୋନାଲିଙ୍କ ବାପା ହାତ ଧରି ଗଲେ। ତା'ପରେ ସିଂହଦ୍ୱାର ଠାରୁ ହାତକୁ ଛାଡି ସୋନାଲିଙ୍କୁ କହିଲେ "ତୁ ଆଗରେ ଚାଲେ ମୁଁ ତ ପଛେ ପଛେ ଚାଲୁଛି"। 
ସେମିତି ଗୋଟିଏ ଗୋଟିଏ ଚାଲି ବାଇଶି ପାହାଚ ଅତିକ୍ରମ କଲେ। ପରେ ସେଠାରେ ବାଇଶି ପାହାଚରେ ଗଡ଼ି ପୁଣି ଉଠି ଶ୍ରୀମନ୍ଦିରକୁ ଗଲେ।
ଆଉ ବଡ ବଡ ଚକା ଆଖିକୁ ଦେଖି କହିଲେ " ଗୋଟିଏ ବର୍ଷ ମୋ ପରିବାରକୁ ଚଳେଇ ଦେଲ ମହାପ୍ରଭୁ ଏ ଋଣ ମୁ ସୁଝି ପାରିବିନି"। ସେତିକି କହି ମୁଣ୍ଡ ନୁଆଇଁ ମୁଣ୍ଡିଆ ମାରିଲେ ଆଉ ଉଠିଲା ବେଳକୁ ଅନୁଭବ କଲେ ଅଣ୍ଟାରେ ବେଶୀ କଷ୍ଟ ହଉନି ଯେତିକି ସେ ପୂର୍ବରୁ କଷ୍ଟ ପାଉଥିଲେ।
ସିଧା ହୋଇ ଛିଡା ହେଲେ ବାମ ଡାହାଣକୁ ମଧ୍ୟ ବୁଲିବାକୁ ଲାଗିଲେ। ସାଙ୍ଗେ ସାଙ୍ଗେ ଝିଅକୁ ଡାକି କହିଲେ "ମା'ରେ ମୋ ଅଣ୍ଟାରେ ଆଗ ଭଳି ଆଉ ଯନ୍ତ୍ରଣା ଅନୁଭବ ହୋଉନାହିଁ"।
ମନ୍ଦିରରୁ ବିନା ସାହାରାରେ ସୋନାଲିଙ୍କ ବାପା ଚାଲି ଚାଲି ଯାଇ ସପରିବାର ସହିତ ମହାପ୍ରସାଦ ଖାଇ ଘରକୁ ଫେରିଲେ। ଏବେ ସୋନାଲିଙ୍କ ବାପା ସୁସ୍ଥ ଅଛନ୍ତି। ଆଉ ରୋଜଗାର କରି ଦିନକୁ ଦୁଇ ମୁଠା ଘରକୁ ଦାନା ଆଣୁଛନ୍ତି।