Movie prime

ପ୍ରଭୂ ଜଗନ୍ନାଥଙ୍କ ଗର୍ଭ ଗୃହରେ ରକ୍ତର ଛିଟା ଦେଖନ୍ତୁ କଣ ହେଲା ଏମିତି - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶ୍ରୀମନ୍ଦିର ଗର୍ଭଗୃହରେ ମୁହାଁମୁହିଁ ହୋଇଛନ୍ତି ଦୁଇ ସେବାୟତ। ଉଭୟଙ୍କ ମଧ୍ୟରେ ମୁଥ ମରାମରି ହେବାରୁ ଓଠ ଫାଟିବା ସହ ପଡିଛି ରକ୍ତର ଛିଟା।
Special report
ଏହି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିରରେ ହୋଇଛି ବଡ଼ ମହାସ୍ନାନ ନୀତି। ଶୁକ୍ରବାର ଅପରାହ୍ନ ପ୍ରାୟ ୪:୧୦ ସମୟରେ ଦ୍ଵିପହର ଧୂପ ସରିବା ପରେ ପିଠା ସୁଆରଙ୍କ ପସରିଆ ବାବୁଲି ପ୍ରଧାନଙ୍କ ପିଠା ଅଧିକା କାଢି ଦେଇଥିଲେ ପତ୍ରିବଡୁ ସେବାୟତ ମାଧବ ପତ୍ରୀ। 
ଏନେଇ ମହାପ୍ରଭୁ ଜଗନ୍ନାଥଙ୍କ ସାମ୍ନାରେ ଗର୍ଭଗୃହରେ ଉଭୟଙ୍କ ମଧ୍ୟରେ ହତାହାତି ହେବା ପରେ ମାଧବ ପତ୍ରୀଙ୍କ ମୁଥ ମାଡ଼ରେ ଆହତ ହୋଇଥିଲେ ପସରିଆ ବାବୁଲି ପ୍ରଧାନ।
ଦୁଇ ସେବାୟତଙ୍କ ମଧ୍ୟରେ ହୋଇଥିବା ହାତାହାତି କାରଣରୁ ଶ୍ରୀମନ୍ଦିର ଗର୍ଭଗୃହରେ ପଡ଼ିଥିଲା ରକ୍ତର ଛିଟା। ଆଉ ଆହତ ସେବାୟତଙ୍କୁ ମେଡିକାଲ ନିଆଯାଇ କରାଯାଇଥିଲା ଚିକିତ୍ସା। ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ଦ୍ୱିପହର ଧୂପ ବସିଥିଲା। 
Special report
ସେବାରେ ଥିବା ପ୍ରାପ୍ୟକୁ ନେଇ ପତ୍ରୀ ବଡ଼ୁ ଓ ପଖାଳିଆ ସେବାୟତର ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଘଟଣାସ୍ଥଳରେ ରକ୍ତଛିଟା ପଡ଼ିଥିଲା। ଉଭୟଙ୍କୁ ସିଂହଦ୍ୱାର ପୁଲିସ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି।
ଏଥିସହ ଅନ୍ୟମାନଙ୍କୁ ପଚରାଉଚୁରା କରିଛି। ମହାପ୍ରଭୁଙ୍କ ସ୍ନାନ ପରେ ପୁଣି ସମସ୍ତ ନୀତିକାନ୍ତି ଆଗକୁ ବଢ଼ିଛି। ତେବେ ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିବା ପ୍ରଥମ ଘଟଣା ନୁହେଁ। 
ପୂର୍ବରୁ ମଧ୍ୟ ଅନେକ ଥର ଏହିଭଳି ଅପ୍ରୀତିକର ଅଘଟଣ ଦେଖିବାକୁ ଲାଗିଛି। ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ବାରମ୍ବାର ଏହିଭଳି ଅଘଟଣକୁ ନେଇ ଜଗନ୍ନାଥପ୍ରେମୀ ଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ତେବେ ବନ୍ଧୁଗଣ ରକ୍ତଛିଟା କାରଣରୁ ମହାପ୍ରଭୁଙ୍କର ବଡମହାସ୍ନାନ ହୋଇଥିଲା।ସେପଟେ ଏତେବଡ଼ ଘଟଣା ଘଟିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ଘଟଣାର ସମାଧାନ ହୋଇଯାଇଛି। ଏବଂ ମାମଲାର ରଫାଦଫା କରି ଥାନାରୁ ମୁକୁଳିଛନ୍ତି ଦୁଇ ସେବାୟତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.