Movie prime

ଏହି ସ୍ଥାନରେ ସିନ୍ଦୂର ଲଗାଇଲେ ବଢେ ସ୍ଵାମୀଙ୍କ ଆୟୁଷ ଦେଖନ୍ତୁ କେଉଁ କେଉଁ ସ୍ଥାନରେ ସିନ୍ଦୂର ଲଗାଇବେ ସଧବା ନାରୀ ମାନେ

 
Special Report
 ନମସ୍କାର ପାଠକ ମଣ୍ଡଳୀ l ଆଜିର ବିଷୟଟି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ l ଓଡ଼ିଆ ଘରେ ହିନ୍ଦୁ ନାରୀମାନେ ସିନ୍ଦୁର ଧାରଣ କଲେ ଖୁଵ ସୁନ୍ଦର ଲାଗନ୍ତି l
 ସେଥି ପାଇଁ ଝିଅଟି ବାହା ହେଲା ପରେ ଅନ୍ୟ ଏକ ସୌନ୍ଦର୍ଯ୍ୟର ଅଧିକାରିଣୀ ହୁଏ l ତେଣୁ କୁହନ୍ତି ସିନ୍ଧୁର ଶଙ୍ଖାରେ ନାରୀ ମା ଲଷ୍ମୀଙ୍କ ପରି ଲାଗେ l
ଚାଲନ୍ତୁ ଆମେ ଆଜି ସେଇ ହିନ୍ଦୁ ଧର୍ମରେ ଥିବା ନାରୀମାନେ ଧାରଣ କରୁଥିବା ସିନ୍ଦୁରର ମହତ୍ତ୍ୱ ବିଷୟରେ ଜାଣିବା l ଯାହା ଦ୍ୱାରା ଆମ ଜୀବନ ଖୁଵ ସୁନ୍ଦର ଭାବରେ ସଜେଇ ହେଇଯିବ l
ସାଧାରଣତଃ ବିବାହିତା ନାରୀମାନେ ଚାରି ଜାଗାରେ ସିନ୍ଦୁର ଲଗାନ୍ତି l ଗୋଟେ ହେଉଛି ମଥାରେ ଆଉ ଗୋଟେ ଲଲାଟ ରେ ଆଉ ଗୋଟେ ଗଳାରେ ଏବଂ ଆଉ ଗୋଟେ ନିଜ ହାତରେ ବା ମଣି ବନ୍ଧରେ l
ଚାଲନ୍ତୁ ଜାଣିବା କେଉଁ ସ୍ଥାନରେ ଲଗେଇଲେ କେଉଁ ଗୁଣ??? ଶାସ୍ତ୍ରରେ ଲେଖା ଅଛି "ସିମନ୍ତେ କମଳା ଦେଵୀ " ତାର ଅର୍ଥ ସିଁଥିରେ ସିନ୍ଦୁର ଲଗେଇଲେ ସ୍ୱାମୀଙ୍କ ଦୀର୍ଘାୟୁ ହୁଏ l
ଆଉ ଦ୍ୱିତୀୟରେ ହେଲା "କଣ୍ଠେସ୍ଥୁ ବାଗ ବାଦିନୀ " ତା ଅର୍ଥ ଯେତେବେଳେ ମହିଳାମାନେ ଗଳାରେ ସିନ୍ଦୁର ଧାରଣ କରନ୍ତି ତାହା ସନ୍ତାନ ମାନଙ୍କର ଦୀର୍ଘାୟୁ ପାଇଁ l
ତୃତୀୟରେ " ଲଲାଟେ ସାବିତ୍ରୀ ଦେବୀ "ଯେତେବେଳେ ପରମ ପୂଜ୍ୟ ନାରୀ ଲଲାଟରେ ସିନ୍ଦୁର ଧାରଣ କରନ୍ତି ତାହା ସେମାନଙ୍କ ଶାଶୁ ଶଶୁରଙ୍କ ଦୀର୍ଘାୟୁ କାମନା କରି ମାତା ସାବିତ୍ରୀ ଙ୍କ ଉଦ୍ଦେଶ୍ୟରେ ଧାରଣ କରନ୍ତି ଏବଂ ଚତୁର୍ଥରେ " ହସ୍ତ ମଧ୍ୟେସ୍ତୁ ଗିରିଜା " ଗିରିଜା କହିଲେ ମା ପାର୍ବତୀ ଙ୍କ ଉଦ୍ଦେଶ୍ୟରେ ହସ୍ତ ମଧ୍ୟେ ସିନ୍ଦୁର ଧାରଣ କରନ୍ତି l
ଏହାର ଅର୍ଥ ମାତା ପାର୍ବତୀ ଉଦ୍ଦେଶ୍ୟରେ ନାରୀମାନେ ସିନ୍ଦୁର ଧାରଣ କଲେ ମା ତାଙ୍କୁ ସତୀ ପ୍ରଦାନ କରନ୍ତି l ତେଣୁ ସଧବା ନାରୀ ଙ୍କୁ ଏହି ଚାରି ଜାଗାରେ ସିନ୍ଦୁର ଲଗେଇବା ଉଚିତ l
କୁହାଗଲା ଯେ ସିମନ୍ତେ ସିନ୍ଦୁର ଆୟୁ କ୍ଷୟ କରେ, ସିଂଥିରେ ସିନ୍ଦୁର ସ୍ୱାମୀର ଆୟୁ ବୃଦ୍ଧି ସହ ସ୍ତ୍ରୀ ର ଆୟୁ କମାଇଥାଏ l ତେଣୁ ସ୍ତ୍ରୀ ର ଲକ୍ଷ୍ୟ ଅହି ସୁଲକ୍ଷଣି ହୋଇ ସଂସାରରୁ ଯିବ l
ତାପରେ କୁହାଗଲା କଣ୍ଠେ ପୁତ୍ରବତୀ, ଲଲାଟେ କରାଏ ଯେ ଭାଗ୍ୟବତୀ l ମଣି ବନ୍ଧେ ସତୀ ର ପ୍ରତୀକ ଅଟେ l ତେଣୁ ନାରୀ ମାନଂକୁ ଏହି ଚାରି ଜାଗାରେ ସିନ୍ଦୁର ଧାରଣ କରିବା ଉଚିତ l