Movie prime

ଶ୍ରାବଣ ମାସରେ ଚମତ୍କାର ଦେଖନ୍ତୁ ଗଛରୁ ବୋହିଲା କ୍ଷୀର ପ୍ରକଟ ହେଲେ ସାକ୍ଷାତ ମହାଦେବ ! ସ୍ଥାପନ ହେଲା ଶିବଲିଙ୍ଗ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବେଳେବେଳେ କିଛି ଖବର ସାମ୍ନାକୁ ଆସିଥାଏ, ଯାହା ବିଶ୍ୱାସ ଅବିଶ୍ୱାସ ଭିତରେ ରହିଥାଏ। ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟକର ମନେହୁଏ। ଆଜିର ବିଜ୍ଞାନ ଯୁଗରେ ମଣିଷ ବାସ୍ତବିକତା ଉପରେ ବିଶ୍ୱାସ କରୁଥିଲେ ବି କିଛି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥାନ୍ତି।
Special report
ଯାହାକୁ ଲୋକେ ଇଶ୍ୱରଙ୍କର କ୍ରିୟା ଭାବି ପୂଜା କରିଥାନ୍ତି। ଏମିତି ଏକ ଖବର ସାମନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିବେ ନାହିଁ। ତେବେ ବନ୍ଧୁଗଣ ଏକ ଅବିଶ୍ୱସନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲୋକୋଇ ବ୍ଲକ ବିମଳା ପଞ୍ଚାୟତ କୁଳଙ୍ଗ ଗ୍ରାମରେ। 
ସେହି ଗ୍ରାମର ଗୋଲେଖ ପାତ୍ରଙ୍କ ଘର ସାମ୍ନାରେ ଥିବା ବେଲ ଗଛ ମୂଳରୁ ଯୋଡ଼ା ଶ୍ରାବଣ ମାସରେ କ୍ଷୀର ଝରୁ ଥିବାର ଦୃଶ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ଅଞ୍ଚଳବାସୀ ବାବ ଭୋଳାନାଥଙ୍କ ଅଲୌକିକ ଶକ୍ତି ବୋଲି କହୁଛନ୍ତି।
ତେବେ ବେଲ ଗଛରୁ କ୍ଷୀର ଝରିବାର ଗୋଟିଏ ଦିନ ପରେ ଗୋଲେଖ ପାତ୍ରଙ୍କ ସହ ଧର୍ମିନି ଅପର୍ଣ୍ଣା ପାତ୍ରଙ୍କୁ ବାବାଭୋଳା ନାଥ ସ୍ୱପ୍ନରେ ଆସି କହି ଥିଲେ ଯେ ମୁଁ ତମ ଘର ସାମ୍ନାରେ ବିରାଜମାନ ହେଲି। ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ନିଷ୍ଠାପର ରହି ମୋର ସେବା କର। 
Special report
ବାବା ଭୋଳାନାଥଙ୍କ ସ୍ବପ୍ନକୁ ଅକ୍ଷରେ ଅକ୍ଷରେ ୨୧ ଦିନ ପାଳନ କରି ୨୧ ଗୋଟି ଗ୍ରାମର ଲୋକଙ୍କୁ ଡକାଇବା ସହିତ ଅନେକ ସ୍ଥାନରୁ କୀର୍ତ୍ତନମଣ୍ଡଳୀଙ୍କୁ ନିମନ୍ତ୍ରଣ କରି ପୂଜାର୍ଚ୍ଚନା ଆରମ୍ଭ କରି ଥିଲେ।
ବାବା ଭୋଳାନାଥଙ୍କ ପୂଜାର ଆରମ୍ଭରେ ପ୍ରଥମେ ୧୦୮ ଟି କଳସ ଧରି ବଡ ଶୋଭା ଯାତ୍ରାରେ ବାହାରି ଗ୍ରାମର ନଦୀରୁ ପୂଜାର୍ଚ୍ଚନା କରି ପାଣି ଧରି କ୍ଷୀର ବାହାରୁ ଥିବା ବେଲ ଗଛ ମୂଳରେ ପହଞ୍ଚି ୧୦୮ଟି କଳସକୁ ରଖା ଯାଇ ପୂଜାର୍ଚ୍ଚନା ପଣ୍ଡିତ ମାନକ ଦ୍ଵାରା କରା ଯାଇଥିଲା। 
ଅପର୍ଣ୍ଣା ପାତ୍ରଙ୍କୁ ସ୍ବପ୍ନ ହୋଇ ଥିବା ଅନୁ ଯାଇ ଶିବଲିଙ୍ଗ, ତମ୍ଭା ନାଗ ଗୋଡ଼ିକୁ ସିଧ୍ୟ କରି ବେଲ ଗଛ ମୂଳରେ ସ୍ଥାପନା କରା ଯାଇଥିଲା। ଏହି ପୂଜାରେ କର୍ତ୍ତା ଭାବରେ ଗ୍ରାମର କନ୍ଦର୍ପ ନାୟକ, ରେବତୀ ନାୟକ ପୂଜାରେ ବସି ଥିଲେ।
ପୂଜା ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁ ଆସିବା ସହିତ ଭକ୍ତ ମାନକ ଜନ ସମାଗମ ଦେଖିବାକୁ ମିଳି ଥିଲା। ଏହି ପୂଜାରେ ଗ୍ରାମର ସମସ୍ତ ବ୍ୟକ୍ତି ଗଣ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ପ୍ରସାଦ ସେବନ କରି ସମାପନ କରା ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.