Movie prime

ଅଯୋଧ୍ୟା ଗର୍ଭ ଗୃହର ଦୃଶ୍ୟ ଦେଖନ୍ତୁ ଆସିଲା ପ୍ରଥମ ଦୃଶ୍ୟ ଦେଖନ୍ତୁ ଭିଡିଓ ଭକ୍ତିରେ ଲେଖାନ୍ତୁ Jay Shree Ram

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଆଧ୍ୟାତ୍ମିକ, ଭୌତିକ ଏବଂ ପୌରାଣିକ କଥା ବିଷୟରେ ସବୁ ପ୍ରକାରର ଖବର ଜାଣି ପାରୁଥିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ଅଯୋଧ୍ୟା ବିଷୟରେ କିଛି ଖବର ଜାଣିପାରିବେ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ନେଇ ପ୍ରତିଟି ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥାଏ । ଏହାରି ଭିତରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟି ଗର୍ଭ ଗୃହର ଫଟୋ ଆଉ ଭିଡିଓ ପୋଷ୍ଟ କରିଛି ।
ଏହି ଭିଡିଓରେ ଆପଣମାନେ ପ୍ରଭୁ ଶ୍ରୀରାଚନ୍ଦ୍ରଙ୍କ ଗର୍ଭ ଗୃହର ଫଟୋ ଦେଖିପାରିବେ । ବର୍ତାମନ୍ ଏହି ମନ୍ଦିରକୁ ନେଇ ଅନେକ ଅପଡେଟ ଏହି ଭିଡିଓ ମାଧ୍ୟମରେ ଆପଣ ପାଇପାରିବେ । ଆଉ ଯାହା ଜାଣିବାକୁ ଲୋକମାନେ ଇଚ୍ଛା କରିଥାନ୍ତି ।
ଏହି ମନ୍ଦିର ଗର୍ଭ ଗୃହର ୭୦ ଭାଗ କାମ ସରି ଆସିଲାଣି । ଭବ ନିର୍ମାଣ ପରେ ଜୋରସୋରରେ ଚାଲିଛି ଚଟାଣ କାର୍ଯ୍ୟ । ଧଳା ମାର୍ବଲ ଆଉ ପଥରରେ ବସିଛି ଚିତ୍ତାକର୍ଷକ କାରୁକାର୍ଯ୍ୟ ।
ଗର୍ଭ ଗୃହକୁ ପ୍ରବେଶ କରିବା ପାଇଁ ରହିଛି ୩୨ଟି ପାହାଚ । ସେଥିରୁ ୨୪ଟି ପାହାଚ ତିଆରି ସରିଛି । ସିଂହଦ୍ଵାରର କାମ ବି ଚାଲିଛି । ଧୀରେ ଧୀରେ ମନ୍ଦିରର କାମ ହେଉଛି । ନାଗର ଶୈଳୀରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେଉଛି । 
ଶ୍ରୀରାମଙ୍କ ମନ୍ଦିରରେ ୧୬୭ଟି ଖମ୍ବ ରହିଛି । ଜୁନ ମାସରୁ ମନ୍ଦିରର ଛାତ ନିର୍ମାଣ କରାଯିବ । ଭଗବାନ ଶ୍ରୀରାମଙ୍କ ମନ୍ଦିର ତିଆରି ପାଇଁ ଦିନରାତି ଏକ କରି ଦେଇଛନ୍ତି କାରିଗର । ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ସରିବ ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ ।
୨୦୨୪ ମସିହା ଜାନୁଆରୀ ମକର ସଂକ୍ରାନ୍ତି ଦିନ ଗର୍ଭ ଗୃହରେ ରାମଲୀଳାଙ୍କ ବିଗ୍ରହ ସ୍ଥାପନ । ମକର ସଂକ୍ରାନ୍ତି ଦିନ ଠାରୁ ରାମଲୀଳାଙ୍କ ସର୍ବ ସାଧାରଣ ଦର୍ଶନ । ପଥରରେ ଆରମ୍ଭ ହୋଇଯିବ ଶିଳ୍ପୀଙ୍କ କାର୍ଯ୍ୟ ।