Movie prime

ଢେଙ୍କାନାଳ ରେ ବର୍ବର କାଣ୍ଡ !ଉ-ଲ-ଗ୍ନ କରି ପିଟି ପରିସ୍ରା ପିଆଇଲେ

 
Ft
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hg
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, କମ୍ପାନୀ ପରିସରରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ ତିନିଜଣ ଯୁବକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ ଦୁଇଜଣ ଶ୍ରମିକଙ୍କୁ ସେମାନଙ୍କର ପ୍ୟାଣ୍ଟ, ସାର୍ଟ ଖୋଲି ଉଲଗ୍ନ କରି ନିସ୍ତୁକ ମାଡ଼ ମରାଯାଇଥିଲା। 
Yg
କାରଖାନାରେ ଜଣେ ସୁରକ୍ଷା କର୍ମଚାରୀ ଓ ଅନ୍ୟଜଣେ ଚାଳକ ମିଶି ଉଭୟଙ୍କୁ ନିସ୍ତୁକ ମାଡ ମାରିଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଉଭୟ ଶ୍ରମିକ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାରେ ମଙ୍ଗଳବାର ମୋଟଙ୍ଗା ଥାନା ପୋଲିସ କାରଖାନାର ସୁରକ୍ଷା କର୍ମଚାରୀ ବୋଗା ଓରଫ୍‌ ଅଜିତ୍‌ କୁମାର ପଣ୍ଡା, ଅନ୍ୟତମ ସୁରକ୍ଷା କର୍ମଚାରୀ ବସନ୍ତ କୁମାର ମଲ୍ଲିକଙ୍କ ସହ ଗାଡି ଚାଳକ ଅମୂଲ୍ୟ ଭୁତିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 
ସୁରକ୍ଷା କର୍ମଚାରୀ ଅଜିତଙ୍କ ଘର ମୋଟଙ୍ଗା ଥାନା ଓଡ଼ାପଡ଼ା ଗ୍ରାମରେ ହୋଇଥିବା ବେଳେ ଚାଳକ ଅମୂଲ୍ୟଙ୍କ ଘର ତାଳଚେର ଥାନା ରାମଚନ୍ଦ୍ରପୁର ଅଞ୍ଚଳରେ ବୋଲି ଜଣାପଡିଛି। ସେହିପରି ଅନ୍ୟତମ ସୁରକ୍ଷା କର୍ମଚାରୀ ବସନ୍ତଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଥାନା କୋଧୁଆଁ ଗ୍ରାମରେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏ ସମ୍ପର୍କରେ ମୋଟଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକଙ୍କ ସୂଚନା ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.