Movie prime

ଲାଞ୍ଚ ନେଉଥିଲେ ଦିଦି ମାଡି ବସିଲେ ଭିଜିଲାନ୍ସ ଆଉ ତା ପରେ ହେଲା କିଛି ଏମିତି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ମିନି ଅଙ୍ଗନୱାଡିକୁ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ କରାଇବା ପାଇଁ ଲାଞ୍ଚ ନେବା ବେଳେ ଶୁକ୍ରବାର ଜଣେ ଅଙ୍ଗନୱାଡି ସୁପରଭାଇଜରଙ୍କୁ ଫୁଲବାଣୀ ଭିଜିଲାନ୍ସ ବିଭାଗ ଅଧିକାରୀ ଧରିଛନ୍ତି। ସେ ହେଲେ ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ସର୍କଲର ଶୈଳବାଳା ସାହୁ । 
Vv
ତାଙ୍କଠାରୁ ୫ ହଜାର ଟଙ୍କା ଜବତ କରାଯାଇଛି। ସୁପରଭାଇଜର ଶୈଳବାଳାଙ୍କ ଅଧୀନରେ ସଲାଗୁଡା, ଗୋଚ୍ଛାପଡା ଏବଂ ପଲାବ୍ରୁଡି ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ରହିଛି। ଯେତେ ମିନି କେନ୍ଦ୍ର ରହିଛି ତାହାକୁ ମୁଖ୍ୟ କେନ୍ଦ୍ର କରିଦେବାକୁ ମିଛରେ କହି ମିନି ଅଙ୍ଗନୱାଡି କେନ୍ଦ୍ର କର୍ମୀଙ୍କଠାରୁ ସେ ଅର୍ଥ ଆଦାୟ କରୁଥିଲେ। ସଲାଗୁଡା ପଞ୍ଚାୟତ ମୁର୍ଜା ମିନି ଅଙ୍ଗନୱାଡି କେନ୍ଦ୍ର କିଛି ଦିନ ହେବ ଅପଗ୍ରେଡ ହୋଇ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ ହୋଇଛି। 
Bb
ଏହାକୁ ସେ ଦେଇଛନ୍ତି କହି ସୁପରଭାଇଜର ଅଙ୍ଗନୱାଡି କର୍ମୀ ପ୍ରେମଶୀଳା କହଁରଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ନେଇଥିଲେ। ବାକି ଟଙ୍କା ଦେବା ପାଇଁ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ପ୍ରେମଶୀଳା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶୁକ୍ରବାର ଫିରିଙ୍ଗିଆ ସମ୍ବନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟରେ ସୁପରଭାଇଜର ଶୈଳବାଳାଙ୍କୁ ପ୍ରେମଶୀଳା ୫୦୦୦ ଟଙ୍କା ଦେଇଥିଲେ। 
ସେଠାରେ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ଟଙ୍କା ଜବତ କରିବା ସହ ସୁପରଭାଇଜର ଶୈଳବାଳାଙ୍କୁ ଗିରଫ କରିଥିଲେ। ଏପରିକି ସୁପରଭାଇଜରଙ୍କ ଅଫିସ ସମେତ ଭଡା ଘରେ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଫୁଲବାଣୀ ଭିଜିଲାନ୍ସ ଡିଏସ୍‌ପି ହେମନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏ ନେଇ ଏକ ମାମଲା ମାମଲା ରୁଜୁ ହୋଇଛି। ଚଢ଼ାଉରେ ଏଏସ୍‌ଆଇ ମନୋଜ କୁମାର ନାୟକଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.