ଡ୍ରେସ୍ କିଣିବାକୁ ଶୋ'ରୁମ୍ ଯାଇ ଭୟରେ ଚିତ୍କାର କଲେ ମହିଳା
Mar 20, 2025, 19:53 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଗୋଟିଏ ସୋରୁମ୍ ଭିତରେ ଏଭଳି କିଛି ଘଟଣା ଘଟିଛି । ଶୋରୁମ୍ ଭିତରେ ଫସି ଯାଇଛନ୍ତି କିଛି ଗ୍ରାହକ । ଗ୍ରାହକମାନେ ଯେଉଁଠି କିଛି ଅଫର ଦେଖିବେ ସେଠାକୁ ଯିବେ । ଏବେ ସମାଜରେ ଲୋକମାନେ ସବୁବେଳେ ଅଫର୍ ପାଇଁ କିଛି ସ୍ଥାନରେ ସପିଙ୍ଗ କରିଥାନ୍ତି । ଏବେ ଏହି ଖବର ଆସିଛି ସପିଙ୍ଗ ମଲକୁ ନେଇ ।

ସୋରୁମ୍ ଭିତରେ ଲୋକମାନେ ପଶି ଯାଇଥିଲେ ଆଉ ସେମାନେ ବାହାରକୁ ବାହାରିବା ପାଇଁ ଚିତ୍କାର କରୁଥିଲେ । ଆଉ ଲୋକମାନେ ଏଭଳି ଅବସ୍ଥାରେ ଫସି ଯାଇଥିଲେ ଯାହା ଯେ କେହିବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ନୂଆ ସପିଙ୍ଗ ମଲ ଖୋଲିଥିଲା । ଆଉ ଏହି ସପିଙ୍ଗ ମଲରେ ଅନେକ କିଛି ଅଫର୍ ଲାଗିଥିଲା । ଆଉ ଏହି ସୁବର୍ଣ୍ଣ ସୁଯୋଗ ଦେଖି ଲୋକମାନେ ସେଠାକୁ ଯାଇଥିଲେ । ଲୋକମାନେ ସେଠାକୁ ପୋଷାକ ଆଦି କିଣିବାକୁ ଯାଇଥିଲେ କିନ୍ତୁ ଏଭଳି ଘଟଣା ଘଟିଯିବ ତାହା କିଏ ବା ଜାଣିଥିଲା ।

ଲୋକମାନେ ଏହି ସପିଙ୍ଗ ମଲରେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଛନ୍ତି । ଆଉ ତାଙ୍କୁ ବଞ୍ଚାଇବା ପାଇଁ ସେଠାରେ ଲୋକମାନେ ରୁଣ୍ଡ ହୋଇଥିଲେ । ଲୋକମାନେ ସେଠାରେ ରୁଣ୍ଡ ହୋଇ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଆଉ ଗୋଟିଏ ଗୋଟିଏ ଲୋକଙ୍କୁ ବାହାର କରୁଥିଲେ । ଅନୁଗୁଳ ଜିଲ୍ଲାରେ ଏକ ନୂଆ ଶୋରୁମ୍ ଖୋଲିଥିଲା । ଆଉ ଏହି ଶୋରୁମ୍ ଭିତରେ ଅନେକ ଭଳିକି ଭଳି ପୋଷାକ କମ୍ ଦାମରେ ମିଳୁଥିଲା ସେଥିପାଇଁ ସେଠାକୁ ଲୋକମାନେ ଯାଇଥିଲେ । ଆଉ ଏଭଳି କିଛି ହୋଇଥିଲା ।
ଏହି ଯୁଡୋ ସପିଙ୍ଗ ମଲରେ ଏହି ଘଟଣା ଘଟିଥିଲା । ସପିଙ୍ଗ ମଲକୁ ଯାଇଥିବ ଲୋକମାନେ ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ଲିଫ୍ଟ ବନ୍ଦ ହୋଇଗଲା । ଆଉ ଏହି ଲିଫ୍ଟରେ ୮ ରୁ ୯ ଜଣ ଲୋକ ଥିଲେ । ଏହି ଲିଫ୍ଟ ବନ୍ଦ ହୋଇଯିବା କାରଣରୁ ସେଠାରେ ଲୋକମାନେ ଅନେକ ଅସ୍ତବ୍ୟସ୍ତ ହୋଇ ଯାଇଥିଲେ । ଏହି ଲିଫ୍ଟ ୪୫ ମିନିଟ ପର୍ଯ୍ୟନ୍ତ ବନ୍ଦ ହୋଇ ଯାଇଥିଲା । ଏବେ ଏହି ଘଟଣାକୁ ନେଇ ଲୋକଙ୍କ ଭିତରେ ଅନେକ କିଛି ଉତ୍ତେଜନା ଦେଖିବାକୁ ମିଳିଛି । ଏବେ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।