୨ ଦିନ ପାଇଁ ଦେଖାଯିବେନି ସୂର୍ଯ୍ୟ ଜମା ବି ଘରୁ ବାହାରନ୍ତୁନି ନହେଲେ ହେବ ଏମିତି
Jan 4, 2025, 12:29 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ପାଣିପାଗ ବିଷୟରେ ଆସିଥିବା କିଛି ଖବର ପାଇପାରିବେ । ଏବେ ଖବର ଆସିଛି କି ଦୁଇଦିନ କେହି ଘରୁ ବାହାରନ୍ତୁ ନାହିଁ । ଏହି ଦୁଇଦିନ ଦେଖା ଯିବା ନାହିଁ ସୂର୍ଯ୍ୟ ଆଉ ଖରା ଆସିବ ନାହିଁ । କିଟିମିଟି ଅନ୍ଧାର ଘୋଟି ଆସିବ । ଦିନ ଥାଉ ଥାଉ ରାତି ହୋଇଯିବ ଆଉ ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ଏବେ ଲୋକମାନେ ସବୁ ଚିନ୍ତାରେ ଅଛନ୍ତି । ରାସ୍ତାଘାଟ ସବୁକିଛି ଶୁନଶାନ୍ ହୋଇଯିବ ।
ଦୁଇଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏମିତି କିଛି ଜରୁରୀ କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଘରୁ ବାହାରିଲେ ପାଦେ ପାଦେ ରହିଛି ବିପଦ । ସୂର୍ଯ୍ୟ ଏହି ଦୁଇଦିନ ଦେଖାଯିବ ନାହିଁ ଆଉ ଅନ୍ଧାର ସବୁକିଛି ଘୋଡାଇ ଦେବ ବୋଲି ଏବେ ଖବର ଆସିଛି । ଏହି ସମୟରେ ଗାଡ଼ି ମଟର ଚଲାଇବାକୁ ବି ମନା କରାଯାଇଛି । ଏହି ଦୁଇଦିନ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ସୂଚନା ମିଳିଛି । ଆସନ୍ତା ଦୁଇଦିନ କୁହୁଡି ପ୍ରବଳ ରହିବ ।
ଆସନ୍ତା ଦୁଇଦିନ ତାପମାତ୍ରା ହ୍ରାସ ପାଇବ । ଦୁଇ ରୁ ତିନି ଡିଗ୍ରୀ ପାରଦ ତଳକୁ ଖସିବ ବୋଲି ସୂଚନା ମିଳିଛି । ଏହି ଦୁଇଦିନ ପ୍ରବଳ କୁହୁଡି ହେବ ବୋଲି ସୂଚନା ଦିଆଯାଇଛି । ଏହି ଦୁଇଦିନ କୁହୁଡିକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ଦୁଇଦିନ ପ୍ରବଳ କୁହୁଡି ନେଇ ଚେତାବନୀ ଜାରି କରାଯାଇଛି । ୯ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ସୂଚନା ମିଳିଛି । ଅନୁଗୁଳ, ଢେଙ୍କାନାଳ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କୁହୁଡି ହେବା ନେଇ ସତର୍କ ସୂଚନା ଜାରି ହୋଇଛି ।
ମୟୂରଭଞ୍ଜ ଏବଂ କେନ୍ଦୁଝରରେ କୁହୁଡି ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି । ଏହି କୁହୁଡିକୁ ନେଇ ଏବେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏହି ଆସନ୍ତା ଦୁଇଦିନ ପ୍ରବଳ କୁହୁଡି ହେବ ବୋଲି ସୂଚନା ମିଳିଛି । ଏହି କିଛିଦିନ ହେବ ରାଜ୍ୟରେ ପ୍ରବଳ ଥଣ୍ଡା ପଡୁଛି । ରାଉରକେଲା ସହର ସବୁଠାରୁ ଥଣ୍ଡା ସହର ବୋଲି ସୂଚନା ମିଳିଛି । ଆଉ ଏବେ ଏହି ଅଞ୍ଚଳରେ ୭ ଡିଗ୍ରୀ ତାପମାତ୍ରା ରହିଛି । ରାଜ୍ୟରେ ତାପମାତ୍ରା ଅଚାନକ କମିଛି । କେନ୍ଦୁଝରରେ ୮.୫ ଡିଗ୍ରୀ ତାପମାତ୍ରା ରହିଛି । ଦାରିଂବାଡ଼ି ଏବଂ ଅନେକ ସ୍ଥାନରେ ୯.୫ ଡିଗ୍ରୀ ତାପମାତ୍ରା ରହିଛି ବୋଲି ସୂଚନା ମିଳିଛି ।