Movie prime

E-KYC ଉପରେ ବଡ଼ କଥା କହିଲେ ମନ୍ତ୍ରୀ ଦେଲେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।ବନ୍ଧୁଗଣ ଅଗଷ୍ଟ ମାସରୁ ଆରମ୍ଭ ହୋଇସାରିଛି ରାସନ କାର୍ଡ ଅନିୟମିତତା ନେଇ ଯାଞ୍ଚ। ଅଗଷ୍ଟ ୨୨ରୁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ନୂଆ ସରକାର। 
Hh
ରାସନକାର୍ଡରେ ଭୂତ ହିତାଧିକାରୀଙ୍କୁ ଠାବ କରିବା ପାଇଁ ରାସନ କାର୍ଡରେ ଇ-କେଓ୍ବାସି ଭରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଇ-କେୱାଇସି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଶେଷ ଲୋକର ଇ-କେୱାଇସି ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ। ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେୱାଇସି ହେବ। ୨ କୋଟି ଲୋକଙ୍କ ଇ-କେୱାଇସି ସରିଛି। ଆଉ ଦେଢ଼ କୋଟି ଲୋକଙ୍କ ହେବ।
Vv
ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ସୂଚନା। ପ୍ରକୃତ ରାସନକାର୍ଡ ହିତାଧିକାରୀ ଚିହ୍ନଟ ପାଇଁ ଚାଲିଥିବା ଇ-କେୱାଇସି ଏବେ ବନ୍ଦ ହେବନି। ଯେଉଁ ପର୍ଯ୍ୟନ୍ତ ଶେଷ ବ୍ୟକ୍ତିଙ୍କ ଇ-କେୱାଇସି ସରିନି, ସେଯାଏଁ କାମ ଚାଲୁ ରହିବ ବୋଲି ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ଆହୁରି କହିଛନ୍ତି, ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେୱାଇସି ହେବ। ଅଦ୍ୟାବଧି ୨ କୋଟି ଲୋକଙ୍କ ଇ-କେୱାଇସି ସରିଛି। 
ଆଉ ଦେଢ଼ କୋଟି ଲୋକଙ୍କର ବାକି ରହିଛି। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ। ଇ-କେୱାଇସି ସରିଲା ପରେ କେତେ ଫଲ୍ସ କାର୍ଡ ଥିଲା ତାହା ସ୍ପଷ୍ଟ ହୋଇଯିବ। ସେମାନଙ୍କୁ ଯୋଜନାରୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ବଣ୍ଟା ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ସେହିଭଳି ଯୋଗାଣ ମନ୍ତ୍ରୀ ପୂର୍ବରୁ କହିଥିଲେ କି, ଇ-କେୱାଇସି ପାଇଁ ଯେଉଁଠି ଚାହିଁଲେ ବି କରିପାରିବେ। ଓଡିଶା ବାହାରେ ଥିଲେ ବି କରିପାରିବେ ଇ-କେୱାଇସି କଟିବନି ରାସନ କାର୍ଡ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.