ଏହି ଗାଁକୁ ଭାସିଭାସି ଆସିଲା ପଥର ଗାଁ ଲୋକ ଦେଖି ଛାନିଆ ଆଉ ତାପରେ
Dec 16, 2024, 11:36 IST
ଗାଁ କୁ ଭାସି ଆସିଥିଲା ଏକ ପଥର। ଯାହାକୁ ଦେଖି ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏହି ପଥର କୁ ସେମାନେ ଚାହିଁ ରହିଥିଲେ। ଏହି ପଥର କେଉଁ ସାମାନ୍ୟ ପଥର ନୁହେଁ ଏହି ପଥର ତ୍ରେତୟା ଯୁଗର ବୋଲି ଏହା ଅନୁମାନ କରାଯାଉଛି। ଏହି କଥା ଶୁଣିଲେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ଏହି କଥାଟି ସମ୍ପୂର୍ଣ୍ଣ ଭାବରେ ସତ୍ୟ ଅଟେ। ଏହି ପଥରକୁ ଧରି ଲୋକମାନେ ଅନେକ କଥା କୁହକୁହି ହେଉଛନ୍ତି।
କିଏ କହୁଛି ଏହି ପଥର ପାଣିରେ ଭାସି ଆସୁଥିଲା ତ ପୁଣି କିଏ କହୁଛି କି ଏହା ରାମ ସେତୁରେ ବ୍ଯବହାର କରାଯାଇଥିବା ପଥର ଅଟେ। ଏହି ପଥର ଟି ପାଣିରେ ଭାସି ଭାସି ଆସିବାରେ ଲାଗିଛି। ଆଉ ସେହି ପଥରକୁ ଲୋକମାନେ ପାଣିରୁ ଉଠାଇ ହାତରେ ଧରିବାକୁ ଲାଗିଛନ୍ତି। ଆଉ ତାହା ହାଲୁକା ଅଛି ନା ଓଜନ ଅଛି ସେମାନେ ତାକୁ ମଧ୍ୟ ପରଖୁ ଛନ୍ତି। ପଥରର ଓଜନ ପାଖାପାଖି ତିନିକିଲୋ ଆଠ ଶହ ଗ୍ରାମ।
ଏହା ପାଣିରେ ନବୁଡ଼ି ଭାସିବାରେ ଲାଗିଛି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବୈତରଣୀ ନଦୀ ଗର୍ଭରୁ। ଯାହାକି କୌଣସି ଅଲୌକିକ ଦୃଶ୍ୟ ଠାରୁ କିଛି କମ୍ ନୁହେଁ। ଲୋକ ମାନଙ୍କ ମନରେ ଏହା ସନ୍ଦେହ ସୃଷ୍ଟି ହେଉଛି କି ଏହା ଆଉ ତ୍ରେତୟା ଯୁଗର ପଥର ନୁହେଁ ତ? ଯାହା ଉପରେ ପ୍ରଭୁ ରାମଚନ୍ଦ୍ର ପାଦ ଥୋଇ ଲଙ୍କା ଯାଇଥିଲେ ଆଉ ମାଆ ସୀତାଙ୍କୁ ସେଠାରୁ ରକ୍ଷା କରି ଆଣିଥିଲେ। ଏଭଳି ଘଟଣା ଗାଁ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଭଦ୍ରକ ଜିଲ୍ଲା, ଧାମରା ବ୍ଲକ, ପାଳଣାପୁର ନିକଟରେ ବୈତରଣୀ ନଦୀରେ ଗ୍ରାମର କିଛି ଯୁବକ ଗାଧୋଇବାକୁ ଯାଇଥିବା ବେଳେ ସେମାନେ ଏହି ଦୃଶ୍ୟ ଦେଖିଥିଲେ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଘଟଣା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

