ଏକ ତରଫା ପ୍ରେମ କରି ଅଙ୍ଗନବାଡ଼ି ଦିଦି ଙ୍କୁ...ହାଣି ପକେଇଲା ପାଗଳ ଯୁବକ..
Nov 10, 2024, 14:41 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏହା ତରଫା ପ୍ରେମ ପାଇଁ ଏଭଳି ସବୁ ଘଟଣା ଘଟିଯାଉଛି ଯାହା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଏକ ତରଫା ପ୍ରେମ ପାଇଁ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ହାଣି ବିଭତ୍ସ ଭାବରେ ହ-ତ୍ୟା କରିଛି ଯୁବକ । ଏଭଳି ଭୟଙ୍କର ହତ୍ୟାକାଣ୍ଡକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଏହି ହ-ତ୍ୟାକାଣ୍ଡ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାରେ । ସୁନ୍ଦରଗଡ଼ ଜିଲ୍ଲାର କୌଣସି ଏକ ଅଂଚଳରେ ଏହି ଘଟଣା ଦେଖିବାକୁ ମିଳିଛି ଆଉ ଏହି ଘଟଣା ପୋଲିସ ପାଖରେ ପହଞ୍ଚିବା ପରେ ପୋଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ କରୁଛି । ପୋଲିସ ଏହି ଘଟଣାରେ ଅନେକ କିଛି ଖବର ପାଇଛି । ଯେଉଁ ଯୁବକ ଜଣକର ନାମ ହେଉଛି ଶରତ କଉଡ଼ି । ଏହି ଯୁବକ ଜଣକ ଯୁବତୀଙ୍କୁ ପ୍ରେମ କରୁଥିଲେ ଆଉ ସେ ପ୍ରେମ ନିବେଦନ ଗ୍ରହଣ କରିନଥିଲେ ଆଉ ସେଥିପାଇଁ ଯୁବକ ଜଣକ ଏଭଳି କାଣ୍ଡ କରିଛନ୍ତି ବୋଲି ଜଣାପଡିଛି ।
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଜୁଲୁମବାହାରପୁରୋନା ଗାଁର ଅଙ୍ଗନୱାଡି କର୍ମୀ ହେଉଛନ୍ତି ବିଦ୍ୟାଭାରତୀ ଅଡା । ସେହି ଗାଁର ଶରତ କଉଡ଼ି ତାଙ୍କୁ ସବୁବେଳେ ପ୍ରେମ ନିବେଦନ କରୁଥିଲେ ଆଉ ଯୁବତୀ ଜଣକ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରୁଥିଲେ । ବାରମ୍ବାର ଶରତ କଉଡ଼ି ପ୍ରେମ ନିବେଦନ କରିବା ପରେ ମଧ୍ୟ ବିଦ୍ୟାଭାରତୀ ତାଙ୍କ ପ୍ରେମକୁ ଗ୍ରହଣ କରୁ ନଥିଲେ । ଆଉ ଏହି କାରଣରୁ ଶରତ ପ୍ରତିଶୋଧ ପରାୟଣ ହୋଇ ଯୁବତୀ ଜଣଙ୍କର ହ-ତ୍ୟା କରି ଦେଇଛନ୍ତି । ଯୁବତୀ ଜଣକ ସବୁଦିନ ପରି ଅଙ୍ଗନୱାଡି ଯାଇଥିଲେ ।
ଆଉ ସେ ସେଠାରେ ପିଲାଙ୍କୁ ପାଠ ପଢ଼ାଇ ଫେରୁଥିବା ସମୟରେ ତାଙ୍କୁ ନିଛାଟିଆ ରାସ୍ତାରେ ଏକ ଫାର୍ଶାରେ ହ-ତ୍ୟା କରିଥିଲେ । ଫଳରେ ଘଟଣା ସ୍ଥଳରେ ଅଙ୍ଗନୱାଡି କର୍ମୀ ବିଦ୍ୟାଭାରତୀଙ୍କ ଦେହାନ୍ତ ହୋଇଥିଲା । ଆଉ ସେଠାରେ ତାଙ୍କୁ ମୃ-ତ ଅବସ୍ଥାରେ ଶରତ ଦେଖି ତାଙ୍କୁ ଛାଡି ପଳାଇ ଯାଇଥିଲେ । ଏବେ ଏହି ଯୁବକ ଜଣଙ୍କୁ ପୋଲିସ ଖୋଜୁଛି । ଯୁବକ ଜଣକ ହ-ତ୍ୟା କରି କେଉଁଆଡେ ଫେରାର ହୋଇ ଯାଇଛନ୍ତି । ଏବେ ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଅନେକ କଥା ଆସୁଥିବା ବେଳେ ଏହି ଘଟଣାରେ ଦୋଷୀକୁ ଦଣ୍ଡ ମିଳୁ ବୋଲି ସମସ୍ତେ ଦାବି କରିଛନ୍ତି ।