Movie prime

ଏମିତି ଗୁଣି ଗାରେଡ଼ି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଦେଖନ୍ତୁ ସାମ୍ନାକୁ ଆସିଲା ଆହୁରି ବଡ଼ ଖବର

 
Tf
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଗୁଣିଆର ଭୁଲ୍ ଚିକିତ୍ସାରେ ଜଣେ ଯୁବତୀଙ୍କର ମୁଣ୍ଡରେ ଗତ ପ୍ରାୟ ଚାରି ବର୍ଷ ହେଲା ପୁରାଇ ଦିଆଯାଇଥିବା ୮୫ ଟି ଲୁହାକଣ୍ଟା ବନାମ ଛୁଞ୍ଚି ବନାମ ଇଞ୍ଜେକ୍ ସନ୍ ସିରିଞ୍ଜ କଢାଯିବା ଖବର ସାରା ରାଜ୍ୟରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ବ୍ଲକ୍ ର ଇଚ୍ ଗାଁ' ରେ। ସୁଚନା ଅନୁଯାୟୀ ବିଷ୍ଣୁ ବେହେରାଙ୍କର ଝିଅ ରେଶମା ବେହେରା। 
Vv
ସେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଜାମୁଟଝୁଲା ଗାଁ' ର ଗୁଣିଆ ତେଜରାଜ ରଣା ଚିକିତ୍ସା ଆଳରେ ଏକ କୋଠରୀରେ ବନ୍ଦ କରି ତାଙ୍କ ମୁଣ୍ଡରେ ଚାରି ବର୍ଷତଳେ ଏତେଗୁଡାଏ ଛୁଞ୍ଚି ଫୋଡି ଦେଇଥିଲେ। କିଛିଦିନ ପରେ ଝିଅଟିର ମୁଣ୍ଡ ପଚିଯାଇ ଅସହ୍ୟ ଯନ୍ତ୍ରଣା ହେବା ସହ ଆପେ ଆପେ ଛୁଞ୍ଚି ବାହାରିଲା ପରେ ଘରଲୋକଙ୍କ ଦ୍ବାରା ୮ ଟି ଛୁଞ୍ଚି ବାହାର କରାଯାଇଥିଲା। ପରିବାର ପକ୍ଷରୁ ଝିଅଟିକୁ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। 
Vr
ଏବଂ ସେଠାରେ ଥିବା ସରକାରୀ ଡାକ୍ତର କିଛି ହୋଇ ନଥିବା କହି ରୋଗିଣୀଙ୍କୁ ଫେରାଇ ଦେଇଥିଲେ। ଏହାପରେ ଝିଅଟିର ମୁଣ୍ଡର ଯନ୍ତ୍ରଣା ଆହୁରି ଗୁରୁତର ହୋଇ ପଡିବାରୁ ଘରଲୋକେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ହାସପାତାଳେ ଆଣି ଭର୍ତ୍ତି କରିଥିଲେ ଓ ଏହାପରେ ତାଙ୍କୁ ବୁର୍ଲା ଭୀମସାର ମେଡିକାଲ କଲେଜ ହାସପାତାଳକୁ ପଠାଯାଇଥିଲା। ସେଠାରେ ଏକ ୧୦ ଜଣିଆ ଡାକ୍ତରୀଦଳ ତା'ର ମୁଣ୍ଡର ଅସ୍ତ୍ରୋପଚାର କରି ୭୦ଟି ଓ ପରେ ଆହୁରି ୭ ଟି ଛୁଞ୍ଚି ବାହାର କରାଯାଇଥିଲା। 
ରେଶ୍ମାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ କଣ୍ଟାବାଞ୍ଜି ପୁଲିସ ତାନ୍ତ୍ରିକ ବାବା ତେଜରାଜ ରଣାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ବନ୍ଧୁଗଣ ଏହି ଖବର ପ୍ରକାଶ ପାଇ ସାରା ରାଜ୍ୟରେ ଚାଞ୍ଚଲ୍ଯ ସୃଷ୍ଟି କରିଛି। ତେବେ ଏଠାରେ ସମସ୍ତେ ଏଥିପାଇଁ ଝିଅଟିର ପରିବାରର ଲୋକ, ଅଞ୍ଚଳର ଅନ୍ଧବିଶ୍ବାସକୁ ଦାୟୀ କରୁଥିବା ବେଳେ, ବଲାଙ୍ଗୀର ଆଦି ଜିଲ୍ଲାରେ ସରକାରୀ ସ୍ବାସ୍ଥ୍ୟସେବା ଓ ଚିକିତ୍ସାରେ ଚରମ ଅବହେଳାକୁ ଉଠାଉ ନଥିବା ଏକ ଦୁଃଖର ବିଷୟ।