Movie prime

ଦେହ ବ୍ୟବସାୟ ପାଇଁ ଡ଼ାକ୍ତରଙ୍କୁ ବାଧ୍ୟ କରୁଥିଲେ Ex Principal !! ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ସାରା ଦେଶର ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ ବଡ଼ ପର୍ଦ୍ଦାଫାଶ ହୋଇଛି। ଆରଜି ହସ୍ପିଟାଲର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ନାଁ ସଙ୍ଗୀନ ଅଭିଯୋଗ ହୋଇଛି। ସନ୍ଦୀପ, ଟ୍ରେନି ଡାକ୍ତରଙ୍କ ଘଟଣା ପରେ କଲେଜରୁ ଇସ୍ତଫା ଦେଇଥିଲେ। ହସ୍ପିଟାଲର ପୂର୍ବ ସୁପରିଟେଣ୍ଡଣ୍ଟ ଅଭିଯୋଗ ଆଣିଛନ୍ତି କି, ପୂର୍ବ ପ୍ରିନ୍ସପାଲ ସନ୍ଦୀପ କିଛି ଅନୈତିକ କାର୍ଯ୍ୟରେ ସାମିଲ୍‌ ଅଛନ୍ତି। 
Hh
ସେ ମୃତଦେହକୁ ବିକ୍ରି କରି ରାକେଟ ଚଳାଇଛନ୍ତି। ଚିହ୍ନଟ ହୋଇ ନ ଥିବା ମୃତଦେହକୁ ସେ ବିକ୍ରି କରୁଛନ୍ତି। ପୂର୍ବ ସୁପରିଟେଣ୍ଡଣ୍ଟ ଅଖତର ଅଲି ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାରରେ କହିଛନ୍ତି, ସନ୍ଦୀପ ବାଂଲାଦେଶରେ ବାୟୋମେଡିକାଲ ଆବର୍ଜନା ଓ ମେଡିକାଲ ସପ୍ଲାଏ ଦୁର୍ନୀତିରେ ସାମିଲ୍‌ ଅଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି, ଏହି ରାକେଟ ଚଳାଇବା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା। 
Bv
ହେଲେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଆରଜି ମେଡିକାଲରେ ଇସ୍ତଫା ଦେଇଥିବା ଏକ୍ସ ପ୍ରିନ୍ସପାଲଙ୍କୁ କିଛି ଘଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳି ଯାଇଥିଲା। ସୁପରିଟେଣ୍ଡଣ୍ଟ ଆହୁରି ସାଂଘାତିକ ଅଭିଯୋଗ କରିଛନ୍ତି କି, ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍‌ କରିବା ପାଇଁ ଲାଞ୍ଚ ମାଗୁଥିଲେ। ଲାଞ୍ଚ ନ ଦେଲ ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍‌ କରିଦେଉଥିଲେ। ଏହାପରେ ତାଙ୍କଠାରୁ ମୋଟା ଅଙ୍କର କଲେଜ ଫି ଆଦାୟ କରୁଥିଲେ।
ଏହି ବେଆଇନ ଔଷଧ ରାକେଟ ବର୍ଷ ବର୍ଷ ଧରି କେବଳ ଉକ୍ତ ମେଡିକାଲ କଲେଜ ନୁହେଁ ବରଂ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଅନ୍ୟାନ୍ୟ ମେଡିକାଲ କଲେଜକୁ ବ୍ୟାପିଛି। ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଦ୍ୱାରା କିଣାଯାଇଥିବା କୋଟି କୋଟି ମୂଲ୍ୟର ଏହି ମେଡିସିନ ବିଭିନ୍ନ ଅବୈଧ ନେଟ୍‌ଓ୍ବାର୍କ ମାଧ୍ୟମରେ ଘରୋଇ ମେଡିକାଲ ଷ୍ଟୋରଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇଥିବା ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି। ତେବେ ଉଭୟ ଦୁର୍ନୀତିରେ ରାଜ୍ୟ ସରକାରଙ୍କ କେତେଜଣ ବରିଷ୍ଠ ଅଧିକାରୀ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.