ଓଡ଼ିଶା ବଜାର କୁ ଆସିଗଲା ନକଲି ଅଣ୍ଡା, ଦେଖି ଚାହିଁ କିନ୍ତୁ ନହେଲେ ଜୀବନ ପଡିବ ବିପଦ ରେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆଜି କାଲି ଦୁନିଆ ଆମେ ବ୍ୟବହାର କରୁଥିବା ଅତି ଆବଶ୍ୟକ ଜିନିଷ ବର୍ତ୍ତମାନ ସମୟ ରେ ସେହି ଜିନିଷ ନକଲି ମଧ୍ୟ ବାହାରି ଗଲାଣି ଖାଲି ସେତିକି ନୁହେଁ ଆମେ ଖାଉଥିବ ଖାଦ୍ଯ କାହିଁକି ନକଲି ନ ହୋଇଥିବ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅଣ୍ଡା ଟି କୁ ଆମେ ନିତ୍ୟ ବ୍ୟବହାର କରୁଛେ କିନ୍ତୁ କଣ ଜାଣିଛନ୍ତି ସବୁ ଜିନିଷ ଅପେକ୍ଷା ନକଲି ଅଣ୍ଡା ବହୁ ପରିମାଣ ରେ ବିକ୍ରୟ ହେଉଛି ।

ଏହି ଅଣ୍ଡାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି , ପୂର୍ବରୁ ଆପଣ ମାନେ ଶୁଣିଥିବେ ଅଧିକ ଅଣ୍ଡା ଖାଇଲେ ପେଟ ଗରମ ହେଇଯିବ ବା ପେଟ ଖରାପ ହେବ ଏମିତି ଅନେକ କଥା ବଡ ଲୋକମାନେ କହିଥାନ୍ତି । କିନ୍ତୁ ଆପଣ ମାନେ କେମିତି ଜାଣିବେ ଆପଣ ଖାଉଥିବା ଅଣ୍ଡାଟି ଅସଲି ନା ନକଲି , ଆପଣ ଅନେକ ଥର ନ୍ୟୁଜରେ ଶୁଣିଥିବେ ନକଲି ଅଣ୍ଡା ବିଷୟରେ । ଏହି ନକଲି ଅଣ୍ଡା ବର୍ତ୍ତମାନ ଆମ ଓଡିଶାରେ ମଧ୍ୟ ଉପଲବ୍ଧ ହେଲାଣି ।

ଆପଣ ମାନଙ୍କୁ କହି ରଖୁଛୁ କି ଅଣ୍ଡାର ଧଳା ଅଂଶ ବନାଇବା ପାଇଁ ଉଷୁମ୍ ପାଣିରେ ସୋଡିୟମ , ଆଲିଗ୍ ନେଟ , କ୍ୟାଲସିୟମ ମିଶାଯାଏ । ତା ପରେ ଏଥିରେ ଜିଲେଟିନ , ବେଞ୍ଜରକ ଏସିଡ , ଆଲମ୍ ଏବଂ ଅନ୍ୟ ରାସାୟନିକ ପଦାର୍ଥ ମିଶାଇ ଅଣ୍ଡାର ଧଳା ଅଂଶ ତିଆରି ହୁଏ । ପରେ କେଶର ତିଆରି ହୁଏ , ଯେଉଁ ମିଶ୍ରଣ ଥାଏ ସେଥିରେ କେବଳ ହଳଦିଆ ରଙ୍ଗ ମିଶାଇ ଦିଆଯାଏ । ଏହାପରେ ଧଳା ଏବଂ ହଳଦିଆ ମିଶ୍ରଣକୁ କ୍ୟାଲସିୟମ କ୍ଲୋରାଇଡ ଜିପସମ୍ ପାଉଡର , କ୍ୟାଲସିୟମ କାର୍ବୋନେଟ ସହ ମିଶାଇ ଅଣ୍ଡା ଆକାର ଦେଇ ଦିଆଯାଏ ।

ଏକ ପ୍ଲାଷ୍ଟିକର ଛାଞ୍ଚ ଥାଏ , ସେହି ଛାଞ୍ଚରେ ଏହି ସମସ୍ତ ମିଶ୍ରଣକୁ ପକାଇ ଦିଆଯାଏ ଏବଂ ଅଣ୍ଡା ର ଆକାର ହୋଇ ତାକୁ ବାହାର କରାଯାଏ । ଏହି ଅଣ୍ଡା ଶରୀରକୁ ଶକ୍ତି ତ ଆଦୁ ଦିଏ ନାହିଁ ବରଂ ବିଷ ହୋଇ ଦେହରେ ଚରିଯାଏ । କାରଣ ଏତେ କେମିକାଲ ମିଶିବା ପରେ ହିଁ ନକଲି ଅଣ୍ଡା ତିଆରି ହୋଇପାରେ । ନକଲି ଅଣ୍ଡା ଯେତେବେଳେ ଘରକୁ ଆଣିବେ ତାହା ଚିହ୍ନିବା ବହୁତ କଷ୍ଟକର କିନ୍ତୁ ଆପଣଙ୍କୁ ନକଲି ଅଣ୍ଡା ଚିହ୍ନିବା ପାଇଁ ସହଜ ଉପାୟ କହିଦେଉଛୁ ।

ନକଲି ଅଣ୍ଡାର ଧଳା ଚୋପା ଜଲଦି ନିଆଁରେ ଜଳିଯାଏ , କିନ୍ତୁ ଅସଲି ଅଣ୍ଡାର ଚୋପା ନିଆଁରେ ପକେଇବେ ଯଦି ତାର ରଙ୍ଗ କଳା ପଡିବ ଏବଂ ବହୁତ ସମୟ ଲାଗିବ ଜଳିବା ପାଇଁ । ତେବେ ଯେବେବି ଆପଣ ଅଣ୍ଡାକୁ ଘରକୁ ଆଣୁଛନ୍ତି ତାକୁ ଖାଇବା ପୂର୍ବରୁ ତାର ଚୋପାକୁ ନିଆଁରେ ପ୍ରଥମ ପରିକ୍ଷା କରି ନିଅନ୍ତୁ ତାହା ଅସଲି କି ନକଲି । ଏହା ବ୍ୟତୀତ ଆପଣ ଅଣ୍ଡା ଆଣିବା ପୂର୍ବରୁ ତାହାକୁ କାନ ପାଖରେ ବଜାନ୍ତୁ , ସେଥିରୁ କୌଣସି ଶବ୍ଦ ଆସୁଛି ତେବେ ତାହାକୁ କିଣନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *