ଫାଟିଗଲା ନାଗର ପେଟ ବଞ୍ଚାଇ ଦେଲା ଛୁଞ୍ଚି ସୂତା...!
Dec 25, 2024, 16:43 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ଆପଣଙ୍କ ମନରେ ଅନେକ କିଛି ଭାବନା ସୃଷ୍ଟି କରିବ । ସାପ ଏଭଳି ଏକ ଜୀବ ଯାହାର ନାଁ ଶୁଣିଲେ ଲୋକମାନେ ଭୟଭୀତ ହୋଇ ଯାଆନ୍ତି ଆଉ ଏବଂ ସାପ ଦେଖିଲେ ଲୋକମାନେ ବହୁତ ଭୟଭୀତ ହେବା ସହ ଅନେକ କିଛି କଥା ଭାବି ଥାଆନ୍ତି ।
କିନ୍ତୁ ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ସାପର ଚିକିତ୍ସା କରାଯାଉଛି । ଟେବୁଲ୍ ଉପରେ ଧିରସ୍ଥିର ହୋଇ ରହିଛି ନାଗ ସାପ । ଆଉ ତାର ଚାରିପଟେ ଘେରି ରହିଛନ୍ତି ଡାକ୍ତର, ନର୍ସ ଏବଂ କିଛି ଲୋକ । ଖାଲି ଡାକ୍ତର ସାପକୁ ଘେରି ରହି ନାହାନ୍ତି ସେ ତାଙ୍କର ଯନ୍ତ୍ରପାତି ଧରି ବିଷଧର ନାଗ ସାପର ପେଟକୁ ସିଲେଇ କରୁଛନ୍ତି । ଏହି ଦୃଶ୍ୟ ଦେଖିଲେ ଯେ କେହିବି ଅବାକ୍ ହୋଇଯିବ । ଏଭଳି ପେଟ ସିଲେଇ କରିବା ପଛରେ ପ୍ରକୃତ କାରଣ କଣ ରହିଛି ତାହା ଏହି ଖବର ଦ୍ଵାରା ଆପଣମାନେ ପାଇପାରିବେ ।
ଏଭଳି ଅନେକ ପ୍ରଶ୍ନ ମନରେ ଆସୁଥିବ । ଏଠାରେ ଡାକ୍ତର ଏହି ସାପର କୌଣସି କ୍ଷତି କରୁ ନାହାଁନ୍ତି ବରଂ ନାଗ ସାପକୁ ଦେଇଛନ୍ତି ନୂଆ ଜୀବନ । ନାଗସାପର ପେଟ ଫାଟି ଯାଇଥିଲା ଆଉ ଏହାକୁ ଡାକ୍ତର ସିଲେଇ କରୁଛନ୍ତି । ଡାକ୍ତର ଏହି ସାପକୁ ନୂଆ ଜୀବନ ଦେଇଛନ୍ତି । ଡାକ୍ତରମାନେ ନାଗ ସାପର ପେଟକୁ ସିଲେଇ କରିବା ଘଟଣା ଏବେ ସାମ୍ନାକୁ ଆସିଛି ଆଉ ଏହା ପ୍ରଥମ ଘଟଣା ଅଟେ । ଦୁର୍ଘଟଣାରେ ସାପର ଅବସ୍ଥା ଏଭଳି ହୋଇଥିଲା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସିତ ହୋଇଛି ।
ଖଡ଼ିଆଳ ପ୍ରାଣୀ ଚିକିତ୍ସାଳୟରେ ଏହି ନାଗ ସାପ ଚିକିତ୍ସିତ ହେଇଛି । ଏହି ନାଗ ସାପ ରାସ୍ତା ପାର ହେଉଥିବା ବେଳେ ଏକ ଯେସିପି ଗାଡ଼ି ତା ଉପରେ ଚଢ଼ି ଯାଇଥିଲା । ଫଳରେ ବୁଢ଼ା ନାଗ ସାପଟିର ଦୁର୍ଘଟଣାରେ ପେଟ ଫାଟି ଯାଇଥିଲା । ଆଉ ଏଭଳି ଅବସ୍ଥାରେ ସାପ ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲା । ଏହା ଦେଖି ଲୋକମାନେ ସହିପାରି ନଥିଲେ ଆଉ ତାଙ୍କୁ ମେଡ଼ିକାଲକୁ ନେଇ ଯାଇଥିଲେ । ସାପ ଉପରେ କରାଯାଇଥିବା ଚିକିତ୍ସା ସଫଳ ହୋଇଛି । ଆଉ ଏବେ ପ୍ରାଣୀ ଚିକିତ୍ସାଳୟରେ ସାପକୁ ରଖାଯାଇଛି । ନାଗ ସାପର ଅବସ୍ଥା ଭଲ ଅଛି ବୋଲି ସୂଚନା ମିଳିଛି ।